ETV Bharat / international

କୋରୋନା କଟକଣା ସତ୍ତ୍ବେ ପାଳନ ହେବ ‘ସାଲ୍ୟୁଟ ଆମେରିକା 2020’

author img

By

Published : Jun 20, 2020, 6:46 PM IST

ଦେଶରେ କୋରୋନା ସ୍ଥିତି ଅଣାୟତ୍ତ ହୋଇ ଚାଲିଥିବା ବେଳେ ଜୁଲାଇ 4ରେ ହ୍ବାଇଟ ହାଉସରେ ଆୟୋଜିତ ହେବାକୁ ଯାଉଛି ସ୍ବାଧୀନତା ଦିବସ ଅବସରରେ ଇଭେଣ୍ଟ ‘ସାଲ୍ୟୁଟ ଆମେରିକା 2020’ । ଏନେଇ ଶୁକ୍ରବାର ହ୍ବାଇଟ ହାଉସ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମର ଆୟୋଜନ କରିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ।

salute america, america independence day, salute america in white house, donald trump, july 4 programme in white house, ସାଲ୍ୟୁଟ ଆମେରିକା, ଆମେରିକା ସ୍ବାଧୀନତା ଦିବସ, ହ୍ବାଇଟ ହାଉସରେ ସାଲ୍ୟୁଟ ଆମେରିକା, ଡୋନାଲ୍ଡ ଟ୍ରମ୍ପ, ହ୍ବାଇଟ ହାଉସରେ ଜୁଲାଇ 4 କାର୍ଯ୍ୟକ୍ରମ
କୋରୋନା କଟକଣା ସତ୍ତ୍ବେ ପାଳନ ହେବ ‘ସାଲ୍ୟୁଟ ଆମେରିକା 2020’

ୱାଶିଂଟନ: ଦେଶରେ କୋରୋନା ସ୍ଥିତି ଅଣାୟତ୍ତ ହୋଇ ଚାଲିଥିବା ବେଳେ ଜୁଲାଇ 4ରେ ହ୍ବାଇଟ ହାଉସରେ ଆୟୋଜିତ ହେବାକୁ ଯାଉଛି ସ୍ବାଧୀନତା ଦିବସ ଅବସରରେ ଇଭେଣ୍ଟ ‘ସାଲ୍ୟୁଟ ଆମେରିକା 2020’ । ଏନେଇ ଶୁକ୍ରବାର ହ୍ବାଇଟ ହାଉସ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମର ଆୟୋଜନ କରିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ । ଚଳିତବର୍ଷ କୋରୋନା ସ୍ଥିତିକୁ ନଜରରେ ରଖି ଏହି କାର୍ଯ୍ୟକ୍ରମର ଆୟୋଜନ ଉପରେ ସନ୍ଦେହ ପ୍ରକାଶ ପାଇଥିବା ସତ୍ତ୍ବେ ଏହାକୁ ଖଣ୍ଡନ କରି ଶୁକ୍ରବାର ଏହାର ଆୟୋଜନ ନେଇ ଘୋଷଣା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅନ୍ତରୀଣ ସୁରକ୍ଷା ବିଭାଗର ସାମିଲ ନେଇ ସୂଚନା ରହିଛି । ତେବେ ଏହା ହ୍ବାଇଟ ହାଉସର ସାଉଥ ଲନ୍‌ ଓ ଏଲିପ୍ସଠାରେ ଆୟୋଜିତ ହେବାର ଯୋଜନା ରହିଛି । ଦେଶ ସେବାରେ ନିୟୋଜିତ ସମସ୍ତ ସଦସ୍ୟ ଓ ମହାନାୟକମାନଙ୍କୁ ସଙ୍ଗୀତ, ସାମରିକ ପ୍ରଦର୍ଶନ ଓ ଅନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ସାଲ୍ୟୁଟ ଆମେରିକାରେ ସମ୍ମାନ ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଟ୍ରମ୍ପ ସମ୍ବୋଧନ କରିବାର ଯୋଜନା ମଧ୍ୟ ରହିଛି ।

2019, ଜୁଲାଇ 4ରେ ଟ୍ରମ୍ପ ପ୍ରଥମ ଥର ପାଇଁ ସାଲ୍ୟୁଟ ଆମେରିକା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଥିରେ ସେ ଟ୍ରୁପ, ଟ୍ୟାଙ୍କ, ହେଲିକପ୍ଟର, ଲଢୁଆ ବିମାନ ଓ ଜେଟ ଆଦିକୁ ୱାଶିଂଟନ ଆଣି ସେଠାରେ ସାମରିକ ପ୍ରଦର୍ଶନର ବ୍ୟବସ୍ଥା କରାଇଥିଲେ । ହେଲେ ଚଳିତ ବର୍ଷ କୋରୋନା ସ୍ଥିତି ପାଇଁ ଅନେକ ଆଇନ ବିଶେଷଜ୍ଞ ଓ ନେତା ଏହି କାର୍ଯ୍ୟକ୍ରମର ଆୟୋଜନ ନକରିବା ପାଇଁ କିମ୍ବା ବିଳମ୍ବରେ ଆୟୋଜନ କରିବା ପାଇଁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଦେଶରେ 2,219,976 ଜଣ କୋରୋନା କବଳରେ ସଂକ୍ରମିତ ହୋଇସାରିଥିବା ବେଳେ ବିଶ୍ବରେ ପ୍ରଥମ ସ୍ଥାନ ବଜାୟ ରଖି ଏଠାରେ ମୃତ୍ୟୁ ସଂଖ୍ୟା 1,19,099ରେ ପହଞ୍ଚିଛି ।

ଏହି କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା ଲୋକେ ଏକାଠି ହୋଇ ସଂକ୍ରମଣ ବଢିବାର ଆଶଙ୍କା ନେଇ ୱାଶିଂଟନର 10 ଜଣ ଆଇନ ବିଶେଷଜ୍ଞ ଏକ ଚିଠିରେ ଲେଖି ପ୍ରତିରକ୍ଷା ବିଭାଗ ଓ ଅନ୍ତରୀଣ ସୁରକ୍ଷା ବିଭାଗ ପାଖରେ ଚିନ୍ତା ପ୍ରକାଶ କରିଥିଲେ । ତେବେ ଶୁକ୍ରବାରର ଘୋଷଣାର ଠିକ୍‌ ଦୁଇ ଦିନ ପୂର୍ବରୁ ଚଳିତବର୍ଷ ଏକ ନୂଆ ରୂପରେ ସ୍ବାଧୀନତା ଦିବସ ପାଳନ ନେଇ ହ୍ବାଇଟ ହାଉସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.