ETV Bharat / international

ପ୍ରବାସୀଙ୍କ ପାଇଁ ବିପଦ ସାଜିପାରେ କୋଭିଡ 19 - migrant people

ସାରା ବିଶ୍ବରେ ସମସ୍ତ ରାଷ୍ଟ୍ରଙ୍କ ସୀମା ବନ୍ଦ ଯୋଗୁଁ ପ୍ରବାସୀମାନେ ସମସ୍ୟାରେ ପଡିଛନ୍ତି । ଅନ୍ୟ ଦେଶରେ ଥିବା ଲୋକ ନିଜ ଦେଶକୁ ଫେରିପାରିନାହାନ୍ତି । ଅଧିକ ପଢନ୍ତୁ...

ପ୍ରବାସୀଙ୍କ ପାଇଁ ବିପଦ ସାଜିପାରେ କୋଭିଡ 19
ପ୍ରବାସୀଙ୍କ ପାଇଁ ବିପଦ ସାଜିପାରେ କୋଭିଡ 19
author img

By

Published : Apr 8, 2020, 6:43 PM IST

ହାଇଦ୍ରାବାଦ: ସାରା ବିଶ୍ବରେ ମହାମାରୀ କୋରୋନା ନିଜ କାୟା ବିସ୍ତାର କରିଛି । ବିଶ୍ବର 209ଟି ଦେଶକୁ ଏହା କବଳିତ କରିଛି । ଏହାର ମୁକାବିଲା ପାଇଁ ସବୁ ରାଷ୍ଟ୍ର ନିଜ ସୀମା ବନ୍ଦ କରିବା ସହ ଟ୍ରାଭେଲ, ବିମାନ ସେବା ବାତିଲ କରିଛନ୍ତି । ତେବେ ଏହି ନିଷ୍ପତ୍ତିରେ ବେଶୀ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ନାଗରିକ । ଏପରିକି ଭବିଷ୍ୟତରେ କୋଭିଡ 19 ସେମାନଙ୍କ ପାଇଁ ଅନେକ ସମସ୍ୟା ଆଣିପାରେ ବୋଲି ଆଶା କରାଯାଉଛି ।

ଏକ ରିସର୍ଚ୍ଚ ଆଧାରରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ସୂଚନା ଦେଇଛି । ଏହା କହିଛି ଯେ ଏବେ ସମୟ ଆସିଛି ସାରା ବିଶ୍ବରେ ଥିବା 272 ମିଲିୟନ ଅନ୍ତର୍ଜାତୀୟ ପ୍ରବାସୀ ନାଗରିକଙ୍କୁ ସହାନୁଭୂତି ଓ ସାହାଯ୍ୟ ଦେଖାଇବା । କୋଭିଡ 19 ଯୋଗୁଁ ସେମାନଙ୍କ ସମସ୍ୟା ଆଜି ବିଶ୍ବ ସାମନାରେ ଆସିଛି । ବିଶେଷ କରି ବିକାଶଶୀଳ ରାଷ୍ଟ୍ରର 41.3 ମିଲିୟନ ବିସ୍ଥାପିତ ଓ 25.9 ମିଲିୟନ ଶରଣାର୍ଥୀ ଲୋକ ଏହି ମହାମାରୀ ଦ୍ବାରା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ସାରା ବିଶ୍ବରେ ସମସ୍ତ ରାଷ୍ଟ୍ରଙ୍କ ସୀମା ବନ୍ଦ ଯୋଗୁଁ ପ୍ରବାସୀମାନେ ସମସ୍ୟାରେ ପଡିଛନ୍ତି । ଅନ୍ୟ ଦେଶରେ ଥିବା ଲୋକ ନିଜ ଦେଶକୁ ଫେରିପାରିନାହାଁନ୍ତି । ଏପରିକି ଦକ୍ଷିଣ କୋରିଆରୁ ବର୍ଷ ସାରା ଆର୍ଜେଣ୍ଟିନା ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମଧ୍ୟ ବ୍ୟାନ ଲାଗିଛି । ୟୁରୋପ ଓ ଆମେରିକାରେ ଥିବା ଶରଣାର୍ଥୀଙ୍କ ପ୍ରତି ଏହି ରୋଗ ଅଧିକ ବିପଦ ସାଜିଛି । କାରଣ ସେମାନଙ୍କ ଜୀବନଶୈଳୀ ଯୋଗୁଁ ଏହି ମହାମାରୀ ଖୁବଶିଘ୍ର ସେମାନଙ୍କୁ ଆକ୍ରାନ୍ତ କରିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଆଶଙ୍କା ପ୍ରକାଶ କରିଛି ।

କୋରୋନା ଭୂତାଣୁ ବ୍ୟାପିବା ଭୟରେ କିଛି ରାଷ୍ଟ୍ରଙ୍କ ପଦକ୍ଷେପ ଏହି ପ୍ରବାସୀଙ୍କ ପାଇଁ ସମସ୍ୟା ଆଣିଛି । ତୁର୍କୀ-ଗ୍ରୀସ ଏବଂ ଆମେରିକା-ମେକ୍ସିକୋ ସୀମା ବନ୍ଦ ନିଷ୍ପତ୍ତି ଫଳରେ ଶରଣାର୍ଥୀମାନେ ସମସ୍ୟାରେ ପଡିଥିଲେ । ନିଜ କ୍ୟାମ୍ପକୁ ଫେରିବା ପାଇଁ ସେମାନଙ୍କ ଉପରେ ଚାପ ପଡିଥିଲା । ଏପରିକି ସେମାନଙ୍କୁ ସୀମାରୁ ଜବରଦସ୍ତ ଅନ୍ୟ ଦେଶକୁ ପଠାଯାଇଥିଲା । ଏହାସହ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଥିବାରୁ ଶରଣାର୍ଥୀମାନେ ଏକାଠି ରହିବା ଉପରେ ସମସ୍ୟା ଦେଖାଦେଇଛି । ସେହିପରି କଲମ୍ବିଆ ଓ ଭେନେଜୁଏଲା ସୀମାରେ ଶରଣାର୍ଥୀଙ୍କ ପାଇଁ ରନ୍ଧା ଖାଦ୍ୟ ତିଆରି ହେଉଥିବାବେଳେ ଏବେ ଏହା ବନ୍ଦ ରହିଛି । ଫଳରେ ସେମାନଙ୍କ ଚଳିବାରେ ଏବେ ଅସୁବିଧା ଦେଖାଦେଇଛି ।

ପୁରା ବିଶ୍ବର ସମସ୍ତ ରାଷ୍ଟ୍ରରେ ଏହି ସମସ୍ୟା ଦେଖାଦେଇଛି । ଶରଣାର୍ଥୀ ଓ ବିସ୍ଥାପିତଙ୍କୁ ନିଜ ଦେଶର ନାଗରିକ ଭଳି ବ୍ୟବହାର କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପରାମର୍ଶ ଦେଇଛି । କାରଣ ଏମାନଙ୍କ ଭିତରେ ଥରେ ସଂକ୍ରମଣ ବ୍ୟାପିଲେ ଏହା ହଜାର ହଜାର ଲୋକଙ୍କୁ ସଂକ୍ରମିତ ହେବାର ଅନେକ ସମ୍ଭାବନା ରହିଛି । ଯାହାକୁ ସେତେବେଳେ ଅଟକାଇବା କଷ୍ଟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.