ETV Bharat / international

ଆଗାମୀ 100 ଦିନରେ 50ହଜାର ଭେଣ୍ଟିଲେଟର ତିଆରି କରିବ ଫୋର୍ଡ

author img

By

Published : Apr 1, 2020, 9:54 PM IST

ଆମେରିକାର ବୃହତ ଗାଡ଼ି ନିର୍ମାତା ଫୋର୍ଡ ମୋଟର କମ୍ପାନୀ 50 ହଜାର ଭେଣ୍ଟିଲିଟର ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

Ford
Ford

ସାନ ଫ୍ରାନ୍ସିସ୍କୋ : ବିଶ୍ବରେ କୋରୋନା ସଂକ୍ରମଣ କ୍ରମାଗତ ଭାବରେ ବଢିବାରେ ଲାଗିଛି । ଏପରି ସ୍ଥଳେ କୋରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଭେଣ୍ଟିଲିଟରର ଆବଶ୍ୟକତା ବହୁଳ ମାତ୍ରାରେ ଜରୁରୀ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଆମେରିକାର ବୃହତ ଗାଡ଼ି ନିର୍ମାତା ଫୋର୍ଡ ମୋଟର କମ୍ପାନୀ 50 ହଜାର ଭେଣ୍ଟିଲିଟର ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛି ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା 100 ଦିନ ମଧ୍ୟରେ ଆମେରିକାର ମିଚିଗାନର ରାୱସନଭିଲ୍ ପ୍ଲାଣ୍ଟରେ 50,000 ଭେଣ୍ଟିଲେଟର ତିଆରି କରାଯିବ ।

"GE / Airon Model A-E" ନାମକ ଏକ ସରଳୀକୃତ ଭେଣ୍ଟିଲେଟର ଉତ୍ପାଦନ ପାଇଁ ଫୋର୍ଡ GE ହେଲ୍‌ଥ କେୟାର ସହିତ ସହଭାଗିତା କରିଛି ।

ଫୋର୍ଡର ସଭାପତି ତଥା ସିଇଓ ଜିମ ହ୍ୟାକେଟ୍ ମଙ୍ଗଳବାର ଏକ ବିବୃତ୍ତିରେ କହିଛନ୍ତି ଯେ, ନିରନ୍ତର ଭାବରେ କାର୍ଯ୍ୟ କରୁଥିବା ଫୋର୍ଡ ଏବଂ ଜି ହେଲ୍‌ଥ କେୟାର ଟିମ ଏହି ଅତି ଆବଶ୍ୟକୀୟ ଭେଣ୍ଟିଲେଟରକୁ ଶୀଘ୍ର ପ୍ରସ୍ତୁତ କରିବେ ।

ଫୋର୍ଡ ଏପ୍ରିଲ ଶେଷ ସୁଦ୍ଧା 1,500 ଭେଣ୍ଟିଲେଟର, ମେ ମାସ ଶେଷ ସୁଦ୍ଧା 12,000 ଏବଂ ଜୁଲାଇ 4 ସୁଦ୍ଧା 50,000 ଉତ୍ପାଦନ କରିବା ଲକ୍ଷ୍ୟ ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.