ETV Bharat / international

‘ଫ୍ଲୋଏଡିଙ୍କ ମୃତ୍ୟୁ ଯୋଜନାବଦ୍ଧ ହତ୍ୟାକାଣ୍ଡ’ - ଫ୍ଲୋଏଡିଙ୍କ ମୃତ୍ୟୁ ଯୋଜନାବଦ୍ଧ ହତ୍ୟାକାଣ୍ଡ

ଜର୍ଜ ଫ୍ଲୋଏଡିଙ୍କ ପରିବାରର ଜଣେ ଓକିଲ କହିଛନ୍ତି ଯେ ତାଙ୍କ ମୃତ୍ୟୁ ଏକ ଯୋଜାନବଦ୍ଧ ହତ୍ୟାକାଣ୍ଡ ଥିଲା । ପୋଲିସ ଅଧିକାରୀ ଯୋଜନା କରି ତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସେ ।

Floyd death
ଜର୍ଜ ଫ୍ଲୋଏଡି
author img

By

Published : Jun 1, 2020, 7:31 PM IST

ୱାସିଂଟନ: ଜର୍ଜ ଫ୍ଲୋଏଡିଙ୍କ ପରିବାରର ଜଣେ ଓକିଲ କହିଛନ୍ତି ଯେ ତାଙ୍କ ମୃତ୍ୟୁ ଏକ ଯୋଜାନବଦ୍ଧ ହତ୍ୟାକାଣ୍ଡ ଥିଲା । ପୋଲିସ ଅଧିକାରୀ ଯୋଜନା କରି ତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସେ । ମିନିନାପଲିସ୍ ପୋଲିସ୍ ଡେରେକ ଚାଉଭିନଙ୍କୁ ତୃତୀୟ ସ୍ତରୀୟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି କିନ୍ତୁ ଓକିଲ ବେଞ୍ଜାମିନ୍ କ୍ରମ୍ପ କହିଛନ୍ତି ଯେ ଏହା ପ୍ରଥମ ସ୍ତରୀୟ ହତ୍ୟା ମାମଲା।

ସେ କହିଛନ୍ତି, ‘ଆମେ ଭାବୁଛୁ ଯେ ତାଙ୍କର ଉଦ୍ଦେଶ୍ୟ ଥିଲା । ପ୍ରାୟ ନଅ ମିନିଟ୍ ସେ ତାଙ୍କ ଆଣ୍ଠୁକୁ ବ୍ୟକ୍ତିଙ୍କ ବେକରେ ରଖିଥିଲେ । ବ୍ୟକ୍ତି ଜଣକ ନିବେଦନ କରୁଥିଲା’। ଆମେରିକାର ଅନେକ ସହରରେ କର୍ଫ୍ୟୁ ଲାଗୁ ହୋଇଛି।

କୃଷ୍ଣକାୟ ଆମେରିକୀୟଙ୍କ ପୋଲିସର ହତ୍ୟାକୁ ନେଇ ଆମେରିକାର କ୍ରୋଧକୁ ବଢାଇ ଦେଇଛି। ଚେତାଶୂନ୍ୟ ହେବା ପରେ ପ୍ରାୟ ତିନି ମିନିଟ୍ ପର୍ଯ୍ୟନ୍ତ ପୋଲିସ ଜଣକ ତାଙ୍କ ଆଣ୍ଠୁକୁ ତାଙ୍କ ବେକରେ ରଖିଥିଲେ। ଆମେ ଏହା ବୁଝିପାରୁନାହୁଁ ଯେ ଏହା କିପରି ପ୍ରଥମ ଶ୍ରେଣୀ ହତ୍ୟା ନୁହେଁ। ଏହି ସମସ୍ତ ଅଧିକାରୀଙ୍କୁ କିପରି ଗିରଫ କରାଯାଇ ନାହିଁ ବୋଲି ଓକିଲ କହିଛନ୍ତି।

ଭିଡିଓ ଫୁଟେଜରେ 44 ବର୍ଷିୟ ଚାଉଭିନ ସୋମବାର ଫ୍ଲୋଏଡିଙ୍କ ବେକରେ ଆଣ୍ଠୁ ମାଡିଥିବାର ଦେଖିବାକୁ ମିଳିବ। 46 ବର୍ଷୀୟ ଫ୍ଲୋଏଡି ବାରମ୍ବାର କହୁଥିଲେ ଯେ ସେ ନିଶ୍ବାସ ନେବାରେ ଅସମର୍ଥ । ମିନିନାପଲିସ୍ ଓ ସେଣ୍ଟ୍ ପାଲ୍ ସହରରେ ପାଞ୍ଚ ରାତି ଅଗ୍ନିକାଣ୍ଡ ଓ ଲୁଟ୍ ହୋଇଛି। ମିନେସୋଟା ଗଭର୍ଣ୍ଣର ଟିମ୍ ୱାଲଜ ଶନିବାର କହିଛନ୍ତି ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ମିନେସୋଟାରେ ନ୍ୟାସନାଲ ଗାର୍ଡ ନିୟୋଜିତ କରୁଛନ୍ତି।

ରାଜ୍ୟପାଳ ୱାଲଜ କହିଛନ୍ତି ଯେ ତାଙ୍କ ରାଜ୍ୟରେ ଜାତିଭେଦ ଶ୍ରୀ ଫ୍ଲୋଏଡିଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଛି। ଘରୋଇ ଜରୁରୀକାଳୀନ ପରିସ୍ଥିତି ପାଇଁ ନ୍ୟାସନାଲ ଗାର୍ଡ ଆମେରିକାର ରିଜର୍ଭ ସାମରିକ ବାହିନୀ ରବିବାର କହିଛି ଯେ ଏହାର 5000 କର୍ମଚାରୀ 15 ଟି ରାଜ୍ୟ ଓ ୱାଶିଂଟନ୍ ଡିସିରେ ସକ୍ରିୟ ହୋଇଛନ୍ତି। ଏଥିରେ ଯୋଗ କରାଯାଇଛି ଯେ ରାଜ୍ୟ ତଥା ସ୍ଥାନୀୟ ଆଇନ ପ୍ରଣୟନକାରୀ ସଂସ୍ଥା ସୁରକ୍ଷା ପାଇଁ ଦାୟୀ ଅଟନ୍ତି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.