ETV Bharat / international

ଇରାନକୁ ଟ୍ରମ୍ପଙ୍କ ଧମକ, ସମୁଦ୍ରରେ ହଇରାଣ କଲେ ଧ୍ବଂସ କରିଦେବୁ ଜାହାଜ

author img

By

Published : Apr 23, 2020, 10:55 AM IST

କୋରୋନାକୁ ନେଇ ବିଶ୍ବବ୍ୟାପୀ ସଙ୍କଟ ଦେଖାଦେଇଛି, କିନ୍ତୁ ଏସମୟରେ ମଧ୍ୟ ଆମେରିକା ଓ ଇରାନ ମଧ୍ୟରେ ବିବାଦ ଲାଗି ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ କରି ଇରାନକୁ ଧମକ ଦେଇଛନ୍ତି ।

donald trump
ଇରାନକୁ ଟ୍ରମ୍ପଙ୍କ ଧମକ

ୱାସିଂଟନ: କୋରୋନାକୁ ନେଇ ବିଶ୍ବବ୍ୟାପୀ ସଙ୍କଟ ଦେଖାଦେଇଛି, କିନ୍ତୁ ଏସମୟରେ ମଧ୍ୟ ଆମେରିକା ଓ ଇରାନ ମଧ୍ୟରେ ବିବାଦ ଲାଗି ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ କରି ଇରାନକୁ ଧମକ ଦେଇଛନ୍ତି । ଯଦି ଇରାନୀୟ ଜାହାଜ ପାଇଁ ଆମେରିକା ଜାହାଜ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନଙ୍କୁ ବିସ୍ଫୋରଣ କରି ଧ୍ବସଂ କରି ଦେବାକୁ ଟ୍ରମ୍ପ ଧମକ ଦେଇଛନ୍ତି।

ଟ୍ରମ୍ପ ଏକ ଟ୍ବିଟ୍ ମାଧ୍ୟମରେ ଇରାନକୁ ଚେତାବନୀ ଦେଇଛନ୍ତି । ସେ ଆମେରିକାର ନୌସେନାକୁ କହିଛନ୍ତି ଯେ ଯଦି ସମୁଦ୍ରରେ ଇରାନର ଜାହାଜ କୌଣସି ପ୍ରକାରେ କ୍ଷତି କରେ, ତେବେ ସେମାନଙ୍କୁ ବିନାଶ କରାଯିବା ଉଚିତ୍ ।

ଆମେରିକା ଓ ଇରାନ ଉଭୟ କୋରୋନା ମହାମାରୀରେ ବେଶ୍ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ କେବେ ସାମାନ୍ୟ ରହିନାହିଁ । ସମୁଦ୍ରରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ସମସ୍ୟାକୁ ନେଇ ଆମେରିକା ସେନା ମୁଖ୍ୟ ଇରାନର ଆଚରଣ ନେଇ ଅଭିଯୋଗ କରିଥିଲେ ।

ଅନ୍ୟପକ୍ଷେ ଇରାନର ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ଆଧାରହୀନ କହିଛନ୍ତି । ଇରାନଙ୍କ ପ୍ରତିରକ୍ଷା ମନ୍ତ୍ରୀ ବ୍ରିଗେଡିୟର୍ ଜେନେରାଲ୍ ଆମିର ହାତାମି କହିଛନ୍ତି ଯେ, ପାର୍ସୀ ଉପସାଗରୀୟ ଅଞ୍ଚଳରେ ଆମେରିକାର ଅବୈଧ ତଥା ଆକ୍ରମଣାତ୍ମକ ଉପସ୍ଥିତି ଯୋଗୁଁ ଅସୁରକ୍ଷିତ ଅବସ୍ଥା ରହିଛି ।

ଗତ ସପ୍ତାହରେ ଆମେରିକାର ସୈନ୍ୟବାହିନୀ ରିପୋର୍ଟ କରିଥିଲା ​​ଯେ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ନୌସେନା (IRGCN) ର 11 ଟି ଜାହାଜ ଆମେରିକାର ନୌସେନା ଏବଂ ତଟରକ୍ଷୀ ବାହିନୀ ଜାହାଜ ନିକଟରେ ବିପଦପୂର୍ଣ୍ଣ ଭାବରେ ଆସିଛି, ଯାହାକୁ ସେମାନେ ବିପଦଜ୍ଜନକ ଏବଂ ଉତ୍ତେଜକ ବୋଲି ବର୍ଣ୍ଣନା କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.