ETV Bharat / international

ଭେଣ୍ଟିଲେଟର ନିର୍ମାଣ କରିବ ବିଶ୍ବସ୍ତରୀୟ ୱେରେବୁଲସ ବ୍ରାଣ୍ଡ ଫିଟବିଟ୍

author img

By

Published : May 18, 2020, 7:10 PM IST

କୋରୋନା ଲଢେଇର ସହାୟତାର ହାତ ବଢାଇଛି ଅଗ୍ରଣୀ ବିଶ୍ବସ୍ତରୀୟ ୱେରେବୁଲସ ବ୍ରାଣ୍ଡ, ଫିଟବିଟ୍ । କୋରୋନା ଚିକିତ୍ସାରେ ଅତ୍ୟବଶ୍ୟକୀୟ ଭେଣ୍ଟିଲେଟର ନିର୍ମାଣ କରିବା ଲାଗି ଫିଟବିଟ୍ ଘୋଷଣା କରିଛି।

Fitbit
Fitbit

ସାନ ଫ୍ରାନ୍ସିସ୍କୋ: ସାରାବିଶ୍ବରେ କୋରୋନା ସ୍ଥିତି ଚିନ୍ତାଜନକ । କୋରୋନା ଲଢେଇର ସହାୟତାର ହାତ ବଢାଇଛି ଅଗ୍ରଣୀ ବିଶ୍ବସ୍ତରୀୟ ୱେରେବୁଲସ ବ୍ରାଣ୍ଡ, ଫିଟବିଟ୍ । କୋରୋନା ଚିକିତ୍ସାରେ ଅତ୍ୟବଶ୍ୟକୀୟ ଭେଣ୍ଟିଲେଟର ନିର୍ମାଣ କରିବା ଲାଗି ଫିଟବିଟ୍ ଘୋଷଣା କରିଛି।

ଭେଣ୍ଟିଲେଟର ନିର୍ମାଣ କରିବ ବିଶ୍ବସ୍ତରୀୟ ୱେରେବୁଲସ ବ୍ରାଣ୍ଡ ଫିଟବିଟ୍
ଭେଣ୍ଟିଲେଟର ନିର୍ମାଣ କରିବ ବିଶ୍ବସ୍ତରୀୟ ୱେରେବୁଲସ ବ୍ରାଣ୍ଡ ଫିଟବିଟ୍

ସିଏନବିସି ସହିତ ଏକ ବାର୍ତ୍ତାଳାପରେ ଫିଟବିଟ ସିଇଓ ଜେମ୍ସ ପାର୍କ କହିଛନ୍ତି ଯେ ଭେଣ୍ଟିଲେଟର କୋରୋନା ରୋଗୀଙ୍କ ଚିକିତ୍ସା କରିବା ପାଇଁ ଏକ ଅତ୍ୟବଶ୍ୟକୀୟ ରହିଛି ଏହାସହ ଏହି ଉପକରଣର ଯୋଗାଣ କୋରୋନା ଚିକିତ୍ସା କ୍ଷେତ୍ରରେ ସହାୟକ ରହିବ ।

ସେ ଆହୁରି କହିଛନ୍ତି ଯେ,କମ୍ପାନୀ ଏହାର ଟେକ୍ନୋଲୋଜିକୁ ଆଗାମୀ ଦିନରେ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟ୍ରେସନ (USFDA) କୁ ହସ୍ତାନ୍ତର କରିବ ।

ଜେମ୍ସ ପାର୍କ କହିବାନୁସାରେ, ଏକ ଟିମ୍ ମାସାଚୁସେଟ୍ସର ଜେନେରାଲ୍ ବ୍ରିଗମ୍ ଏବଂ ଓରେଗନ୍ ହେଲ୍ଥ ଆଣ୍ଡ ସାଇନ୍ସ ୟୁନିଭରସିଟି (ଓଏଚଏସୟୁ) ରେ ଡାକ୍ତରଙ୍କ ସହ ପରାମର୍ଶ ପରେ ଭେଣ୍ଟିଲେଟର ନିର୍ମାଣ ଉପରେ କାମ ଆରମ୍ଭ କରାଯାଇଛି ।

ପାର୍କ ସିଏନବିସିକୁ କହିଛନ୍ତି, ଭେଣ୍ଟିଲେଟରର ଅଭାବକୁ ନେଇ ଅନେକ ଚିନ୍ତା ଥିଲା ଏବଂ ଏହା ଅନୁଭୁତ ଯେ, ସପ୍ଲାଇ ଚେନ୍ ଦ୍ବାରା ଆମେ ଏହାର ସମାଧାନ କରିପାରିବୁ । ଭେଣ୍ଟିଲେଟରଗୁଡିକ ସବୁଠାରୁ ଅତ୍ୟାଧୁନିକ ରହିବା ସହ ଏହାର ମୂଲ୍ୟ ମଧ୍ୟ କମ ରହିବ ବୋଲି ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ବିଶ୍ବର କୋରୋନା କାଳରେ ଜିଏମ୍, ଫୋର୍ଡ, ଟେସଲା ଏବଂ ନାମୀଦାମୀ କମ୍ପାନୀ ଭେଣ୍ଟିଲେଟର ଉତ୍ପାଦନ କରିବା ପାଇଁ ସହଯୋଗର ହାତ ବଢାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.