ETV Bharat / international

60 ମିଲିଅନ ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟ ଭିତରକୁ ଠେଲି ଦେବ କୋରୋନା: ବିଶ୍ବ ବ୍ୟାଙ୍କ - Coronavirus Pandemic Will Push 60 Million Into "Extreme Poverty"

ମହାମାରୀ କୋରୋନା ଭାଇରସ 60 ମିଲିଅନ ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟ ଭିତରକୁ ଠେଲି ଦେବ ବୋଲି କହିଛନ୍ତି ବିଶ୍ବ ବ୍ୟାଙ୍କ ମୁଖ୍ୟ । ଗତ ତିନିବର୍ଷ ମଧ୍ୟରେ ହୋଇଥିବା ଲାଭକୁ ଏହା ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେବ ବୋଲି ସେ କହିଛନ୍ତି ।

60 ମିଲିଅନ ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟ ଭିତରକୁ ଠେଲି ଦେବ କୋରୋନା: ବିଶ୍ବ ବ୍ୟାଙ୍କ

author img

By

Published : May 20, 2020, 1:59 PM IST

ୱାଶିଂଟନ: ମହାମାରୀ କୋରୋନା ଭାଇରସ 60 ମିଲିଅନ ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟ ଭିତରକୁ ଠେଲି ଦେବ ବୋଲି କହିଛନ୍ତି ବିଶ୍ବ ବ୍ୟାଙ୍କ ମୁଖ୍ୟ । ଗତ ତିନିବର୍ଷ ମଧ୍ୟରେ ହୋଇଥିବା ଲାଭକୁ ଏହା ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେବ ବୋଲି ସେ କହିଛନ୍ତି ।

ବିଶ୍ୱ ଋଣ ପ୍ରଦାନକାରୀ ସଂସ୍ଥା 100 ଦେଶକୁ ଆର୍ଥିକ ସହାୟତା କରୁଛି । ଆଗାମୀ 15 ମାସ ମଧ୍ୟରେ 160 ବିଲିଅନ ଡଲାର ଖର୍ଚ୍ଚ କରିବାକୁ ପ୍ରତିଶ୍ରୁତି ଦେଇଛି ବୋଲି କହିଛନ୍ତି ବିଶ୍ବବ୍ୟାଙ୍କ ସଭାପତି ଡେଭିଡ୍ ମାଲପାସ୍ କହିଛନ୍ତି ।

ମାଲପାସ୍ ଏକ ସମ୍ମିଳନୀ ଡାକରେ କହିଛନ୍ତି, ଏହା ବିଶ୍ବର ଜନସଂଖ୍ୟାର 70 % ଅଟେ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଦର୍ଶାଉଛି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ବ୍ୟାଙ୍କ ଚଳିତ ବର୍ଷ ବିଶ୍ବ ଅର୍ଥନୀତିରେ 5 ପ୍ରତିଶତ ସଙ୍କୋଚନ ଆଶା କରୁଛି ଏବଂ ଗରିବ ଦେଶ ଉପରେ ଏହାର ପ୍ରଭାବ ପଡିବ ।

ଗତ ତିନି ବର୍ଷ ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣରେ ହୋଇଥିବା ସମସ୍ତ ଅଗ୍ରଗତିକୁ ପଛରେ ପକାଇ 60 ମିଲିୟନ ଲୋକଙ୍କୁ ଚରମ ଦାରିଦ୍ର୍ୟକୁ ଠେଲି ଦେବ । ଏବଂ ଆମର ପୂର୍ବାନୁମାନ ଏକ ଗଭୀର ବିମୁଦ୍ରାକରଣକୁ ସୂଚାଉଛି ବୋଲି ମାଲପାସ୍ କହିଛନ୍ତି ।

ରିପୋର୍ଟ ଅନୁଯାୟୀ, ୟୁରୋପରେ ଏବଂ ଯୁକ୍ତରାଷ୍ଟ୍ରରେ ପ୍ରାୟ 80 ପ୍ରତିଶତ ଥିବାବେଳେ ସମଗ୍ର ବିଶ୍ୱରେ ତିନି ଲକ୍ଷରୁ ଅଧିକ କୋରୋନା ଭାଇରସ ମାମଲା ପଞ୍ଜିକୃତ ହୋଇଛି । ଗରିବ ଦେଶରେ ଅବରୋଧିତ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଅର୍ଥନୀତି ଏବଂ ସାମାଜିକ ସେବାକୁ ସୁଦୃଢ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବବ୍ୟାଙ୍କ 5.5 ବିଲିୟନ ଡଲାର ଖର୍ଚ୍ଚ କରିଛି ।

For All Latest Updates

TAGGED:

World Bank
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.