ETV Bharat / international

କୋରୋନା କାୟା, ଆମେରିକାରେ ଖୋଲିବ ପ୍ରାର୍ଥନା ହଲ୍

author img

By

Published : May 23, 2020, 6:52 PM IST

ବର୍ତ୍ତମାନ ଟ୍ରମ୍ପ ରାଜ୍ୟମାନଙ୍କୁ ପ୍ରାର୍ଥନା ହଲ୍ ଖୋଲିବାକୁ କହିଛନ୍ତି। ଟ୍ରମ୍ପ ପ୍ରାର୍ଥନା ଗୃହକୁ ଅତ୍ୟାବଶ୍ୟକ ସ୍ଥାନ ବର୍ଗରେ ରଖି କହିଛନ୍ତି ଯେ, ଏହା ଜରୁରୀ ସେବାରେ ଆସେ । ସେଥିପାଇଁ ଏହାକୁ ଖୋଲା ଯାଉଛି ।

_corona
ବର୍ତ୍ତମାନ ଆମେରିକା ପାଇଁ ଅଧିକରୁ ଅଧିକ ପ୍ରାର୍ଥନା ଆବଶ୍ୟକ

ୱାଶିଂଟନ: ସମଗ୍ର ବିଶ୍ବରେ କୋରୋନା ଭାଇରସରେ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । ପ୍ରତ୍ୟେକ ଦିନ ଆମେରିକାରେ ହଜାର ହଜାର ଲୋକ କୋରୋନା ପ୍ରାଣ ହରାଉଛନ୍ତି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନଙ୍କ ପରାମର୍ଶ ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲକଡାଉନରେ ସାମାନ୍ୟ ଛାଡ ଏବଂ ବୃଦ୍ଧି କରିବାକୁ ସ୍ଥିର କରିଛନ୍ତି । ବର୍ତ୍ତମାନ ଟ୍ରମ୍ପ ରାଜ୍ୟମାନଙ୍କୁ ପ୍ରାର୍ଥନା ହଲ୍ ଖୋଲିବାକୁ କହିଛନ୍ତି। ଟ୍ରମ୍ପ ପ୍ରାର୍ଥନା ଗୃହକୁ ଅତ୍ୟାବଶ୍ୟକ ସ୍ଥାନ ବର୍ଗରେ ରଖି କହିଛନ୍ତି ଯେ, ଏହା ଜରୁରୀ ସେବାରେ ଆସେ । ସେଥିପାଇଁ ଏହାକୁ ଖୋଲା ଯାଉଛି ।

ହ୍ବାଇଟ ହାଉସରେ ଉପସ୍ଥିତ ଥିବା ଗଣମାଧ୍ୟମକୁ ଟ୍ରମ୍ପ କହିଛନ୍ତି, ମୋର ନିର୍ଦ୍ଦେଶ କ୍ରମେ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ ଭିନ୍ନ ଭିନ୍ନ ସମ୍ପ୍ରଦାୟ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଆଜିଠାରୁ ପ୍ରାଥନା ଗୃହ, ଚର୍ଚ୍ଚ, ସିନଗାଙ୍ଗ୍ ଏବଂ ମସଜିଦକୁ ଜରୁରୀ ଶ୍ରେଣୀରେ ରଖୁଛି କାରଣ ଏହା ଜରୁରୀ ସେବା ଯୋଗାଇଥାଏ । ଏଥିସହ ଟ୍ରମ୍ପ କହିଛନ୍ତି ଆଜି ଠାରୁ ଆମେରିକା ପାଇଁ ଅଧିକରୁ ଅଧିକ ପ୍ରାର୍ଥନା ଆବଶ୍ୟକ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା 15 ଲକ୍ଷ ଲୋକ ଆମେରିକାରେ କୋରୋନା ସଂକ୍ରମିତ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 90 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର କୋରୋନା କାରଣରୁ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.