ETV Bharat / international

କୋଭିଡ 19 ପ୍ରଭାବ: 50 ମିଲିୟନ ପାର ଗୁଗଲ ମିଟ୍ ଡାଉନଲୋଡ

କୋରୋନା ଯୋଗୁଁ ଅନେକ ଲୋକ ଓ କମ୍ପାନୀ ସାମନା ସାମନି ଭାବେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମିଟିଂ ବାତିଲ କରିଛନ୍ତି । ଏଥିପାଇଁ ସେମାନେ ଗୁଗଲ ମିଟ୍ ଉପରେ ନିର୍ଭରଶୀଳ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : May 21, 2020, 7:37 PM IST

କୋଭିଡ 19 ପ୍ରଭାବ: 50 ମିଲିୟନ ପାର ଗୁଗଲ ମିଟ୍ ଡାଉନଲୋଡ
କୋଭିଡ 19 ପ୍ରଭାବ: 50 ମିଲିୟନ ପାର ଗୁଗଲ ମିଟ୍ ଡାଉନଲୋଡ

ୱାଶିଂଟନ: କୋଭିଡ 19 ଯୋଗୁଁ ଅନେକ ସେକ୍ଟରରେ ସମସ୍ୟା ଦେଖାଦେଇଛି । ବିଭିନ୍ନ କମ୍ପାନୀ ବିପୁଳ କ୍ଷତି ସହିଛନ୍ତି । ହେଲେ ଏହି ସମୟରେ ଅନଲାଇନ ଭିଡିଓ କଲର ଚାହିଦା ବଢିଛି ଏବଂ ଏହା ବହୁତ ଲାଭ ପାଇଛି । ରିପୋର୍ଟ ଅନୁସାରେ ଭିଡିଓ କଲିଂ ଆପ୍ ଗୁଗଲ ମିଟ୍ ଡାଉନଲୋଡ୍ 50 ମିଲିୟନ ପାର କରିଛି ।

କୋରୋନା ଯୋଗୁଁ ଅନେକ ଲୋକ ଓ କମ୍ପାନୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମିଟିଂ ବାତିଲ କରିଛନ୍ତି । ସାମନାସାମନି ବୈଠକ କରିବା ଅସମ୍ଭବ ହୋଇପଡିଛି । ଫଳରେ ଏଥିପାଇଁ ସେମାନେ ଗୁଗଲ ମିଟ୍ ଉପରେ ନିର୍ଭରଶୀଳ ହୋଇଛନ୍ତି । ଏଥିପାଇଁ ଏହି ସମୟରେ ଅନେକ ଲୋକ ଗୁଗଲ ମିଟ୍ ଦ୍ବାରା ଇନଭାଇଟ୍ ପଠାଇ ଅନଲାଇନ ମିଟିଂ ଆୟୋଜନ କରିଛନ୍ତି । କମ୍ପାନୀ କାମ କରିବା ହେଉ ଅବା ଅନଲାଇନରେ ପାଠପଢା, ମିଟ୍ ଦ୍ବାରା ଲକ୍ଷାଧିକ ଲୋକ ଉପକୃତ ହୋଇଛନ୍ତି ।

ଖବର ଅନୁସାରେ ମାର୍ଚ୍ଚରେ ଏହାକୁ 5 ମିଲିୟନ ଲୋକ ଇନଷ୍ଟଲ କରିଥିଲେ । ସେହିପରି ମାତ୍ର 20 ଦିନରେ ଏହା 10 ମିଲିୟନ ଡାଉନଲୋଡ୍ସ ପାର କରିଥିଲା । ମାର୍ଚ୍ଚ 17 ସୁଦ୍ଧା ଏହାର ଡାଉନଲୋଡରେ ଅଦ୍ଭୁଦପୂର୍ବ ବୃଦ୍ଧି ଘଟିଥିଲା । ପୂର୍ବରୁ ଲୋକେ ଜୁମ୍ ଆପ୍ ଉପରେ ଅଧିକ ନିର୍ଭର ଥିଲେ । ହେଲେ ଲକଡାଉନରେ ଗୁଗଲ ମିଟ୍ ନୂଆ ରୂପରେ ଅପଡେଟ୍ ହେବା ସହ ଏଥିରେ ଅଧିକ ଫିଚର ଦେବା ପରେ ଏହା ପ୍ରତି ଲୋକଙ୍କ ଆଗ୍ରହ ବଢିଥିଲା ।

ପ୍ରଥମେ କେବଳ ଉଦ୍ୟୋଗପତି ଓ ଛାତ୍ରମାନେ ଏହାକୁ ବ୍ୟବହାର କରୁଥିଲେ । ପରେ ଏଥିରେ ଅନ୍ୟ ଲୋକ ମଧ୍ୟ ସାମିଲ ହୋଇଥିଲେ । ଏହାସହ ଗୁଗଲ ଏହା ସମସ୍ତଙ୍କ ପାଇଁ ମାଗଣା କରିଦେବା ପରେ ଏହାର ବ୍ୟବହାର ଅଧିକ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.