ETV Bharat / international

ଭାରତ ସରକାରଙ୍କ ନିଷ୍ପତ୍ତିକୁ ହ୍ବାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତାଙ୍କ ପ୍ରଶଂସା - ଆନ୍ଥୋନୀ ଫାଉସି

କୋଭିଶିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ବଢାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାକୁ ପ୍ରଶଂସା କରିଛନ୍ତି ହ୍ବାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡଃ ଆନ୍ଥୋନୀ ଫାଉସି । ଅଧିକ ପଢନ୍ତୁ...

extended-gap between 2 doses of covishield

author img

By

Published : May 14, 2021, 10:43 AM IST

ୱାଶିଂଟନ: ଭାରତରେ ଟୀକାକରଣ ଅଭିଯାନରେ ଦୁଇଟି ସ୍ବଦେଶୀ ଟିକାର ବ୍ୟବହାର ହେଉଛି । ମାତ୍ର ଅନେକ ରାଜ୍ୟରେ ଟିକାର ଅଭାବ ସୃଷ୍ଟି ହୋଇଛି । ଦେଶରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଥିଲେ ହେଁ କିଛି ରାଜ୍ୟରେ ଏହା ଆରମ୍ଭ ହୋଇପାରି ନାହିଁ । ଯାହାକୁ ଦୃଷ୍ଟିରେ ରଖି କୋଭିଶିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ବଢାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଭାରତରେ କୋରୋନା ସଙ୍କଟ ଦୂର କରିବାକୁ ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଯୁକ୍ତିଯୁକ୍ତ ବୋଲି ପ୍ରଶଂସା କରିଛନ୍ତି ହ୍ବାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡଃ ଆନ୍ଥୋନୀ ଫାଉସି । ଗୁରୁବାର ଦିନ ଏକ ସାକ୍ଷାତକାରରେ ଗଣମାଧ୍ୟମକୁ ସେ ଏହା କହିଛନ୍ତି ।

ଆନ୍ଥୋନୀ କହିଛନ୍ତି, ଭାରତ ଯେପରି ଏକ କଠିନ ସମୟ ଦେଇ ଗତି କରୁଛି, ଏହି ସମୟରେ ଯେତେଶୀଘ୍ର ସମ୍ଭବ ଲୋକଙ୍କୁ ଟୀକାକରଣ କରିବାକୁ ହେବ । ତେଣୁ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ଏଭଳି ସ୍ଥିତିରେ ମୁଁ ଯଥାର୍ଥ ଉପାୟ ବୋଲି ମନେ କରୁଛି । ଆହୁରିମଧ୍ୟ, ଆସନ୍ତା ସପ୍ତାହରୁ ଭାରତୀୟ ନାଗରିକଙ୍କୁ ଋଷିଆର ସ୍ଫୁଟନିକ-ଭି ଦିଆଯିବାର ସମ୍ଭାବନା ରହିଛି । ଯାହାଫଳରେ ଭାରତର ମେଗା ଟୀକାକରଣ ଡ୍ରାଇଭର ବର୍ତ୍ତମାନ ତିନୋଟି ଟିକା ରହିବ ବୋଲି ଆନ୍ଥୋନୀ କହିଛନ୍ତି ।

ସୂଚନାଥାଉ କି, ଗୁରୁବାର ଦିନ ଭାରତ ସରକାର ଘୋଷଣା କରିଛନ୍ତି ଯେ କୋଭିଶିଲ୍ଡ ଟିକାର ପ୍ରଥମ ଏବଂ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନ 12-16 ସପ୍ତାହକୁ ବୃଦ୍ଧି କରାଯାଇଛି । ତିନି ମାସ ମଧ୍ୟରେ ଦ୍ବିତୀୟ ଥର ପାଇଁ କୋଭିଶିଲ୍ଡ ଡୋଜ ବ୍ୟବଧାନକୁ ବୃଦ୍ଧି କରାଯାଇଛି । ଯାହା ପୁନର୍ବାର ଆଲୋଚନାର ପ୍ରସଙ୍ଗ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.