ETV Bharat / international

ସ୍କୁଲସ୍ତରୀୟ ଫୁଟବଲ୍ ମ୍ୟାଚରେ ଗୁଳିମାଡ, ୪ ଆହତ - football match firing

ଆମେରିକାରେ ସ୍କୁଲସ୍ତରୀୟ ଫୁଟବଲ୍ ମ୍ୟାଚ୍ ଚାଲିଥିବା ସମୟରେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ । ୪ ଆହତ । ଅଧିକ ପଢନ୍ତୁ...

firing at football match in america, 4 injured
ଆମେରିକାରେ ସ୍କୁଲସ୍ତରୀୟ ଫୁଟବଲ୍ ମ୍ୟାଚରେ ଗୁଳିମାଡ, ୪ ଆହତ
author img

By

Published : Oct 17, 2021, 12:44 PM IST

ୱାଶିଂଟନ: ସ୍କୁଲସ୍ତରୀୟ ଫୁଟ୍‌ବଲ୍‌ ମ୍ୟାଚ୍‌ ଚାଲିଥିବା ସମୟରେ ଖେଳାଳିଙ୍କ ଉପରେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ । ୪ ଜଣ ଆହତ ହୋଇଥିବା ସୂଚନା । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି । ଆହତଙ୍କ ମଧ୍ୟରୁ ୨ ଜଣ ନାବାଳକ ମଧ୍ୟ ଅଛନ୍ତି ।

ଗତକାଲି(ଶୁକ୍ରବାର) ରାତିରେ ଏକ ହାଇସ୍କୁଲ ତରଫରୁ ଫୁଟ୍‌ବଲ୍‌ ମ୍ୟାଚ୍‌ ଚାଲିଥିବା ସମୟରେ ଆମେରିକାର ଏଲବାମା ସହରରେ ଘଟିଛି ଏହି ଅଘଟଣ ।ଏଥିରେ ପ୍ରାୟ ୪ ଜଣ ଆହତ ହୋଇଛନ୍ତି । ଗୁଳିମାଡ ସମୟରେ ଖେଳାଳିମାନେ ଭୟରେ ମ୍ୟାଚ୍‌ ଛାଡି ଜୀବନ ବିକଳରେ ଦୌଡି ପଳାଉ ଥିବାର ଏକ ଭିଡିଓ ଭାଇରାଲ ହେଉଛି । ସୁରକ୍ଷା କର୍ମୀମାନେ ଖେଳାଳିଙ୍କୁ ପଡ଼ିଆରୁ ବାହାରକୁ ନେଇଛନ୍ତି ।

ସ୍ଥାନୀୟ ପୋଲିସର ସୂଚନାନୁସାରେ, ଆହତ ୪ ଜଣଙ୍କ ମଧ୍ୟରୁ ଦୁଇଜଣ ନାବାଳକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୱିଲିୟମସନ ହାଇସ୍କୁଲ ଓ ଭାଏଗର ହାଇସ୍କୁଲ ମଧ୍ୟରେ ଖେଳାଯାଉଥିଲା ଏହି ଫୁଟବଲ ମ୍ୟାଚ । ପଡିଆ ଉପରେ ପ୍ରାୟ ୭ ରାଉଣ୍ଡ ଗୁଳିମାଡ ହୋଇଥିଲା, ଯେଉଁଥିରୁ ୪ଟି ସେଲ୍‌ ଜବତ ହୋଇଛି । ଏପର୍ଯ୍ୟନ୍ତ କେବଳ ଜଣେ ସୁଟରଙ୍କୁ ସନ୍ଦେହ କରାଯାଉଛି, କିନ୍ତୁ ଏଥିରେ ଅନେକ ଲୋକ ଜଡିତ ଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.