ETV Bharat / international

ହାରିସ ପ୍ରଥମ କୃଷ୍ଣକାୟ ମହିଳା, ଦକ୍ଷିଣ ଏସୀୟ ଭାବେ ଉପରାଷ୍ଟ୍ରପତି ନିର୍ବାଚିତ - ଭାରତୀୟ ବଂଶୋଦ୍ଭବ କମଲା ହାରିସ

20 ଜାନୁଆରୀରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଜୋଏ ବିଡେନ ଓ କମଲା ହାରିସ । ଅଧିକ ପଢନ୍ତୁ...

Harris becomes first Black woman, South Asian elected VP
ହାରିସ ପ୍ରଥମ କୃଷ୍ଣକାୟ ମହିଳା, ଦକ୍ଷିଣ ଏସୀୟ ଭାବେ ଉପରାଷ୍ଟ୍ରପତି ନିର୍ବାଚିତ
author img

By

Published : Nov 8, 2020, 12:58 AM IST

ୱାସିଂଟନ: ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ତଥା ଡେମୋକ୍ରାଟ ଉପ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ । ପ୍ରଥମ କୃଷ୍ଣକାୟ ମହିଳା ଭାବେ ଶନିବାର ସେ ସଂଯୁକ୍ତ ରାଷ୍ଟ୍ର ଆମେରିକାର ଉପ-ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଏଥିସହ ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ଆମେରିକା ରାଜନୀତିର ସର୍ବୋଚ୍ଚ ସ୍ତରରେ ପ୍ରବେଶ ଅନୁମତି ମିଳିଥିବା ସବର୍ଣ୍ଣ ପରମ୍ପରାର ପ୍ରତିବନ୍ଧକକୁ ଭଙ୍ଗ କରିଛନ୍ତି ।

Harris becomes first Black woman, South Asian elected VP
କମଲା ହାରିସ

56 ବର୍ଷୀୟା କାଲିଫୋର୍ଣ୍ଣିଆ ସିନାଟର, ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଦକ୍ଷିଣ ଏସିଆ ଦେଶର ପ୍ରଥମ ବ୍ୟକ୍ତି । ଆମେରିକାକୁ ଗର୍ବିତ କରିଥିବା ପୂର୍ବରୁ ବହୁସଂସ୍କୃତିବାଦର ପ୍ରତିନିଧିତ୍ବ ଅନେକକରିଛନ୍ତି । ମାତ୍ର ୱାସିଂଟନ ଶକ୍ତି କେନ୍ଦ୍ରରେ ଅନୁପସ୍ଥିତି ଦେଖାଯାଇଛି ।

ପୋଲିସର ଅତ୍ୟାଚାର ଏବଂ ବ୍ୟବସ୍ଥିତ ଜାତିଭେଦକୁ ନେଇ ଏକ ବର୍ଷ ମଧ୍ୟରେ ତାଙ୍କର କୃଷ୍ଣକାୟ ପରିଚୟ ତାଙ୍କୁ ବ୍ୟକ୍ତିଗତ ଭାଷାରେ କହିବାକୁ ଅନୁମତି ଦେଇଛି । ଚାରି ବର୍ଷ ପୂର୍ବେ ହିଲାରୀ କ୍ଲିଣ୍ଟନଙ୍କ ପରାଜୟ ପରେ, ଜଣେ ମହିଳା ଭାବେ ହାରିସ, ଆମେରିକାର ସରକାରରେ ଏଯାବତ ସର୍ବୋଚ୍ଚ ମାନ୍ୟତାର ପଦକୁ ନିର୍ବାଚିତ ହୋଇ ଅନେକଙ୍କ ମନରେ ଆଶାସଞ୍ଚାର କରିଛନ୍ତି ।

ଗତ ଦୁଇ ଦଶନ୍ଧି ଧରି ଡେମୋକ୍ରାଟିକ ରାଜନୀତିରେ ହାରିସ ଜଣେ ଉଜ୍ଜ୍ବଳ ତାରକା । ଆମେରିକାର ସିନାଟର ହେବା ପୂର୍ବରୁ ସାନ ଫ୍ରାନ୍ସସକୋର ଜିଲ୍ଲା ଆଟର୍ଣ୍ଣି ଓ କାଲିଫୋର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ଭାବେ କାର୍ଯ୍ୟ କରିଛନ୍ତି । ନିଜର 2020 ଡେମୋକ୍ରାଟିକ ରାଷ୍ଟ୍ରପତି ଅଭିଯାନ ଶେଷ କରିବା ପରେ, ଜୋଏ ବିଡେନ ତାଙ୍କୁ ସହଯୋଗୀ ଭାବେ ଗ୍ରହଣ କରିଥିଲେ । 20 ଜାନୁଆରୀରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.