ETV Bharat / international

ଭ୍ୟାକସିନ ପ୍ରସ୍ତୁତ ପଛରେ, ପ୍ରଥମେ ଖୋଲିବ ଲକଡାଉନ: ଟ୍ରମ୍ପ

ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଯାଇ ଖୋଲିବାକୁ ଯାଉଛି ଆମେରିକା । ଭ୍ୟାକିସନ ବାହାରୁ ବା ନ ବାହାରୁ ସ୍ବାଭାବିତ ଜୀବନକୁ ଫେରିବାକୁ ପଡିବ ବୋଲି ଆମେରିକା ରାଷ୍ଟ୍ରପଡି ଡୋଲାନ୍ଡ ଟ୍ରମ୍ପ କହିଛନ୍ତି । ଏହା ଦ୍ବାରା ଆଗକୁ ଆମେରିକାରରେ ଆହୁରି ଭଙ୍କୟର କୋରୋନା ସ୍ଥିିତି। ଅଧିକ ପଢନ୍ତୁ...

ଲକଡାଉନ ହଟାଇବାକୁ ନିଷ୍ପତ୍ତି ନେଲେ ଟ୍ରମ୍ପ
ଲକଡାଉନ ହଟାଇବାକୁ ନିଷ୍ପତ୍ତି ନେଲେ ଟ୍ରମ୍ପ
author img

By

Published : May 17, 2020, 10:49 AM IST

ୱାଶିଂଟନ: ଭୟଙ୍କର ମହାମାରୀ କୋରୋନାରେ ଥରହର ଆମେରିକା । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ହୋଇ ମଧ୍ୟ ଏହି ଭାଇରସକୁ ରୋକିବାରେ ବିଫଳ ହୋଇଛି । ଦେଶରେ ପ୍ରାୟ 90 ହଜାର ଲୋକଙ୍କ ଜୀବନ ଗଲାଣି ତା ସାଙ୍ଗକୁ ପାଖାପାଖି 15 ଲକ୍ଷ ଲୋକେ ସଂକ୍ରମିତ । ଏପରି ସ୍ଥିତିରେ ସରକାର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ଦେଶବ୍ୟାପୀ ଲକଡାଉନ କରିଥିଲେ । ଯାହା ଏବେ ଦେଶର ଆର୍ଥିକ ସ୍ଥିତିକୁ ଦୁର୍ବଳ କରି ଦେଇଛି । ତେଣୁ ଭ୍ୟାକସିନ ବାହାରୁ ବା ନ ବାହାରୁ ଖୁବଶୀଘ୍ର ଆମେରିକା ଲକଡାଉନ ହଟାଇବାକୁ ଯାଉଛି ।

ବିଗତ କିଛି ଦଶନ୍ଧି ମଧ୍ୟରେ ଦେଖିନଥିବା ଆମେରିକା ଏବେ ସବୁଠାରୁ ବଡ ବିପଦଗ୍ରସ୍ତ ହୋଇଛି । ମହାମାରୀ କୋରୋନାର କବଳରେ ଧ୍ବଂସବିଧ୍ବଂସ ହୋଇପଡିଛି ଆମେରିକା । କୋରୋନା ମହାମାରୀ ପାଇଁ ହଜାର ହଜାର ବେକାରୀ ସୃଷ୍ଟି ହୋଇଛି । ଖାଦ୍ୟାଭାବ ଦେଖିବାକୁ ମିଳୁଛି । ଆଗକୁ ଏପରି ଲାଗି ରହିଲେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । ତେଣୁ ସରକାର ସ୍ବାଭାବିକ ଜୀବନ ପାଇଁ ଲକଡାଉନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ସେପଟେ, ବାରମ୍ବାର ଆମେରିକା ରାଷ୍ଟ୍ରପତି କୋରୋନା ବିରୁଦ୍ଧ ତୁରନ୍ତ ଭ୍ୟାକିସନ ବାହରିବା ନେଇ ଦାବି କରିଆସିଛନ୍ତି । ବିଶ୍ବର ଅନେକ ଦେଶ ଭ୍ୟାକିସନ ଦିଗରେ କାମ କରୁଛନ୍ତି । ହେଲେ ଏଯାଏଁ କାହାକୁ ସଫଳତା ହାସଲ ହୋଇନାହିଁ । ହ୍ବାଇଟ ହାଉସରେ ଏକ ନ୍ୟୁଜ କନଫ୍ରେନ୍ସରେ ନାଗରିକଙ୍କୁ ସ୍ବାଭାବିକ ଜୀବନକୁ ଫେରିବାକୁ ପଡିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭ୍ୟାକିସନ ବାହାରୁ କିମ୍ବା ନ ବାହାରୁ ଜୀବନ ଜୀଇଁବାକୁ ପୁଣି ଥରେ ପଡିବ ବୋଲି ସେ କହିଛନ୍ତି । ଆଜି ଠାରୁ ଦେଶର ଅନେକ ରାଜ୍ୟ ଲକଡାଉନ ହଟାଇବାକୁ ଆରମ୍ଭ କରିଦେଇଛନ୍ତି । ଦେଶବାସୀ ଏହାକୁ ସତର୍କତା ସହ ପାଳନ କରିବେ । ପୁନଃ ବ୍ୟବସ୍ଥାକୁ ଫେରିବାକୁ ପଡିବ ବୋଲି କହିଛନ୍ତି ଟ୍ରମ୍ପ। କେବଳ ଆମେରିକା ନୁହେଁ ପୂର୍ବରୁ ବହୁ ଦେଶ ଲକ଼ାଉନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କିନ୍ତୁ ଏହାକୁ ନେଇ ଚେତାବନୀ ଦେଇଛି । ଏପରି ଯିଦ ଦେଶ ଲକଡାଉନ ହଟାଏ ତେବେ ସ୍ଥିତିି ଆହୁରି ଗୁରୁତର ହୋଇପାରେ ଚେତାଇ ଆସିଛି ଡବ୍ଲ୍ୟୁଏଚଓ ।

ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଦେଇଛନ୍ତି, କୋରୋନାକୁ ପରାସ୍ତ କରିବାକୁ ଟିକା ପ୍ରସ୍ତୁତ ହେଉ କିମ୍ବା ନ ହଉ, ଆମେ ପୂର୍ବ ସିଷ୍ଟମକୁ ଫେରିବାକୁ ଯାଉଛୁ ଏବଂ ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ। ଟ୍ରମ୍ପ କୋରୋନାକୁ ଉଦାହରଣ ନେଇ କହିଛନ୍ତି, ଏମିତି ଅନେକ ରୋଗ ଅଛି, ଯାହାର ଆଜି ଯାଏ କୌଣସି ଟୀକା ବାହାରି ନାହିଁ । ତଥାପି ବଞ୍ଚିବାକୁ ପଡିଛି । ଏହି ଭାଇରସ ସହ ଆମକୁ ବଞ୍ଚିବାକୁ ପଡିବ ବୋଲି ଟ୍ରମ୍ପ କହିଛନ୍ତି । କୋରୋନା ସହ ବଞ୍ଚିବାକୁ ହେବ ବୋଲି ଆଗରକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ କହିସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.