ETV Bharat / international

ଚିଲ୍ଲିରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Mar 5, 2020, 2:50 AM IST

ସିଙ୍ଗାପୁର, ମାଲେସିଆ, ଇଣ୍ଡୋନେସିଆ, ମାଳଦ୍ବୀପ ଓ ସ୍ପେନ ଯାତ୍ରା ସାରି ଚିଲ୍ଲି ଫେରିଥିବା ଜଣେ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

Chile
ଚିଲିରେ ପ୍ରଥମ କୋରୋନା ଭାଇରସ ଚିହ୍ନଟ

ସାଣ୍ଟିୟାଗୋ: ଚିଲ୍ଲିରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ । ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ଦେଶର ସ୍ବାସ୍ଥ୍ୟ ଅଧିକାରୀ । ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥ(ଆଇଏସପି)ର ସୂଚନାନୂସାରେ, ମଧ୍ୟ ଚିଲ୍ଲିର ତାଲକା ସହରର ଏକ 33 ବର୍ଷୀୟ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେ ପ୍ରଥମେ ଏସିଆ ଓ ପରେ ୟୁରୋପ ଭ୍ରମଣ କରି ଆସିଥିବା ଜଣାପଡିଛି ।

କୋରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତିଯେ, ରୋଗୀ ଜଣଙ୍କ ଫେବୃଆରୀ 25 ତାରିଖରେ ଆସି ଚିଲ୍ଲିରେ ପହଞ୍ଚିଥିଲେ । ଏହାପରେ ମାର୍ଚ୍ଚ 1ରେ ତାଙ୍କୁ ନିଃଶ୍ବାସ ନେବାରେ କଷ୍ଟ ହୋଇଥିଲା । ଏହାସହ କୋରୋନା ସମ୍ବଦ୍ଧିତ ଲକ୍ଷଣ ତାଙ୍କ ଠାରେ ଦେଖିବାକୁ ମିଳିଥିଲା । ତେବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାପରେ ଉଚିତ ସେବା ଯୋଗାଇ ଦିଆଯାଉଥିବା ସେ କହିଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା କୋରୋନା ଭାଇରସ ୩୧ ଶହରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା ବେଳେ ପ୍ରାୟ ୯୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.