ETV Bharat / international

ବିଶ୍ବରେ କୋରୋନା ମୃତ୍ୟୁସଂଖ୍ୟା 10 ଲକ୍ଷ ପାର, ଆମେରିକା ସ୍ଥିତି ଶୋଚନୀୟ

କୋରୋନାର ପ୍ରକୋପ ଥମିବାର ନାଁ ନେଉନି। ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି କରିଥିବା ଏହି ଭାଇରସ ଏବେ ଉଗ୍ର ରୂପ ନେଉଛି। ତେବେ ସମସ୍ତେ ଏକ ପ୍ରକାର ଅଣନିଶ୍ବାସୀ ହୋଇଯାଇଥିବା ବେଳେ 10 ଲକ୍ଷ ପାର କଲାଣି ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା।

author img

By

Published : Sep 28, 2020, 7:53 AM IST

ବିଶ୍ବରେ କୋରୋନା ମୃତ୍ୟୁସଂଖ୍ୟା 10 ଲକ୍ଷ ପାର, ଆମେରିକା ସ୍ଥିତି ଶୋଚନୀୟ
ବିଶ୍ବରେ କୋରୋନା ମୃତ୍ୟୁସଂଖ୍ୟା 10 ଲକ୍ଷ ପାର, ଆମେରିକା ସ୍ଥିତି ଶୋଚନୀୟ

ନୂଆଦିଲ୍ଲୀ: କୋରୋନାର ପ୍ରକୋପ ଥମିବାର ନାଁ ନେଉନି। ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି କରିଥିବା ଏହି ଭାଇରସ ଏବେ ଉଗ୍ର ରୂପ ନେଉଛି। ତେବେ ସମସ୍ତେ ଏକ ପ୍ରକାର ଅଣନିଶ୍ବାସୀ ହୋଇଯାଇଥିବା ବେଳେ 10 ଲକ୍ଷ ପାର କଲାଣି ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା।

ସେଥିମଧ୍ୟରୁ ଆମେରିକାର ସ୍ଥିତି ସାଙ୍ଘାତିକରେ ରହିଛି। 200,000 ରୁ ଅଧିକ ମୃତ୍ୟୁ ସହ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରହିଛି। ଏଫପି ଅନୁଯାୟୀ, ଏପର୍ଯ୍ୟନ୍ତ 33,018,877 କୋରୋନାଭାଇରସ୍ ମାମଲା ରେକର୍ଡ କରାଯାଇଛି।

ଏବଂ ସାରା ବିଶ୍ୱରେ ମହାମାରୀ ହେତୁ 1,000,009 ଲୋକ ମୃତ୍ୟୁବରଣ କରିଛନ୍ତି। 9,190,683 ମାମଲାରେ 341,032 ମୃତ୍ୟୁ ସହ ଲାଟିନ୍ ଆମେରିକା ଏବଂ କାରିବିଆନ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଅଟେ।

ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଆମେରିକା ଏପର୍ଯ୍ୟନ୍ତ 7,093,285 ମାମଲା ନିଶ୍ଚିତ କରିଛି ଏବଂ ବିଶ୍ବର ଏହି ଶକ୍ତିଶାଳୀ ଦେଶରେ କୋରୋନା ପ୍ରକୋପ ପାଇଁ 204,606 ଲୋକ ମୃତ୍ୟୁ ହୋଇଛି। ତେବେ ଭାରତର ପୁନରୁଦ୍ଧାର ହାର ଭଲ ଦିଗରେ ରହିଛି। ଜାତୀୟ ପୁନରୁଦ୍ଧାର ହାର 82.46 ପ୍ରତିଶତ ରହିଛି। ଭାରତର ମୋଟ ପୁନରୁଦ୍ଧାର 49,41,627 କୁ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ 9,56,402 ସକ୍ରିୟ ମାମଲା ରହିଛି।

ଅନେକ ଦେଶ କୋରୋନାଭାଇରସ୍ ବିରୋଧରେ ଟିକା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର 26 ରେ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରି ଅନ୍ତର୍ଜାତୀୟ ସମୁଦାୟକୁ ଆଶ୍ୱାସନା ଦେଇଛନ୍ତି। କୋଭିଡ୍ ମୁକାବିଲାରେ ଭାରତର ଟିକା ଉତ୍ପାଦନ, ବିତରଣ କ୍ଷମତା ମାନବିକତାକୁ ସାହାଯ୍ୟ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.