ନୂଆଦିଲ୍ଲୀ: କୋରୋନା ଭୟକୁ ଦୃଷ୍ଟିରେ ରଖି ଆମେରିକାସ୍ଥିତ ଭାରତୀୟ ଦୂତାବାସ ନିର୍ଦ୍ଦେଶନାମା ଜାରି କରିଛି । ଆମେରିକାରୁ ଭାରତକୁ ଆସିବା ପାଇଁ ମିଳୁଥିବା ଭିସାକୁ କିଛିଦିନ ପାଇଁ ରଦ୍ଦ କରାଯାଇଥିବା ଏଥିରେ କୁହାଯାଇଛି । ଏହାସହ ଏହି ନିର୍ଦ୍ଦେଶକୁ ଅପ୍ରେଲ 15 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଥିବା ଏଥିରେ ଦର୍ଶାଯାଇଛି ।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)କୋରୋନା ଭାଇରସକୁ ମହାମାରୀ ବୋଲି ଘୋଷଣା କରିବା ପରେ ଭାରତୀୟ ଦୂତାବାସ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । ସୂଚନାଥାଉକି, ଚୀନର ଉହାନ ସହରରେ ପ୍ରଥମେ ଦେଖାଯାଇଥିବା ଏହି ଭାଇରସ ଏବେ ବିଶ୍ବର 90ରୁ ଅଧିକ ଦେଶକୁ ବ୍ୟାପିଲାଣି । ଯେଉଁଥିରେ 1,10000ରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି ।
ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଥିବାରୁ ଫେବୃଆରୀ 15 ପରେ ଚୀନ, ଇଟାଲୀ, ଇରାନ,କୋରିଆ, ଫ୍ରାନ୍ସ, ସ୍ପେନ, ଜର୍ମାନୀରୁ ଭାରତ ଆସିଥିବା ଲୋକଙ୍କୁ 14 ଦିନ ଅବଜରବେସନରେ ରଖାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ