ETV Bharat / international

ବିଷବୃକ୍ଷର ବିଶାକ୍ତ ଫୁଲ, ଛୁଇଁଲେ ଯାଇପାରେ ଜୀବନ

ସାରା ପୃଥିବୀରେ ଅନେକ ଜୀବଜନ୍ତୁ ଗଛଲତା ଦେଖିବାକୁ ମିଳନ୍ତି । ଗଛଲତା ଗୁଡ଼ିକର ସବୁଜିମା ଓ ସେଥିରେ ଫୁଟିଥିବା ଫୁଲ ସଭିଙ୍କୁ ବେଶ ଆକର୍ଷିତ କରେ । ଆଉ ଫୁଲକୁ ଦେଖିଲେ ତାକୁ ଛୁଇଁବାର ବା ତୋଳିବାର ଲୋଭ ସମ୍ବରଣ କରି ହୁଏ ନାହିଁ । କିନ୍ତୁ ଏମିତି ଏକ ଗଛ ଅଛି ଯାହାର ଫୁଲକୁ ବା ସେଇ ଗଛକୁ ଛୁଇଁଲେ ଆପଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ । ଆସନ୍ତୁ ଜାଣିବା ସେହି ଗଛ ବିଷୟରେ କିଛି ଅଜଣା କଥା ।

Giant Hogweed, Invasive Plant, plant Can Cause Severe Burns, ବିଷବୃକ୍ଷର ବିଶାକ୍ତ ଫୁଲ, ଜାଏଣ୍ଟ ହୋଗୱିଡ, କିଲର ଟ୍ରି, killer tree, ଅଜଣା କଥା, unknown facts
ସୌଜନ୍ୟ- www.dec.ny.gov
author img

By

Published : Sep 2, 2020, 9:00 AM IST

ବୃକ୍ଷଲତା ଆମ ଜୀବନ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ତାହା ଆମେ ସମସ୍ତେ ଜାଣିଛେ । ବୃକ୍ଷ ଆମକୁ ଅମ୍ଳଜାନ ଦିଏ, ଫଳ-ପୁଷ୍ପ ଦିଏ, ଆମ ପରିବେଶକୁ ସ୍ବଚ୍ଛ ନିର୍ମଣ ରଖିବାରେ ସହାୟକ ହୁଏ । ହେଲେ କେବେ ଜୀବନ ରକ୍ଷକ ଏହି ବୃକ୍ଷଲତା ଯଦି ନରହନ୍ତା ପାଲଟେ ! ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ । ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଏମିତି ଏକ ବୃକ୍ଷ ହେଉଛି ଜାଏଣ୍ଟ ହୋଗୱିଡ, ଯାହା କି କିଲର ଟ୍ରି ନାମରେ ବେଶ୍‌ ପରିଚିତ ।

ଗାଜର ପ୍ରଜାତିର ଏହି ଗଛର ବୈଜ୍ଞାନିକ ନାମ ହେଉଛି ହେରକିଲମ ମେଣ୍ଟାଗେଜିଏନମ । ଏହି ଗଛ ଏତେ ବିଶାକ୍ତ ଯେ ଏହାକୁ ଛୁଇଁବା ମାତ୍ରେ ହାତରେ ଫୋଟକା ହୋଇଯିବ । ଗଛଟି ଦେଖିବାକୁ ଏତେ ସୁନ୍ଦର ଯେ ଅଧିକାଂଶ ଲୋକ ଏହାକୁ ଛୁଇଁବାକୁ ମନ ବଳାନ୍ତି । କିନ୍ତୁ ଏହାକୁ ଛୁଇଁବାର 48 ଘଣ୍ଟା ମଧ୍ୟରେ ଏହାର କୁପ୍ରଭାବ ଶରୀରରେ ଦେଖିବାକୁ ମିଳେ ।

ତେବେ ଯଦି ଆପଣ ଏହି ବିଷ ବୃକ୍ଷକୁ ଅଜାଣତରେ ଛୁଇଁ ଦିଅନ୍ତି ତେବେ କଣ କରିବେ । ଗଛ ଦ୍ବାରା ପ୍ରଭାବିତ ହୋଇଥିବା ଅଂଶକୁ ଭଲଭାବରେ ସାବୁନରେ ଧୋଇ ଦିଅନ୍ତୁ ଓ ସେହି ସ୍ଥାନକୁ 48 ଘଣ୍ଟା ପର୍ଯ୍ୟନ୍ତ ସୂର୍ଯ୍ୟାଲୋକରୁ ବଞ୍ଚାଇ ରଖନ୍ତୁ । ଜଳାପୋଡ଼ା ହେଲେ ଡାକ୍ତରଙ୍କ ସହ ଯଥାଶୀଘ୍ର ପରାମର୍ଶ କରନ୍ତୁ ।

ବୈଜ୍ଞାନିକଙ୍କ ଅନୁସାରେ ଏହି ସଗଛ ସାପ ବିଷ ଠାରୁ ମଧ୍ୟ ଅଧିକ ବିଷାକ୍ତ । ଯଦି କେବେ ଆପଣ ଏହି ବୃକ୍ଷକୁ ଛୁଇଁ ଦିଅନ୍ତି ତେବେ ମାତ୍ର କିଛି ଘଣ୍ଟା ମଧ୍ୟରେ ଆପଣଙ୍କୁ ଆପଣଙ୍କ ଦେହ ଜଳିବା ଭଳି ଅନୁଭବ ହେବ । ଏହି କିଲର ଟ୍ରି ର ଉଚ୍ଚତା ପ୍ରାୟ 14 ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଏହି ଗଛ ପ୍ରାୟତଃ ନ୍ୟୁୟର୍କ, ପେନ୍ସେଲବେନିଆ, ଓହିଓ, ମେରୀଲାଣ୍ଡ, ୱାସିଂଟନ, ମିଶିଗନ ଓ ହେମ୍ପେଶାୟରରେ ଦେଖାଯାଇଥାଏ ।

ଡାକ୍ତର ମାନେ କୁହନ୍ତି ଯେ ଯଦି କେହି ଏହି ବୃକ୍ଷକୁ ଛୁଏଁ ତେବେ ତାର ଦୃଷ୍ଟିଶକ୍ତି ଚାଲି ଯିବାର ମଧ୍ୟ ଆଶଙ୍କା ରହିଛି । ଏପର୍ଯ୍ୟନ୍ତ ଏହି ବୃକ୍ଷରୁ ହେଉଥିବା କ୍ଷତିର ଉପଚାର ପାଇଁ କୌଣସି ସଠିକ ଔଷଧ ତିଆରି ହୋଇ ନାହିଁ । ଜାଏଣ୍ଟ ହୋଗୱିଡ ବିଷାକ୍ତ ହେବାର କାରଣ ହେଉଛି ଏହା ଭିତରେ ଥିବା ସେନ୍ସଆଇଜିଙ୍ଗ ଫୁରୋନୋକୌମାରିଙ୍ଗ ନାମକ ରସାୟନ, ଯାହା ଏହାକୁ ବିପଦଜନକ ଓ ବିଷାକ୍ତ କରେ ।

ତେବେ ଏବି ଗଛ ଯେ କେବଳ ଜୀବନ ପ୍ରତି ବିପଦ ସୃଷ୍ଟି କରେ ତାହା ନୁହେଁ ଏହି ଗଛର କିଛି ଭଲ ଗୁଣ ବି ଅଛି । ଏହା ପରିବେଶରେ ଅମ୍ଳଜାନ ଓ କାର୍ବନ ଡାଇଅକ୍ସାଇଡର ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.