ETV Bharat / international

ଆମେରିକା ସେନାରେ ଭର୍ତ୍ତି ହୋଇପାରିବେନି କୋରୋନା ସର୍ଭାଇବର୍ସ, ମେମୋ ଭାଇରାଲ - ଆମେରିକା ସେନା କୋରୋନା ସର୍ଭାଇବର୍ସ

ଆମେରିକାର ମିଲିଟାରୀ ଏଣ୍ଟର୍ସ ପ୍ରୋସେସିଂ କମାଣ୍ଡରର ଏକ ମେମୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ମେମୋରେ ଦର୍ଶାଯାଇଛି ଯେ ଜଣେ ବ୍ୟକ୍ତି ଯିଏ ଟେଷ୍ଟରେ କୋରୋନା ପଜିଟିଭ ରହିଛନ୍ତି କିମ୍ବା ଚିକିତ୍ସା କରିଛନ୍ତି ସେ ନିଯୁକ୍ତି ପାଇଁ ଅସ୍ଥାୟୀ ଭାବରେ ଅଯୋଗ୍ୟ ଅଟନ୍ତି ।

US military
ଆମେରିକା ସେନାରେ ଭର୍ତ୍ତି ହୋଇପାରିବେନି କୋରୋନା ସର୍ଭାଇବର୍ସ, ମିମ୍ସ ଭାଇରାଲ
author img

By

Published : May 8, 2020, 12:49 AM IST

Updated : May 8, 2020, 3:42 PM IST

ୱାଶିଂଟନ: କୋରୋନାର ପ୍ରଳୟଙ୍କରୀ ରୂପ ଦେଖିଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ପ୍ରତିଦିନ ହଜାର ହଜାର ସଂକ୍ରମଣ ରିପୋର୍ଟ, ମୃତ୍ୟୁ ସଂଖ୍ୟା ମଧ୍ୟ ତଦନୁଯାୟୀ ବୃଦ୍ଧି ଘଟୁଛି । ଏହାଭିତରେ ଆମେରିକାରେ ଏକ ମେମୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଦର୍ଶାଯାଇଛି ଯେ, କୋଭିଡ-19 ହିଷ୍ଟ୍ରି ଥିବା ଯୁବକଙ୍କୁ ସେନାରେ ଭର୍ତ୍ତି କରାଯିବ ନାହିଁ ।

ଆମେରିକାର ମିଲିଟାରୀ ଏଣ୍ଟର୍ସ ପ୍ରୋସେସିଂ କମାଣ୍ଡରର ଏହି ମେମୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ମେମୋରେ ଦର୍ଶାଯାଇଛି ଯେ ଜଣେ ବ୍ୟକ୍ତି ଯିଏ ଲ୍ୟାବ ଟେଷ୍ଟରେ କୋରୋନା ପଜିଟିଭ ରହିଛନ୍ତି କିମ୍ବା ଚିକିତ୍ସା କରିଛନ୍ତି ସେ ନିଯୁକ୍ତି ପାଇଁ ଅସ୍ଥାୟୀ ଭାବରେ ଅଯୋଗ୍ୟ ଅଟନ୍ତି ।

ମିଲିଟାରୀ ଟାଇମ୍ସ ଅନୁଯାୟୀ ପେଣ୍ଟାଗନ୍‌ର ମହିଳା ମୁଖପାତ୍ର ଜେସିକା ମାକ୍ସୱେଲ ସୋସିଆଲ ମିଡିଆରେ ଘୁରି ବୁଲିଥିବା ଏହି ମେମୋକୁ ସଠିକ ଦର୍ଶାଇଛନ୍ତି ।

ସ୍କ୍ରିନିଂରେ ବିଫଳ ହୋଇଥିବା ଆବେଦନକାରୀଙ୍କୁ ପରୀକ୍ଷା କରାଯିବ ନାହିଁ କିନ୍ତୁ ଲକ୍ଷଣମୁକ୍ତ ଥିବା ଜଣାପଡିଲେ 14 ଦିନ ମଧ୍ୟରେ ସେମାନେ ପୁନର୍ବାର ଆବେଦନ କରିପାରନ୍ତି । ଏଥି ସହିତ, ଯେଉଁମାନେ କୋରୋନା ପାଇଁ ଚିକିତ୍ସିତ ହୋଇଛନ୍ତି ସେମାନଙ୍କୁ 28 ଦିନ ଅପେକ୍ଷା କରିବାକୁ ପଡିବ ।

ମିମୋ ଅନୁଯାୟୀ, ଏହି ଅବଧି ପରେ ତାଙ୍କୁ ସାମୟିକ ଭାବେ ଅଯୋଗ୍ୟ କରାଯିବ । ତଥାପି ସାମୟିକ ଅଯୋଗ୍ୟତା ସର୍ତ୍ତଗୁଡିକ ଛାଡ ପାଇଁ ଏକ ଆବେଦନ କରାଯାଇପାରିବ ।

ଏଥି ସହିତ, ପ୍ରତିରକ୍ଷା ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ପେଣ୍ଟାଗନ୍ କୋଭିଡ୍- 19 କୁ ନେଇ ଏହି ନିଯୁକ୍ତି ଉପରେ ଏକ ନିଷେଧାଦେଶ ଉପରେ ବିଚାର କରୁଛି । ବାସ୍ତବରେ, ଏହା କରାଯାଉଛି କାରଣ ଏହି ଭାଇରସ ଦୀର୍ଘକାଳୀନ ପ୍ରଭାବ ପକାଇଥାଏ । ଫଳରେ ସେନାରେ ନିଯୁକ୍ତି ଦେବା ବିପଦଜ୍ଜନକ ହୋଇପାରେ ।

Last Updated : May 8, 2020, 3:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.