ETV Bharat / international

କୋଭିଡ-19 ଟିକା ବିକାଶ ପାଇଁ ଲାଗିପାରେ 9 ମାସରୁ ଉର୍ଦ୍ଧ୍ବ ସମୟ: ବିଲ୍ ଗେଟ୍ସ - ବିଲ୍ ଗେଟ୍ସ

ବିଶ୍ବରେ କୋରୋନାକୁ ନେଇ ସ୍ଥିତି ଗମ୍ଭୀର ରହିଥିବା ବେଳେ ଏହା ପ୍ରତିକାର ପାଇଁ ବିଭିନ୍ନ ଟିକା ପରୀକ୍ଷା କରାଯାଉଛି ମାତ୍ର ଏବେବି କୋଭିଡ-19 ପାଇଁ ସଠିକ୍ ଟିକା ମିଳିବା ପାଇଁ 9 ମାସରୁ 2 ବର୍ଷ ସମୟ ଲାଗିପାରେ ବୋଲି ବିଲ୍ ଗେଟ୍ସ କହିଛନ୍ତି ।

COVID-19 vaccine
ବିଲ୍ ଗେଟ୍ସ
author img

By

Published : May 2, 2020, 10:57 AM IST

ସାନ୍ ଫ୍ରାନ୍ସିସ୍କୋ: ବିଶ୍ବରେ କୋରୋନାକୁ ନେଇ ସ୍ଥିତି ଗମ୍ଭୀର ରହିଥିବା ବେଳେ ଏହା ପ୍ରତିକାର ପାଇଁ ବିଭିନ୍ନ ଟିକା ପରୀକ୍ଷା କରାଯାଉଛି ମାତ୍ର ଏବେବି କୋଭିଡ-19 ପାଇଁ ସଠିକ୍ ଟିକା ମିଳିବା ପାଇଁ 9 ମାସରୁ 2 ବର୍ଷ ସମୟ ଲାଗିପାରେ ବୋଲି ବିଲ୍ ଗେଟ୍ସ କହିଛନ୍ତି ।

କୋଭିଡ-19 ପାଇଁ ବିଭିନ୍ନ ପ୍ରକାର ଟିକାର ପରୀକ୍ଷା କରାଯାଉଛି ମାତ୍ର ସଠିକ୍ ଟିକା ମିଳିବା ପାଇଁ ଡିସେମ୍ବର ପର୍ଯ୍ୟନ୍ତ ସମୟ ନେଇପାରେ । ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତାଙ୍କ ଗେଟ୍ସ ନୋଟସ୍ ବ୍ଲଗରେ ଲେଖିଛନ୍ତି, ‘ବର୍ତ୍ତମାନ ଅଧିକାଂଶ ଡ୍ରଗ୍ ସେହି ଶକ୍ତିଶାଳୀ ସଂକ୍ରମଣ ପାଖାପାଖି ବି ପହଞ୍ଚି ନାହାଁନ୍ତି । ସେମାନେ ଅନେକ ଲୋକଙ୍କୁ ରୋଗରୁ ମୁକ୍ତ କରିପାରନ୍ତି ମାତ୍ର ପୁଣି ଥରେ ବିଶ୍ବକୁ ସାମାନ୍ୟ ଅବସ୍ଥାକୁ ଫେରେଇ ଆଣିବାକୁ ସମର୍ଥ ନୁହଁନ୍ତି’ ।

ସେ କହିଛନ୍ତି, ଯଦି ଆମେ ସ୍ବଭାବିକ ଅବସ୍ଥାକୁ ଫେରିବାକୁ ଚାହୁଁଛୁ ତେବେ ଆମକୁ ଏକ ନିରାପଦ, ପ୍ରଭାବଶାଳୀ ଟିକା ବିକଶିତ କରିବାକୁ ପଡିବ। ଆମକୁ କୋଟି କୋଟି ଡୋଜ୍ ପ୍ରସ୍ତୁତ କରିବାକୁ ପଡିବ, ଆମକୁ ବିଶ୍ବର ପ୍ରତ୍ୟେକ ପ୍ରାନ୍ତକୁ ଏକାଠି କରିବାକୁ ପଡିବ । ଟିକା ବିକାଶ ପାଇଁ ସାଧାରଣତଃ 5 ବର୍ଷ ଲାଗିଥାଏ । ଗେଟସ୍ ବିଶ୍ବାସ କରନ୍ତି ଯେ, ବୈଜ୍ଞାନିକମାନେ 9 ମାସରୁ ଦୁଇ ବର୍ଷ ମଧ୍ୟରେ କୋରୋନା ଭାଇରସ ଟିକା ପାଇ ପାରନ୍ତି ।

ମହାମାରୀକୁ ରୋକିବା ପାଇଁ ବିଶ୍ବକୁ ଅତି କମରେ 7 ବିଲିୟନ ଡୋଜ୍ ଉତ୍ପାଦନ ଓ ବିତରଣ କରିବାକୁ ପଡିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ COVID-19 ମହାମାରୀର ସମାଧାନ ପାଇଁ ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଅନେକ ପ୍ରୟାସ କରୁଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.