ୱାଶିଂଟନ: ଆମେରିକାରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ଆମେରିକାରେ ରହୁଥିବା ଭାରତୀୟ, ଭାରତର ଦୂତାବାସ ଆଗରେ ଜାତୀୟ ପତାକା ଉଡାଇ 71 ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି । ୱାଶିଂଟନ ଡିସିରେ ଥିବା ଭାରତୀୟ ଦୂତାବାସ ସାମ୍ନାରେ ରବିବାର ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ।
ତେବେ ଏହି ସମୟରେ କିଛି ଖଲିସ୍ତାନ ସମର୍ଥକ ଭାରତ ବିରୋଧୀ ନାରା ଲଗାଉଥିବାବେଳେ ପ୍ରବାସୀ ଭାରତୀୟ ମାନେ ସେହିଠାରେ ହିଁ ସାଧାରଣତନ୍ତ୍ର ଦିବସ ପାଳନ କରିବା ସହ ଦେଶ ପ୍ରତି ନିଜର ଭଲପାଇବା ଦର୍ଶାଇଛନ୍ତି ।
ଦୂତାବାସ ସାମ୍ନାରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ସମୟରେ 10ରୁ 12 ଜଣ ଖଲିସ୍ତାନ ସମର୍ଥକ ଭାରତ ବିରୋଧୀ ନାରା ଲଗାଇଥିଲେ । ଏହାସହ ଜାତୀୟ ପତାକା ଓ ଭାରତର ସମ୍ବିଧାନକୁ ଜଳାଇବାକୁ ଉଦ୍ୟମ କରିଥିଲେ ।