ପ୍ୟାରିସ: ବିଶ୍ବବ୍ୟାପୀ ପ୍ରଳୟ ରଚିଛି କୋରୋନା ମହାମାରୀ । ଏବେ ସୁଦ୍ଧା ସାରା ବିଶ୍ବରେ ପ୍ରାୟ 2 ଲକ୍ଷ ପାଖାପାଖି ପହଞ୍ଚିଲାଣି କୋରୋନାଜନିତ ମୃତ୍ୟୁସଂଖ୍ୟା । ଶେଷ ଖବର ଅନୁସାରେ ଶୁକ୍ରବାର ସୁଦ୍ଧା କୋଭିଡ 19ରେ 1 ଲକ୍ଷ 90 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ୟୁରୋପର 2 ତୃତୀୟାଂଶ ମୃତକ ଅଛନ୍ତି ।
ସେହିପରି ମୋଟ 26 ଲକ୍ଷ 98 ହଜାର 773 ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । କେବଳ ୟୁରୋପରେ 12 ଲକ୍ଷ 96 ହଜାର 248 ଆକ୍ରାନ୍ତ ଓ 1 ଲକ୍ଷ 16 221 ମୃତ୍ୟୁ ସ୍ପଷ୍ଟ ହୋଇଛି । ସ୍ପେନ, ଇଟାଲୀ, ଫ୍ରାନ୍ସ, ବ୍ରିଟେନରେ ଅଧିକ ଆକ୍ରାନ୍ତ ଥିବାର ଜଣାପଡିଛି ।
ତେବେ ମୃତ୍ୟୁ ସଂଖ୍ୟାରେ ଦେଶ ଭିତରେ ଆମେରିକା ଆଗରେ ରହିଛି । ଏଠାରେ 50 ହଜାର ପାର କରିଛି କୋଭିଡ 19 ମୃତ୍ୟୁ ସଂଖ୍ୟା । ସେହିପରି 8 ଲକ୍ଷ 90 ହଜାରରୁ ଅଧିକ ଲୋକ ଆକ୍ରାନ୍ତ ଅଛନ୍ତି । 82 ହଜାର 843 ଜଣ ସୁସ୍ଥ ହୋଇଛନ୍ତି । ଆମେରିକାରେ ନ୍ୟୁୟର୍କ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।
ଆମେରିକା ପଛକୁ ଇଟାଲୀରେ 25 ହଜାର 549, ସ୍ପେନରେ 22 ହଜାର 157, ଫ୍ରାନ୍ସରେ 21 ହଜାର 856 ଏବଂ ବ୍ରିଟେନରେ 18 ହଜାର 778 ଲୋକଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏହାସହ ବିଶ୍ବବ୍ୟାପୀ 8 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ମହାମାରୀରୁ ସୁସ୍ଥ ହୋଇଛନ୍ତି ।