ETV Bharat / international

ଲକଡାଉନରେ ପିଲାମାନଙ୍କ ମଧ୍ୟରେ ବଢିପାରେ ମେଦବହୁଳତା: ରିସର୍ଚ୍ଚ

ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି କୋରୋନା ଭାଇରସ । ଏହା ମଧ୍ୟରେ ଏକ ନୂଆ ରିସର୍ଚ୍ଚରୁ ଜଣାପଡିଛି ଯେ କୋରୋନା କାରଣରୁ ଲାଗୁ ହୋଇଥିବା ଲକଡାଉନରେ ପିଲାମାନଙ୍କ ମଧ୍ୟରେ ମେଦବହୁଳତା ବଢିପାରେ । ଯାହା ସେମାନଙ୍କ ଖାଦ୍ୟ, ଶୋଇବା ଏବଂ ଶାରୀରିକ କାର୍ଯ୍ୟକଳାପ ଉପରେ ନେଗେଟିଭ ପ୍ରଭାବ ପକାଇଥାଏ ।

corona
ଲକଡାଉନରେ ପିଲାମାନଙ୍କ ମଧ୍ୟରେ ମେଦବହୁଳତା ବଢିପାରେ
author img

By

Published : Jun 6, 2020, 12:44 PM IST

ୱାଂଶିଟନ: ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି କୋରୋନା ଭାଇରସ । ଏହା ମଧ୍ୟରେ ଏକ ନୂଆ ରିସର୍ଚ୍ଚରୁ ଜଣାପଡିଛି ଯେ କୋରୋନା କାରଣରୁ ଲାଗୁ ହୋଇଥିବା ଲକଡାଉନରେ ପିଲାମାନଙ୍କ ମଧ୍ୟରେ ମେଦବହୁଳତା ବଢିପାରେ । ଯାହା ସେମାନଙ୍କ ଖାଦ୍ୟ, ଶୋଇବା ଏବଂ ଶାରୀରିକ କାର୍ଯ୍ୟକଳାପ ଉପରେ ନେଗେଟିଭ ପ୍ରଭାବ ପକାଇଥାଏ ।

ଯୁକ୍ତରାଷ୍ଟ୍ରର ବଫାଲୋ ବିଶ୍ୱବିଦ୍ୟାଳୟର ଅଧ୍ୟୟନ ସହ-ଲେଖକ ମାଇଲେସ୍ ବିଶ୍ୱାସ କହିଛନ୍ତି ଯେ, କୋରୋନା ମହାମାରୀର ସିଧାସଳଖ ସଂକ୍ରମଣ ବାହାରେ ବିସ୍ତାର ହୋଇଛି। ମେଦବହୁଳତା ସହ ସଂଘର୍ଷ କରୁଥିବା ଶିଶୁ ଏବଂ କିଶୋରମାନେ ଏକ ଖରାପ ଅବସ୍ଥାରେ ରହିଛନ୍ତି। ଏଣୁ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାର ଆବଶ୍ୟକ ରହିଛି । ପିଲାମାନେ ଏବଂ କିଶୋରମାନେ ସାଧାରଣତଃ ଶିକ୍ଷାବର୍ଷ ଅପେକ୍ଷା ଗ୍ରୀଷ୍ମ ଛୁଟିରେ ଅଧିକ ଓଜନ ବଢାଇଥାନ୍ତି । ଯାହା ରିସର୍ଚ୍ଚରଙ୍କୁ ଭାବିବା ପାଇଁ ବାଧ୍ୟ କରିଥିଲା କଣ ଘରୋଇ ପରିବେଶ ଜୀବନଶୈଳୀ ପିଲାମାନଙ୍କ ଉପରେ ସମାନ ପ୍ରଭାବ ପକାଇବ କି?

ରିସର୍ଚ୍ଚରମାନେ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଇଟାଲୀର ଭେରୋନାରେ ଲକଡାଉନରେ ଥିବା 41 ଶିଶୁ ଏବଂ କିଶୋରଙ୍କୁ ନେଇ ଏକ ସର୍ଭେ କରିଥିଲେ। ଇଟାଲୀରେ ତିନି ସପ୍ତାହ ଲକଡାଉନ ମଧ୍ୟରେ ପିଲାମାନଙ୍କର ଜୀବନଶୈଳୀ ଖାଦ୍ୟର ସୂଚନା ଏବଂ ନିଦ ସମ୍ବନ୍ଧୀୟ ସୂଚନା ସଂଗ୍ରହ କରାଯାଇ 2019ରେ ଏକତ୍ରିତ ପିଲାମାନଙ୍କର ତଥ୍ୟ ସହ ତୁଳନା କରାଯାଇଥିଲା । ପ୍ରଶ୍ନଗୁଡ଼ିକ ଶାରୀରିକ କାର୍ଯ୍ୟକଳାପ, ସ୍କ୍ରିନ ଟାଇମ, ଶୋଇବା, ଖାଇବା ଅଭ୍ୟାସ ଏବଂ ଲାଲ ମାଂସ, ପାସ୍ତା, ଜଳଖିଆ, ଫଳ, ପନିପରିବାକୁ ନେଇ ପ୍ରସ୍ତୁତ କରାଯାଇଥିଲା ।

ତେବେ ଏହି ପରୀକ୍ଷଣରେ ଆସିଥିବା ଫଳାଫଳଗୁଡିକ ବ୍ୟବହାରରେ ନେଗେଟିଭ ପରିବର୍ତ୍ତନକୁ ନିଶ୍ଚିତ କରିଥିଲା । ଯାହା ମୋଟାପଣ ଥିବା ପିଲାମାନେ ନିଜ ସ୍କୁଲ ପାଠ୍ୟକ୍ରମରେ ନିୟୋଜିତ ଥିବା ତୁଳନାରେ ଘରେ ଥିବାବେଳେ ଓଜନ ନିୟନ୍ତ୍ରଣ ଜୀବନଶୈଳୀରେ ଅଧିକ ଖରାପ ହୁଅନ୍ତି ବୋଲି ସୂଚାଇଥିଲା ।

ଏକ ବର୍ଷ ପୂର୍ବରୁ ରେକର୍ଡ ହୋଇଥିବା ବ୍ୟବହାର ତୁଳନାରେ ପିଲାମାନେ ପ୍ରତିଦିନ ଅଧିକ ଖାଦ୍ୟ ଖାଉଥିଲେ, ପ୍ରତିଦିନ ଅଧିକ ଅଧ ଘଣ୍ଟା ଶୋଇଥିଲେ, ଫୋନ୍, କମ୍ପ୍ୟୁଟର ଏବଂ ଟେଲିଭିଜନ୍ ସ୍କ୍ରିନ୍ ସାମ୍ନାରେ ପ୍ରତିଦିନ ପ୍ରାୟ ପାଞ୍ଚ ଘଣ୍ଟା ସମୟ ବିତାଉଥିଲେ । ଏଥିସହ ମାଂସ, ସୁଗାର ଡ୍ରୀଙ୍କ ଏବଂ ଜଙ୍କ ଫୁଡର ଖାଇବା ଦ୍ବାରା ସେମାନଙ୍କ ମେଦ ବହୁଳତା ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଶାରୀରିକ କାର୍ଯ୍ୟକଳାପ ସପ୍ତାହରେ ଦୁଇ ଘଣ୍ଟାରୁ ଅଧିକ ହ୍ରାସ ପାଇଛି ଏବଂ ଖାଉଥିବା ପନିପରିବା ସଂଖ୍ୟା ଅପରିବର୍ତ୍ତିତ ରହିଛି ବୋଲି ପ୍ରତିକ୍ରିୟାରେ କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.