ETV Bharat / international

ବେଲଗାମ କୋରୋନା, ବିଶ୍ବରେ 40 ଲକ୍ଷ ଅତିକ୍ରମ କଲା ସଂକ୍ରମିତ ସଂଖ୍ୟା - କୋରୋନା ଭୟ

ଦୀର୍ଘ 5 ମାସ ଧରି ସାରା ବିଶ୍ବକୁ ହୁଲୁସ୍ତୁଲ କରି ରଖିଦେଇଛି କୋଭିଡ-19 । ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି ପରିସ୍ଥିତି । କୋରୋନା ଯନ୍ତ୍ରଣାରେ ଜର୍ଜରିତ ହେଉଛି ସାରା ବିଶ୍ବ ।

ବିଶ୍ବରେ 40 ଲକ୍ଷ ଅତିକ୍ରମ କଲା ସଂକ୍ରମିତ ସଂଖ୍ୟା

author img

By

Published : May 10, 2020, 9:48 AM IST

ୱାଶିଂଟନ: ବେଲଗାମ ହେଉଛି କୋରୋନା । ପ୍ରତ୍ୟେକ ଦିନ ହୁ ହୁ ହୋଇ ବଢି ଚାଲିଛି ସଂକ୍ରମଣ । ବିଶ୍ବରେ ଧ୍ବଂସର ଲୀଳା ଖେଲାଇଛି କୋରୋନା । ସାରା ବିଶ୍ବରେ ସଂକ୍ରମିତ ସଂଖ୍ୟା 40 ଲକ୍ଷ ଅତିକ୍ରମ କରିଛି । ମୃତ୍ୟୁବରଣ କଲେଣି 2 ଲକ୍ଷ 77 ହଜାର ଜଣ।

ତେବେ ସାମାନ୍ୟ ଆଶ୍ବସ୍ତି ଖବର, ବିଶ୍ବବ୍ୟାପୀ 13 ଲକ୍ଷ 82 ହଜାର ସୁସ୍ଥ ହୋଇଛନ୍ତି । ଏବଂ 23 ଲକ୍ଷ 52 ହଜାର 305 ଜଣଙ୍କ ଚିକିତ୍ସା ଜାରି ରହିଛି । ଏଯାଏଁ ଗୁରୁତର ସଂଖ୍ୟା 16 ହଜାର 490 ରହିଛି ।

ବିଶ୍ବରେ କୋରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା । ଏଠାରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ବିଶ୍ବର ଏକ ଚତୁର୍ଥାଂଶରୁ ଅଧିକ ସଂକ୍ରମିତ ମାମଲା ଆମେରିକାରେ ରହିଛି । ମୃତ୍ୟୁର ଏକ ତୃତୀୟାଂଶ । ଗତ 24 ଘଣ୍ଟାରେ ଏଠାରେ 1568 ଜଣଙ୍କ ଜୀବନ ଯିବା ପରେ ଏଠାରେ ମୋଟ ମୃତ୍ୟୁ ସଂଖ୍ୟା 78 ହଜାର 746 ରେ ପହଞ୍ଚିଛି ।

ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ସଂକ୍ରମଣର ପ୍ରକୃତ ସଂଖ୍ୟା ବହୁ ଅଧିକ ହେବାର ସମ୍ଭାବନା ରହିଛି । କାରଣ ଏବେ ବି ଅନେକ ଦେଶରେ କମ ପରୀକ୍ଷା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.