ETV Bharat / international

ଫେସବୁକ ଓ ଟ୍ୱିଟର ବ୍ୟାନ ପରେ ନିଜସ୍ୱ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଲଞ୍ଚ କଲେ ଟ୍ରମ୍ପ

author img

By

Published : May 5, 2021, 5:28 PM IST

ଫେସବୁକ୍ ଏବଂ ଟ୍ୱିଟରରେ ବ୍ୟାନ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି । ଯାହା ବାସ୍ତବରେ ତାଙ୍କ ନିଜ ୱେବସାଇଟରେ ଏକ ୱାର୍ଡପ୍ରେସ୍ ବ୍ଲଗ୍ ଭାବେ ସ୍ଥାନ ପାଇଛି । ଅଧିକ ପଢନ୍ତୁ...

ଫେସବୁକ ଓ ଟ୍ୱିଟର ବ୍ୟାନ ପରେ ନିଜସ୍ୱ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଆରମ୍ଭ କଲେ ଟ୍ରମ୍ପ

ୱାଶିଂଟନ: ଫେସବୁକ୍ ଏବଂ ଟ୍ୱିଟରରେ ବ୍ୟାନ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି । ଯାହା ବାସ୍ତବରେ ତାଙ୍କ ନିଜ ୱେବସାଇଟରେ ଏକ ୱାର୍ଡପ୍ରେସ୍ ବ୍ଲଗ୍ ଭାବେ ସ୍ଥାନ ପାଇଛି । ତାଙ୍କର ଅନୁଗାମୀ ବା ଫଲୋଅର୍ସମାନେ ହିଁ ସେମାନଙ୍କର ଇମେଲ ଏବଂ ଫୋନ ନମ୍ବର ମାଧ୍ୟମରେ ପ୍ଲାଟଫର୍ମରେ ପୋଷ୍ଟ ଆଲର୍ଟ ପାଇଁ ସାଇନ୍ ଅପ୍ କରିପାରିବେ । ନୂତନ ପ୍ଲାଟଫର୍ମ ଟ୍ୱିଟରର ଏକ ଜେନେରିକ୍ ସଂସ୍କରଣ ପରି ଡିଜାଇନ୍ ହୋଇଛି, କିନ୍ତୁ ଏକ ଚାଲୁଥିବା ବ୍ଲଗ୍ ଭାବରେ ହୋଷ୍ଟ ହୋଇଛି ।

ମଙ୍ଗଳବାର ଦିନ ଜଣେ ଟ୍ବିଟର ମୁଖପାତ୍ର, ଦି ଭର୍ଜକୁ କହିଛନ୍ତି ଯେ, ସାଧାରଣତଃ ୱେବସାଇଟ୍ ରେଫରେନ୍ସରୁ ବିଷୟବସ୍ତୁ ସେୟାର ପାଇଁ ଅନୁମତି ଦିଆଯାଏ ଯେପର୍ଯ୍ୟନ୍ତ ମାଟେରିଆଲ ଅନ୍ୟ ଟ୍ୱିଟର ନିୟମ ବନେଇ ନାହାଁନ୍ତି । ଟ୍ରମ୍ପ ନୂତନ ‘ପ୍ଲାଟଫର୍ମ’ରେ ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ବିଭିନ୍ନ ପୋଷ୍ଟ କରିଛନ୍ତି। ଏଥିରେ ଏକ ଭିଡିଓ ପୋଷ୍ଟ କରାଯାଇଛି ଯାହାକି ଦର୍ଶାଉଛି ଯେ ମୁକ୍ତ ଭାବରେ କହିବାର ଅଧିକାର ସମସ୍ତଙ୍କୁ ମିଳିବା ଆବଶ୍ୟକ ।

ଟ୍ରମ୍ପଙ୍କ ପୂର୍ବତନ ସହଯୋଗୀ ବ୍ରାଡ ପାର୍ସକେଲଙ୍କ ଦ୍ୱାରା ପ୍ରତିଷ୍ଠିତ ଡିଜିଟାଲ ସେବା କମ୍ପାନୀ କ୍ୟାମ୍ପେନ ନ୍ୟୁକ୍ଲିଅସ ଦ୍ୱାରା ଏହି ପ୍ଲାଟଫର୍ମ ନିର୍ମିତ ହୋଇଥିବା ଜଣାପଡିଛି। ଜାନୁଆରୀ 6 ରେ ୟୁଏସ କ୍ୟାପିଟାଲ ଉପରେ ଆକ୍ରମଣ ପରେ,ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିବା ସହ ଉତ୍ତେଜନାମୂଳକ ଭାଷଣ ଦେଇଥିବାରୁ ଟ୍ରମ୍ପଙ୍କୁ ଫେସବୁକ୍ ଏବଂ ଟ୍ୱିଟର ଭଳି ଅନ୍ୟ ସୋସିଆଲ ମିଡ଼ିଆମାନେ ଜାନୁଆରୀ 21 ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ କରିଦେଇଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.