ହାଇତି: ପଶ୍ଚିମ ହାଇତିରେ ଘଟିଥିବା ବଡ ଧରଣର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହି ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 1,941 କୁ ବୃଦ୍ଧି ପାଇଛି । ଏହାସହ 9,900 ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏନେଇ ସିଭିଲ ଡିଫେନ୍ସ ଏଜେନ୍ସ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି । ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏହି ଭୂକମ୍ପରେ ୨୮୬୮ ଘର ନଷ୍ଟ ହୋଇଯାଇଥିବା ବେଳେ ୫୪୧୦ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ଭୂକମ୍ପରେ ଏକ ମେଡିକାଲ ଓ ଏକାଧିକ ହୋଟେଲ ମଧ୍ୟ ଭାଙ୍ଗିଯାଇଛି ।
ସୂଚନା ଅନୁସାରେ, ଶନିବାର ସକାଳେ ପଶ୍ଚିମ ହାଇତିରେ 7.2 ତିବ୍ରତାର ଭୂକମ୍ପ ହୋଇଥିଲା । ସ୍ଥାନୀୟ ବିପର୍ଯ୍ୟୟ ମୁକାବିଲା ସଂସ୍ଥା ଦ୍ବାରା ଆକଳନ ଅନୁସାରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଜନବହୁଳ ରାଜଧାନୀ କେନ୍ଦ୍ରୀୟ ପୋର୍ଟ-ଅ-ପ୍ରିନ୍ସରୁ ପ୍ରାୟ 100 ମାଇଲ ଅର୍ଥାତ 160 କିଲୋମିଟର ଦୂରରେ ବୋଲି କୁହାଯାଉଛି । ଜାନୁଆରୀ 2010ରେ 7.0 ତୀବ୍ରତାର ଭୂକମ୍ପ ଅନୂଭୁତ ହୋଇଥିବା ବେଳେ ବର୍ତ୍ତମାନ ପ୍ରାୟ ୧୦ବର୍ଷ ବ୍ୟବଧାନ ପରେ 7.2 ତ୍ରୀବତାର ଭୂକମ୍ପ ଅନୁଭୁତ ହୋଇଛି । 2010ରେ ହୋଇଥିବା ଭୂକମ୍ପରେ 316,000ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଲକ୍ଷରୁ ଅଧିକ ଲୋକେ ଆହତ ହୋଇଥିଲେ । 1.3 ମିଲିୟନ ଲୋକେ ବାସଶୂନ୍ୟ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ