ETV Bharat / international

ଘରେ ବସି ବଢାନ୍ତୁ ଗୁଗୁଲ ଜି ସୁଟ୍‌ର ସ୍କିଲ

author img

By

Published : Jun 15, 2020, 8:11 AM IST

କୋରୋନା ମହାମାରୀ ପାଇଁ ଅର୍ଦ୍ଧାଧିକ ଲୋକେ ଏବେ ୱାର୍କ ଫ୍ରମ ହୋମରେ ବ୍ୟସ୍ତ । ଏହି ସମୟ ମଧ୍ୟରେ ଲୋକେ ଜିସୁଟର ଅଧିକ ବ୍ୟବହାର କରୁଥିବା ନେଇ ଗୁଗୁଲ ଏକ ରିପୋର୍ଟରେ ପ୍ରକାଶ କରିଛି । ତେବେ ଘରେ ରହି କାମ କରିବା ସମୟରେ ଏହି ଜିସୁଟର ସ୍କିଲକୁ ବଢାଯାଇପାରିବ, ସେନେଇ ଗୁଗୁଲ ଜାରି କରିଛି କିଛି ଜରୁରୀ ଓ ଶିକ୍ଷଣୀୟ ଟିପ୍ସ ।

google latest news, google g suite, google g suite skills, latest technology news, ଗୁଗୁଲ ଲାଟେଷ୍ଟ ନ୍ୟୁଜ୍‌, ଗୁଗୁଲ ଜିସୁଟ୍‌, ଗୁଗୁଲ ଜିସୁଟ ସ୍କିଲ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଘରେ ବସି ବଢାନ୍ତୁ ଗୁଗୁଲ ଜି ସୁଟ୍‌ର ସ୍କିଲ

ସାନ ଫ୍ରାନ୍ସିସ୍କୋ: କୋରୋନା ମହାମାରୀ ପାଇଁ ଅର୍ଦ୍ଧାଧିକ ଲୋକେ ଏବେ ୱାର୍କ ଫ୍ରମ ହୋମରେ ବ୍ୟସ୍ତ । ଏହି ସମୟ ମଧ୍ୟରେ ଲୋକେ ଜିସୁଟର ଅଧିକ ବ୍ୟବହାର କରୁଥିବା ନେଇ ଗୁଗୁଲ ଏକ ରିପୋର୍ଟରେ ପ୍ରକାଶ କରିଛି । ସାଧାରଣତଃ ଜିସୁଟ୍‌ରେ ଗୁଗୁଲ ଡକ୍ସ, ସିଟ୍ସ ଓ ସ୍ଲାଇଡ୍ସ ଆଦି ରହିଥାଏ । ତେବେ ଘରେ ରହି କାମ କରିବା ସମୟରେ ଏହି ଜିସୁଟର ସ୍କିଲକୁ ବଢାଯାଇପାରିବ, ସେନେଇ ଗୁଗୁଲ ଜାରି କରିଛି କିଛି ଜରୁରୀ ଓ ଶିକ୍ଷଣୀୟ ଟିପ୍ସ । ଯାହା ହୁଏତ ଆପଣଙ୍କ ଜିସୁଟ୍‌ ସ୍କିଲକୁ ବଢାଇବାରେ ସାହାଯ୍ୟ କରିବ ।

ଏବେ ୟୁଜର୍ସ ଚାହିଁଲେ ଡକ୍ୟୁମେଣ୍ଟରେ କମେଣ୍ଟ ଓ ସଜେସନ ଦେଇପାରିବେ । ଏଥିପାଇଁ ୟୁଜର୍ସ ଯେଉଁ କଣ୍ଟେଣ୍ଟ ଉପରେ ତର୍କ ଚାହୁଁଛନ୍ତି ତା’ ଉପରେ ରାଇଟ କ୍ଲିକ କରିବା ଦ୍ବାରା କମେଣ୍ଟର ଅପ୍ସନ ଆସିବ । ଏହି ଅପ୍ସନ ଉପରେ କ୍ଲିକ କରି ଆପଣ ବକ୍ସରେ ନିଜ କମେଣ୍ଚ ଲେଖିପାରିବେ । ଏପରି କରିବା ଦ୍ବାରା ବକ୍ସଟି ହାଇଲାଇଟ ହୋଇଥାଏ ଓ ଅନ୍ୟମାନେ ମଧ୍ୟ ଏହା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିପାରିବେ । ସେହପରି ଯଦି କୌଣସି ବକ୍ସରେ ଥିବା କାର୍ଯ୍ୟକୁ ଆପଣ ନିର୍ଦ୍ଦିଷ୍ଟ କାହାକୁ ଦେବାକୁ ଚାହୁଁଛନ୍ତି, ତେବେ ସେହି ବକ୍ସରେ ‘@’ ସାଇନ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଇମେଲ ଆଡ୍ରେସ ଟାଇପ କରନ୍ତୁ । ଏହା ଦ୍ବାରା ବକ୍ସଟି ତାଙ୍କୁ ସ୍ବତନ୍ତ୍ର ଭାବେ ଆଲଟ ହୋଇଥିବା ସ୍ପଷ୍ଟ ହୁଏ ।

ଜଣେ ୟୁଜର ଚାହିଁଲେ ଡକ୍ୟୁମେଣ୍ଟରେ ସଜେସନ ବକ୍ସକୁ ଆକ୍ଟିଭେଟ କରିପାରିବେ । ଏହାଦ୍ବାରା ପୂର୍ବ ଲିଖିତ ଲେଖାକୁ ପରିବର୍ତ୍ତନ ନକରି ଏକ ବକ୍ସରେ ଏହାର ବିକଳ୍ପ ପରାମର୍ଶ ଦିଆଯାଇପାରିବ । ଯଦି ଆପଣ ସିଟରେ କାର୍ଯ୍ୟ କରୁଥାଆନ୍ତି ତେବେ ଏଡିଟ ହିଷ୍ଟ୍ରିକୁ ଯାଇ ଆପଣ ନିର୍ଦ୍ଦିଷ୍ଟ ସେଲରେ ଏଡିଟକୁ ଟ୍ରାକ କରିପାରିବେ । ତେବେ ଜିସୁଟ୍‌ ବ୍ୟବହାରକାରୀମାନେ ଏକ ଲାଇଭ ଆଲୋଚନା ମଧ୍ୟ କରିପାରିବେ । ସେପଟେ ଜିସୁଟରେ ଇଣ୍ଟିଗ୍ରେଟେଡ ଟୁଲର ବ୍ୟବହାର ହୋଇଥିବାରୁ ଆପଣ ସହଜରେ ଏକ ଗୁଗୁଲ ମିଟରେ ନିଜ ସ୍ଲାଇଡ, ସିଟ ଓ ଡକ୍ସକୁ ଉପସ୍ଥାପନ କରିପାରିବେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.