ETV Bharat / international

ଫେସବୁକ ନାଁରେ ମାମଲା, 3 ଲକ୍ଷ ଲୋକଙ୍କ ଡାଟା ଲିକ୍ ଅଭିଯୋଗ

ଅଷ୍ଟ୍ରେଲିଆରେ ଫେସବୁକ ବିରୋଧରେ ତିନି ଲକ୍ଷରୁ ଅଧିକ ଲୋକଙ୍କ ବ୍ୟକ୍ତିଗତ ସୂଚନା ସେମାନଙ୍କ ବିନା ଅନୁମତିରେ ସେୟାର କରିଥିବାରୁ ଏକ ମକଦ୍ଦମା ଦାୟର କରାଯାଇଛି । ଅଧିକ ପଢନ୍ତୁ...

ଫେସବୁକ ନାଁରେ ମାମଲା,  3 ଲକ୍ଷ ଲୋକଙ୍କ ଡାଟା ଲିକ୍ ଅଭିଯୋଗ
ଫେସବୁକ ନାଁରେ ମାମଲା, 3 ଲକ୍ଷ ଲୋକଙ୍କ ଡାଟା ଲିକ୍ ଅଭିଯୋଗ
author img

By

Published : Mar 10, 2020, 4:34 PM IST

ଅଷ୍ଟ୍ରେଲିଆ: ପୁଣି ବଢିଲା ଫେସବୁକ୍ ପାଇଁ ଅଡୁଆ । ଏକାସହ 3 ଲକ୍ଷ ଲୋକଙ୍କ ଡାଟା ଲିକ୍ ଅଭିଯୋଗ । ଅଷ୍ଟ୍ରେଲିଆରେ ଫେସବୁକ ବିରୋଧରେ ତିନି ଲକ୍ଷରୁ ଅଧିକ ଲୋକଙ୍କ ବ୍ୟକ୍ତିଗତ ସୂଚନା ସେମାନଙ୍କ ବିନା ଅନୁମତିରେ ରାଜନୈତିକ ପରାମର୍ଶଦାତା କମ୍ପାନୀ କେମ୍ବ୍ରିଜ ଆନାଲିଟିକା ସହିତ ସେୟାର କରିଥିବାରୁ ଏକ ମକଦ୍ଦମା ଦାୟର କରାଯାଇଛି ।

ଅଷ୍ଟ୍ରେଲୀୟ ସୂଚନା କମିଶନର ଆଞ୍ଜେଲିନ୍ ଫାଲ୍କ ନିଜ ୱେବସାଇଟରେ ରାଜନିତକ ସୂଚନା ପାଇଁ ଫେସବୁକର 3,11,127 ଉପଭୋକ୍ତାଙ୍କ ତଥ୍ୟ ପ୍ରକାଶ କରି ଗୋପନୀୟତା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। ଏନେଇ ସେ କହିଛନ୍ତି, ଫେସବୁକ ବ୍ୟକ୍ତିଗତ ସୂଚନାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ।

ଏହି ମକଦ୍ଦମାରେ ଗୋପନୀୟତା ଆଇନର ପ୍ରତ୍ୟେକ ଉଲ୍ଲଂଘନ ସର୍ବାଧିକ 1.7 ମିଲିୟନ୍ ଅଷ୍ଟ୍ରେଲିୟ ଡଲାର୍ (US $ 1.1 ମିଲିୟନ୍) ଜୋରିମାନା ଦେଇପାରେ। ଯଦି 3,11,127 ମାମଲା ପାଇଁ କୋର୍ଟ ସର୍ବାଧିକ ଦଣ୍ଡବିଧାନ କରନ୍ତି, ତେବେ ଜୋରିମାନା 529 ବିଲିୟନ ଅଷ୍ଟ୍ରେଲିୟ ଡଲାର ହେବ।

ଏଠାରେ ସୂଚନାଯୋଗ୍ୟ, 2014 ରୁ 2015 ପର୍ଯ୍ୟନ୍ତ ଜଣେ ଉପଭୋକ୍ତାଙ୍କ ବ୍ୟକ୍ତିଗତ କୁଇଜ୍ ସର୍ଭେ ଯୋଗୁଁ ଆମେରିକାର ଫେଡେରାଲ୍ ବାଣିଜ୍ୟ କମିଶନ ଗତ ଜୁଲାଇ ମାସରେ ଫେସବୁକକୁ 5 ବିଲିୟନ ଡ଼ଲାର ଜୋରିମାନା କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.