ହାଇଦ୍ରାବାଦ: ନୂଆବର୍ଷର ପ୍ରଥମ ଦିନରେ ଇରାନ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାକର ବାଗଦାଦରେ ଥିବା ଆମେରିକା ଦୂତାବାସ ଆଗରେ ପ୍ରଦର୍ଶନକୁ ନେଇ ଇରାନ ସମର୍ଥକଙ୍କୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ ।
ଇରାକର ବାଗଦାଦ ସ୍ଥିତ ଆମେରିକା ଦୂତାବାସ ବାହାରେ ଇରାନର ହଜାର ହଜାର ସମର୍ଥକ ପ୍ରଦର୍ଶନ କରୁଛନ୍ତି । ପ୍ରଦର୍ଶନ ବେଳେ ଦୂତାବାସ ଉପରେ ପଥର ଫିଙ୍ଗାଯାଇଛି । ଏହାର ଜବାବରେ ଟ୍ରମ୍ପ ଇରାନକୁ ଧମକ ଦେଇଛନ୍ତି । ଯଦି ଆମେରିକା ଦୂତାବାସରେ କୌଣସି ବି ସଦସ୍ୟଙ୍କୁ କିଛି ବି କ୍ଷତି ପହଞ୍ଚେ, ତେବେ ଇରାନକୁ ଏହାର ବହୁତ ବଡ ମୂଲ୍ୟ ଦେବାକୁ ପଡିବ ବୋଲି ଟ୍ରମ୍ପ କହିଛନ୍ତି ।
ଡୋନାଲ୍ଡ ଟ୍ରମ୍ପ ଟ୍ବିଟ କରି ଇରାନ ସ୍ଥିତ ଆମେରିକା ଦୂତାବାସ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି । ଏହାସହ ସେ ଇରାନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ତୁରନ୍ତ ଆକ୍ସନ ନେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଟ୍ରମ୍ପ ଲେଖିଛନ୍ତି ଯେ ଯଦି ପ୍ରଦର୍ଶନ ସମୟରେ ଆମେରିକା ଦୂତାବାସର ସଦସ୍ୟଙ୍କୁ କ୍ଷତି ପହଞ୍ଚେ, ତେବେ ବହୁତ ବଡ ମୂଲ୍ୟ ଦେବାକୁ ପଡିବ । ଏହାକୁ ଚେତାବନୀ ନୁହେଁ, ଧମକ ବୋଲି ଭାବ । ହ୍ୟାପି ନ୍ୟୁ ଇୟର ।