ETV Bharat / international

ପଶ୍ଚିମ ହାଇତିରେ ଭୟଙ୍କର ଭୂକମ୍ପ: ମୃତ୍ୟୁ ସଂଖ୍ୟା 304କୁ ବୃଦ୍ଧି

author img

By

Published : Aug 15, 2021, 7:46 AM IST

ପଶ୍ଚିମ ହାଇତିରେ ବଡ ଧରଣର ଭୂକମ୍ପ । ଏଥିରେ ମୃତ୍ୟୁ ସଂଖ୍ୟା 304କୁ ବୃଦ୍ଧି ହୋଇଛି । ଏହାସହ ୧୦୦ରୁ ଅଧିକ ନିଖୋଜ ରହିଛନ୍ତି। ଅଧିକ ପଢନ୍ତୁ...

ପଶ୍ଚିମ ହାଇତିରେ ଭୟଙ୍କର ଭୂକମ୍ପ: ମୃତ୍ୟୁ ସଂଖ୍ୟା ୨୨୭କୁ ବୃଦ୍ଧି

ହାଇତି: ପଶ୍ଚିମ ହାଇତିରେ ବଡ ଧରଣର ଭୂକମ୍ପ । ଏଥିରେ ମୃତ୍ୟୁ ସଂଖ୍ୟା 304କୁ ବୃଦ୍ଧି ହୋଇଛି । ଏହାସହ ୧୦୦ରୁ ଅଧିକ ନିଖୋଜ ରହିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଏ ନେଇ ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ଶନିବାର ସକାଳେ ପଶ୍ଚିମ ହାଇତିରେ 7.2 ତିବ୍ରତାର ଭୂକମ୍ପ ହୋଇଥିଲା । ସ୍ଥାନୀୟ ବିପର୍ଯ୍ୟୟ ମୁକାବିଲା ସଂସ୍ଥା ଦ୍ବାର ଆକଳନ ଅନୁସାରେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଜନବହୁଳ ରାଜଧାନୀ କେନ୍ଦ୍ରୀୟ ପୋର୍ଟ-ଅ-ପ୍ରିନ୍ସରୁ ପ୍ରାୟ 100 ମାଇଲ ଅର୍ଥାତ 160 କିଲୋମିଟର ଦୂରରେ ବୋଲି କୁହାଯାଉଛି । ଏହି ଭୂକମ୍ପ ଏକାଧିକ କୋଠା, ୨ଟି ହୋଟେଲ ଏବଂ ଏକ ହସ୍ପିଟାଲ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

ପ୍ରଭାବରେ ହାଇତିର ଉପକୂଳରେ ତିନି ମିଟର, ପ୍ରାୟ 10 ଫୁଟ ପର୍ଯ୍ୟନ୍ତ ସୁନାମି ଆସିବାର ଆଶଙ୍କା ଥିବା ଦର୍ଶାଇ ହାଇ ଆଲର୍ଟ ଜାରି କରାଯାଇଛି । ଭୂକମ୍ପ ପରେ ଦେଶର ଜରୁରୀକାଳୀନ ଅପରେସନ୍ ସେଣ୍ଟର ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଜାନୁଆରୀ 2010 ରେ 7.0 ତୀବ୍ରତାର ଭୂକମ୍ପ ଅନୂଭୁତ ହୋଇଥିବା ବେଳେ ବର୍ତ୍ତମାନ ପ୍ରାୟ ୧୦ବର୍ଷ ବ୍ୟବଧାନ ପରେ 7.2 ତ୍ରୀବତାର ଭୂକମ୍ପ ଅନୁଭୁତ ହୋଇଛି । 2010ରେ ହୋଇଥିବା ଭୂକମ୍ପରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.