ETV Bharat / international

ଲାସୋରୁ ହଟିଲା ଫେସବୁକର ଧ୍ୟାନ, ଆଗାମୀ ଟାର୍ଗେଟ ଇନଷ୍ଟାଗ୍ରାମର ‘ରିଲ୍ସ’

author img

By

Published : Jul 4, 2020, 7:03 AM IST

ଭାରତରେ ଚୀନ ସମ୍ବନ୍ଧୀୟ 59ଟି ଆପ୍‌ ବ୍ୟାନ ପରେ ଏ ଦିଗରେ ପଦକ୍ଷେପ ନେଇଛି ଫେସବୁକ । ଚାଇନିଜ ଆପ୍‌ ଟିକ୍‌ଟକ୍‌ ଦ୍ବାରା ପ୍ରଭାବିତ ଫେସବୁକର ଭିଡିଓ ଆପ୍‌ ଲାସୋକୁ ସୋସିଆଲ ନେଟୱାର୍କି ଜାଏଣ୍ଟ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି ।

Facebook latest news, lasso app, reels feature, facebook, latest technology news, ଫେସବୁକ ଲାଟେଷ୍ଟ ନ୍ୟୁଜ୍‌, ଲାସୋ ଆପ୍‌, ରିଲ୍ସ ଫିଚର, ଫେସବୁକ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଲାସୋରୁ ହଟିଲା ଫେସବୁକର ଧ୍ୟାନ, ଆଗାମୀ ଟାର୍ଗେଟ ଇନଷ୍ଟାଗ୍ରାମର ‘ରିଲ୍ସ’

ସାନ ଫ୍ସାନ୍ସିସ୍କୋ: ଭାରତରେ ଚୀନ ସମ୍ବନ୍ଧୀୟ 59ଟି ଆପ୍‌ ବ୍ୟାନ ପରେ ଏ ଦିଗରେ ପଦକ୍ଷେପ ନେଇଛି ଫେସବୁକ । ଚାଇନିଜ ଆପ୍‌ ଟିକ୍‌ଟକ୍‌ ଦ୍ବାରା ପ୍ରଭାବିତ ଫେସବୁକର ଭିଡିଓ ଆପ୍‌ ଲାସୋକୁ ସୋସିଆଲ ନେଟୱାର୍କି ଜାଏଣ୍ଟ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି । ଏବେ ଏହି ଆପ୍‌ ଉପରୁ ଧ୍ୟାନ ହଟାଇ ଇନଷ୍ଟାଗ୍ରାନର ଭିଡିଓ ଏଡିଟିଂ ଆପ୍‌ ରିଲ୍ସ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ କମ୍ପାନୀ ସ୍ପଷ୍ଟ କରିଛି । ତେବେ 2019 ମସିହାରେ ଫେସବୁକ ଲାସୋ ଆପ୍‌ ଲଞ୍ଚ କରିଥିବା ସୂଚନା ରହିଛି ।

  • ଫେସବୁକ ବର୍ତ୍ତମାନ ଲାସୋ ୟୁଜର୍ସଙ୍କୁ ନୋଟିଫିକେସନ ପଠାଇବା ଆରମ୍ଭ କରିଛି । ଏଥିରେ ଜୁଲାଇ 10 ପରଠାରୁ ଆପ୍‌ଟି କାର୍ଯ୍ୟକାରୀ ହେବ ନାହିଁ ବୋଲି ଫେସବୁକ ସୂଚନା ଦେଉଛି । ତେଣୁ ନିଜ ଆବଶ୍ୟକତା ମୁତାବକ ଭିଡିଓ ଡାଉନଲୋଡ କରିନେବା ପାଇଁ ୟୁଜର୍ସଙ୍କୁ ଫେସବୁକ ନୋଟିଫିକେଶନ ଜରିଆରେ ସୂଚିତ କରୁଛି ।
  • ଟିକ୍‌ଟକ୍‌ ପରି ଲାସୋ ଆପରେ ୟୁଜର୍ସ 15 ସେକେଣ୍ଡ ପର୍ଯ୍ୟନ୍ତ ଭିଡିଓ ରେକର୍ଡ କରିପାରିବାର ସୁବିଧା ଥିଲା । ଏଥିରେ ଫେନସ ଗୀତର ବ୍ୟବହାର ମଧ୍ୟ କରାଯାଇପାରୁଥିଲା ।
  • କଲମ୍ବିଆ, ମେକ୍ସିକୋ, ଆମେରିକା, ଆର୍ଜେଣ୍ଟିନା, ଚିଲି, ପେରୁ, ପାନାମା, କୋଷ୍ଟା ରିକା, ଏଲ ସାଲଭାଡୋର, ଏକ୍ୟୁଏଡର ଓ ଉରୁଗୁଏରେ ଲାସୋ ଉପଲବ୍ଧ ଥିଲା ।
  • ଏବେ ଫେସବୁକ ରିଲ୍ସ ଉପରେ ନିଜ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ଯୋଜନା କରୁଛି ।
  • ରିଲ୍ସ ହେଉଛି ଏକ ଭିଡିଓ ଏଡିଟିଂ ଟୁଲ । ଯେଉଁଥିରେ ୟୁଜର୍ସ ଭିଡିଓ ରେକର୍ଡ କରିବା ସହ ତାକୁ ଏଡିଟ କରି ଇନଷ୍ଟାଗ୍ରାମ ଷ୍ଟୋରୀ ଓ ଡିଏମରେ ପୋଷ୍ଟ କରିପାରିବେ ।
  • ଏହି ସର୍ଭିସ ବର୍ତ୍ତମାନ ଫ୍ରାନ୍ସ ଓ ଜର୍ମାନୀରେ ଆରମ୍ଭ ହୋଇଛି ।
  • ବ୍ରାଜିଲରେ ପ୍ରଥମେ ଏହି ସର୍ଭିସ ପରୀକ୍ଷାମୂଳକ ଭାବେ ଲଞ୍ଚ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.