ETV Bharat / international

‘କୋଭିଡ ଭ୍ୟାକସିନ ଆସିବାକୁ ଲାଗିପାରେ 9 ମାସ’

author img

By

Published : May 1, 2020, 11:04 PM IST

ସାଧାରଣତଃ ଗୋଟିଏ ଭ୍ୟାକସିନ ପାଇଁ 5 ବର୍ଷ ଲାଗିଥାଏ । ହେଲେ ବୈଜ୍ଞାନିକମାନେ ଅତିକମରେ 9 ମାସରୁ ଅତିବେଶୀରେ 2 ବର୍ଷ ଭିତରେ କୋରୋନା ଭ୍ୟାକସିନ ବାହାର କରିଦେବେ । ଅଧିକ ପଢନ୍ତୁ...

‘କୋଭିଡ ଭ୍ୟାକସିନ ଆସିବାକୁ ଲାଗିପାରେ 9 ମାସ’
‘କୋଭିଡ ଭ୍ୟାକସିନ ଆସିବାକୁ ଲାଗିପାରେ 9 ମାସ’

ସାନ ଫ୍ରାନସିସ୍କୋ: ସାରା ବିଶ୍ବରେ କୋଭିଡ 19 ହାହାକାର ମଚାଇଛି । ଏହା ଆଗରେ ବିଶ୍ବର ସମସ୍ତ ଶକ୍ତିଶାଳୀ ରାଷ୍ଟ୍ର ମୁଣ୍ଡ ନୁଆଁଇଛନ୍ତି । ମୁକାବିଲା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଆପଣାଇଛନ୍ତି ସବୁ ଦେଶ । ଏପରିକି ଭ୍ୟାକସିନ ତିଆରି କରିବା ପାଇଁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଛି । ସବୁ ରାଷ୍ଟ୍ର ନିଜ ନିଜ ଉଦ୍ୟମରେ ଭ୍ୟାକସିନ ତିଆରି କରିୁଛନ୍ତି ।

ତେବେ ଏହା ଆସିବାରେ ଅତିକମରେ 9 ମାସରୁ 2 ବର୍ଷ ଲାଗିଯିବ ବୋଲି ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ବିଲ ଗେଟ୍ସ କହିଛନ୍ତି । ଏବେ ପର୍ଯ୍ୟନ୍ତ ଅନେକ ଡ୍ରଗ୍ସ ଏହି ମହାମାରୀର ମୁକାବିଲା ପାଇଁ ବାହାରିସାରିଲାଣି । ଯାହାଦ୍ବାରା ଏହି ଆକ୍ରାନ୍ତକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇପାରୁଛି । ହେଲେ ସଠିକ ଔଷଧ ଅଥବା ଭ୍ୟାକସିନ ଯାହା ଏହାକୁ ସମ୍ପୂର୍ଣ୍ଣ ରୂପେ ଭଲ କରିବ ତାହା ବାହାରିବାକୁ 9 ମାସ ଲାଗିଯିବ । ଏବର୍ଷ ଡିସେମ୍ବର ସୁଦ୍ଧା ହୁଏତ ବିଶ୍ବ ଏହି ମହାମାରୀର କରାଳ ରୂପରୁ ବଞ୍ଚିପାରିବ । କାରଣ ସେତେବେଳେ ହିଁ ବାହାରିବ ଏହାର ମୁକାବିଲା ପାଇଁ ଭ୍ୟାକସିନ ବୋଲି ବିଲ ଗେଟ୍ସ କହିଛନ୍ତି ।

ସେ କହିଛନ୍ତି ଯେ ଏବେ ଅନେକ ପାୱାରଫୁଲ ଡ୍ରଗ୍ସ ରୋଗ ଭଲ କରିପାରୁଛି । ଅନେକ ଜୀବନ ବଞ୍ଚାଇପାରୁଛି । କିନ୍ତୁ ପରିସ୍ଥିତି ପୂର୍ବ ଭଳି ସାଧାରଣ ହେବାକୁ ଅନେକ ସମୟ ଲାଗିବ । ଏଥିପାଇଁ କେବଳ ଭ୍ୟାକସିନ ହିଁ କାମରେ ଆସିବ । ଏହି ମହାମାରୀର ସମ୍ପୂର୍ଣ୍ଣ ମୂଳପୋଛ ପାଇଁ ଆମକୁ ଖୁବଶିଘ୍ର ଏକ ଶକ୍ତିଶାଳୀ ଉପାୟ ବାହାର କରିବାକୁ ପଡିବ । ଏକ ସୁରକ୍ଷିତ ଓ ପ୍ରଭାବଶାଳୀ ଭ୍ୟାକସିନ ବାହାର କରି ଏହାର ଲକ୍ଷାଧିକ ଡୋଜ ତିଆରି କରିବାକୁ ହେବ । ଏହାସହ ବିଶ୍ବର ପ୍ରତିଟି କୋଣରେ ଯେପରି ଏହା ପହଞ୍ଚିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ ।

ସାଧାରଣତଃ ଗୋଟିଏ ଭ୍ୟାକସିନ ପାଇଁ 5 ବର୍ଷ ଲାଗିଥାଏ । ହେଲେ ଯେପରି ଦ୍ରୁତ ଗତିରେ କୋରୋନା ମାଡି ଚାଲିଛି ବୈଜ୍ଞାନିକମାନେ ଅତିକମରେ 9 ମାସରୁ ଅତିବେଶୀରେ 2 ବର୍ଷ ଭିତରେ ଏହାର ଭ୍ୟାକସିନ ବାହାର କରିଦେବେ । ଏପ୍ରିଲ 9 ସୁଦ୍ଧା 115ଟି ବିଭିନ୍ନ ଭ୍ୟାକସିନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିରୁ 8ରୁ 10ଟି ଭ୍ୟାକସିନ ପ୍ରଭାବଶାଳୀ ଲାଗୁଛି ବୋଲି ବିଲ ଗେଟ୍ସ କହିଛନ୍ତି । ମାଇକ୍ରୋସୋଫ୍ଟ ପ୍ରତିଷ୍ଠାତା ବିଲଙ୍କ ସଂସ୍ଥା ମଧ୍ୟ ଏହି କାମରେ ଅନେକ ଇନଷ୍ଟିଚ୍ୟୁଟକୁ ସାହାଯ୍ୟ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.