ୱାସିଂଟନ: ଭାରତକୁ ଭେଣ୍ଟିଲେଟର ଯୋଗାଇବ ଆମେରିକା । ଏନେଇ ଶନିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ‘କୋରୋନା ଲଢେଇରେ ଆମେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଛିଡା ହୋଇଛୁ ’ ।
ଏଥିସହ ସେ କହିଛନ୍ତି, କୋରୋନା ଟୀକା ପ୍ରସ୍ତୁତ କରିବା ପାଇଁ ଆମେରିକା ଭାରତ ସହ ମିଶି କାମ କରୁଛି । ଭାରତୀୟ-ଆମେରିକୀୟ ‘ମହାନ’ ବୈଜ୍ଞାନିକ ଏବଂ ଗବେଷକ । ହ୍ବାଇଟ ହାଉସ ରୋଜ ଗାର୍ଡେନରେ ସାମ୍ବାଦିକଙ୍କ ସହ କଥା ହୋଇ ଟ୍ରମ୍ପ କହିଛନ୍ତି, ମୁଁ ବର୍ତ୍ତମାନ କିଛି ଦିନ ପୂର୍ବରୁ ଭାରତରୁ ଫେରି ଆସିଥିଲି । ଆମେ ଭାରତ ସହିତ ବହୁତ କାମ କରୁଛୁ ଏବଂ ଆମେରିକାରେ ବହୁ ଭାରତୀୟ ଲୋକ ରହୁଛନ୍ତି । ଏଥିସହ କୋରୋନା ଟୀକା ପ୍ରସ୍ତୁତରେ ଆମେ ଭାରତ ସହ ମିଶି କାମ କରୁଛୁ । ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ ବୋଲି ଟ୍ରମ୍ପ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ଜଣେ ଭଲ ବନ୍ଧୁ ବୋଲି ସେ କହିଛନ୍ତି ।
ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଏତେ ମହାନ ହୋଇଛି ଏବଂ ଆପଣ ଜାଣନ୍ତି ଯେ ଆପଣଙ୍କର ପ୍ରଧାନମନ୍ତ୍ରୀ ମୋର ଜଣେ ଭଲ ବନ୍ଧୁ ଅଟନ୍ତି। ତେବେ କୋରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ମ୍ୟାଲେରିଆ ବିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ଭାରତ ଆମେରିକାକୁ ରପ୍ତାନୀର ଏକ ମାସ ପରେ ଟ୍ରମ୍ପ ଏହି ପ୍ରଶଂସା କରିଛନ୍ତି । ଭାରତ ଆମେରିକାକୁ 29 ନିୟୁତ ଡୋଜ କିଣିବାକୁ ଅନୁମତି ଦେବା ପରେ ସେ ଧନ୍ୟବାଦ ଅର୍ପଣ କରିଛନ୍ତି।
ପ୍ରକାଶ ଥାଉକି, ଗତ ଶୁକ୍ରବାର ଭାରତର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚୀନକୁ ପାର କରିଛି । କୋରୋନା ଭାଇରସ୍ ମାମଲାରେ ଭାରତ ବର୍ତ୍ତମାନ ବିଶ୍ୱରେ 11ତମ ସ୍ଥାନରେ ରହିଛି।