ETV Bharat / international

ଇଲିନଏସର କଫି ସପ୍‌ରେ ଗୁଳିକାଣ୍ଡ: 2 ମୃତ, ଜଣେ ଗୁରୁତର

ସ୍ଥାନୀୟ ଏକ କଫି ବିତରଣକାରୀ ଦୋକାନରେ ଜନୈକ କର୍ମଚାରୀ କମ୍ପାନୀର ୱେରହାଉସରେ ମୁକ୍ତ ଗୁଳିଚାଳନା କରିଥିଲେ । ଇଲିନଏସର ରାଜଧାନୀ ସ୍ପ୍ରିଙ୍ଗଫିଲ୍ଡସ୍ଥିତ ଏହି କଫି ଶପ୍‌ରେ ଶୁକ୍ରବାର ହୋଇଥିବା ଗୁଳିକାଣ୍ଡରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣା ପଡିଛି ।

author img

By

Published : Jun 27, 2020, 6:42 PM IST

shooting in america, illinois shooting in coffee shop, shooting in coffee shop in america, ଆମେରିକାରେ ଗୁଳିକାଣ୍ଡ, ଇଲିନଏସ କଫି ଶପ୍‌ରେ ଗୁଳିକାଣ୍ଡ, ଆମେରିକାରେ କଫି ଶପ୍‌ରେ ଗୁଳିକାଣ୍ଡ
ଇଲିନଏସର କଫି ଶପ୍‌ରେ ଗୁଳିକାଣ୍ଡ: 2 ମୃତ, ଜଣେ ଗୁରୁତର

ସିକାଗୋ: ସ୍ଥାନୀୟ ଏକ କଫି ବିତରଣକାରୀ ଦୋକାନରେ ଜନୈକ କର୍ମଚାରୀ କମ୍ପାନୀର ୱେରହାଉସରେ ମୁକ୍ତ ଗୁଳିଚାଳନା କରିଥିଲେ। ଇଲିନଏସର ରାଜଧାନୀ ସ୍ପ୍ରିଙ୍ଗଫିଲ୍ଡସ୍ଥିତ ଏହି କଫି ସପ୍‌ରେ ଶୁକ୍ରବାର ହୋଇଥିବା ଗୁଳିକାଣ୍ଡରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଏନେଇ ସୂଚନା ଦେଇଛି ଆମେରିକା ପୋଲିସ ।

ଏହି କଫି ସପ୍‌ର ନାମ ବନ୍‌-ଓ-ମାଟିକ ପ୍ଲାଣ୍ଟ ରହିଥିବା ବେଳେ ଶୁକ୍ରବାର ସକାଳେ ଏଠାରେ ଗୁଳିକାଣ୍ଡ ହୋଇଥିଲା । ଏଥିରେ ଅଭିଯୁକ୍ତ ମାଇକେଲ କଲିନ୍ସ(48) ଗୁଳିକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ନିକଟସ୍ଥ ନିଜ କାରରୁ କଲିନ୍ସର ମୃତଦେହ ଉଦ୍ଧାର କରାଯାଇଥିଲା । କଲିନ୍ସର ମର ଶରୀର ପାଖରୁ ଦୁଇଟି ବନ୍ଧୁକ ଜବତ ହୋଇଥିବା ବେଳେ ତା’ ଶରୀରରେ ଗୁଳିର ଚିହ୍ନ ଦେଖିବାକୁ ମିଳିଥିଲା । ତେଣୁ କଲିନ୍ସ ନିଜକୁ ମଧ୍ୟ ଗୁଳି କରିଥିବା ପୋଲିସ ଅନୁମାନ କରୁଛି ।

ସେପଟେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ପୁରୁଷ ଦ୍ବୟଙ୍କ ମଧ୍ୟରୁ ଜଣେ ପାଖାପାଖି 20 ବର୍ଷର ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ 60 ପାଖାପାଖି ହୋଇଥିବା ପୋଲିସ ଅନୁମାନ କରୁଛି । ଏଥିସହ ଘଟଣାରେ ଜଣେ 50 ବର୍ଷୀୟ ମହିଳା ଗୁରୁତର ହୋଇଥିବା ଜଣା ପଡିଛି । ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କଲିନ୍ସ ଦୁଇ ମୃତ ଓ ଜଣେ ଗୁରୁତରଙ୍କ ଜଣେ ସହକର୍ମୀ ଥିବା ନେଇ ଜଣା ପଡିଛି । ହେଲେ ଏହା ପଛରେ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ ରହିଥିଲା ତାହ ତଦନ୍ତ ପରେ ହିଁ ଜଣା ପଡିବ ବୋଲି ପୋଲିସ ସ୍ପଷ୍ଟ କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.