ସାନ୍ ଫ୍ରାନ୍ସିସ୍କୋ: କୋରୋନା ଯୋଗୁଁ ଅନେକ ଦେଶରେ ଲକଡାଉନ ରହିଛି | ଲକଡାଉନ ଯୋଗୁଁ ଅନେକ ସରକାରୀ ତଥା ଘରୋଇ କମ୍ପାନୀ ୱାର୍କ ଫ୍ରମ ହୋମ ବ୍ୟବସ୍ଥା ଲାଗୁ କରିଛନ୍ତି | ଏହାସହ ଅନେକ କମ୍ପାନୀ ଏହାକୁ ଦୀର୍ଘକାଳୀନ କରିବା ପାଇଁ ଯୋଜନା ମଧ୍ୟ କରୁଛନ୍ତି । ଏବେ ୱାର୍କ ଫ୍ରମ ହୋମର ଦୀର୍ଘକାଳୀନ ଓ ସ୍ଥାୟୀ ଯୋଜନା ଓ ଏହାର କୁପ୍ରଭାବ କିପରି ଭାବେ ପ୍ରଭାବିତ କରିବ ସେ ନେଇ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଚିନ୍ତାଜନକ ଚେତାବନୀ ଦେଇଛନ୍ତି ।
ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା କହିଛନ୍ତି ଯେ, ଯେ ୱାର୍କ ଫ୍ରମ ହୋମ କର୍ମଚାରୀଙ୍କ ସାମାଜିକ ପାରସ୍ପରିକ ସମ୍ପର୍କ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇପାରେ । ନାଡେଲା ବିଶ୍ବସ କରନ୍ତି ଯେ ଭର୍ଚୁଆଲ୍ ଭିଡିଓ କଲ୍ କେବେ ହେଲେ ଇନ୍-ପର୍ସନ ବୈଠକର ସ୍ଥାନ ନେଇପାରିବ ନାହିଁ ।
ଟ୍ବିଟର ପରି କେତେକ ବୈଷୟିକ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ସବୁଦିନ ପାଇଁ ଘରୁ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଉପରେ ନାଡେଲା ନିଜର ପ୍ରତିକ୍ରିୟା ପ୍ରକାଶ କରି କର୍ମଚାରୀଙ୍କ ଉପରେ ଗୁରୁତର ପରିଣାମ ପଡିବାର ସମ୍ଭାବନା ରହିଛି । ନାଡେଲା କହିଛନ୍ତି ଯେ ଆଜିର ପରିସ୍ଥିତିରେ ଆମେ ଏକ ସମସ୍ୟାର ସମାଧାନ ପାଇଁ ଏକ ନୂଆ ସମସ୍ୟାରେ ପଡିବାକୁ ଯାଉଛୁ ।
ସେ ଆହୁରି କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିରେ ଅଫିସ୍ ଠାରୁ ଦୂରରେ କାର୍ଯ୍ୟ କରିବାବେଳେ ସମସ୍ତ ପୂର୍ବରୁ ଅଫିସରେ କାର୍ଯ୍ୟ କରୁଥିବା ସମୟରେ ସାମାଜିକ ଏବଂ ପାରସ୍ପରିକ ଯୋଗାଯୋଗ ଏକତ୍ର କରିଥିଲେ ଏହା ଏବେ ଏହା ହଠାତ୍ ଦୂରେଇ ଯିବାରେ ଲାଗୁଛି ।