ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହର ଆଣ୍ଟିମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଗ୍ରହଣ କରିବା ପରେ ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛନ୍ତି । ଯଦି ସେ ଭାବନ୍ତି ଯେ କୌଣସି କୋରୋନା ସନ୍ଦିଗ୍ଧଙ୍କ ସମ୍ପର୍କରେ ଆସିଛନ୍ତି ତେବେ ସେ ପୁଣି ଥରେ ଔଷଧ ଗ୍ରହଣ କରିବେ ବୋଲି କହିଛନ୍ତି ହ୍ବାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ ।
କୋଭିଡ-19ର ଚିକିତ୍ସା ପାଇଁ ଏହି ଔଷଧ FDA ଅନୁମୋଦିତ ନୁହେଁ, କିନ୍ତୁ ଏହା ସଂକ୍ରମଣର ସମ୍ଭାବ୍ୟ ଚିକିତ୍ସା ଭାବରେ ଚିହ୍ନଟ ହୋଇଛି । ଆମେରିକା ସରକାର ଏହାର ତୁରନ୍ତ ଉପଲବ୍ଧତା ପାଇଁ ଅନୁରୋଧ କରିଛନ୍ତି ।
ମହାମାରୀ କୋରୋନା ଲଢେଇରେ ଟ୍ରମ୍ପ ହାଇଡ୍ରୋକ୍ସିକ୍ଲୋରୋକୁଇନକୁ ଗେମ ଚେଞ୍ଜର ବୋଲି କହିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ହ୍ବାଇଟ ହାଉସରେ ପ୍ରେସ ସଚିବ କେଏଲି ମ୍ୟାକେନେ ସମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପ୍ରଶ୍ନ ପଚରାଯିବାରୁ ସେ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ ଦେଖାଦେଉଛି ହାଇଡ୍ରୋକ୍ସିକ୍ଲୋକୋରକୁଇନର ବ୍ୟବହାର ନେଇ ଅନେକ ବିବାଦ ଦେଖାଦେଉଛି । ଅନେକ ଡାକ୍ତର ଓ ଅନୁସନ୍ଧାନକାରୀ ଏହାକୁ ସମର୍ଥନ କରୁଥିବା ବେଳେ ଅନେକ ଏହାକୁ ସମର୍ଥନ କରୁନାହାନ୍ତି । ଯେତେବେଳେ କି ମ୍ୟାକିନ କହିଛନ୍ତି ଡାକ୍ତରଙ୍କ ପରାମର୍ଶରେ ହିଁ ଏହାକୁ ଗ୍ରହଣ କରିବା ଉଚିତ ।