ETV Bharat / international

ବିଶ୍ବରେ କୋରୋନା ଆତଙ୍କର ରିପୋର୍ଟ

ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ଗୋଟିଏ ଦିନରେ 11, 500 ଜଣ କୋରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ବିଶ୍ବରେ ଆକ୍ରାନ୍ତ ସଂଖ୍ୟା 1,79,000 ରେ ପହଞ୍ଚିଛି । ଅଧିକ ପଢନ୍ତୁ...

aa
ବିଶ୍ବରେ କୋରୋନା ଆତଙ୍କର ରିପୋର୍ଟ
author img

By

Published : Mar 18, 2020, 12:51 PM IST

ଜେନେଭା: ଆତଙ୍କ ଖେଳାଉଛି କୋରୋନା ଭାଇରସ । WHOର ରିପୋର୍ଟ ମୁତାବକ କେବଳ ମଙ୍ଗଳବାର ଦିନ 11, 500 ଜଣ କୋରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ବିଶ୍ବରେ ଆକ୍ରାନ୍ତ ସଂଖ୍ୟା 1,79,000ରେ ପହଞ୍ଚିଛି ।

ଏହାସହ ମଙ୍ଗଳବାର ଦିନ କୋରୋନାରେ 475 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ବିଶ୍ବରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 7426ରେ ପହଞ୍ଚିଛି । ଧିରେ ଧିରେ କୋରୋନା ଭାଇରସର ଚେର ଲମ୍ବିବାରେ ଲାଗିଛି । ଆହୁରି 8ଟି ଦେଶକୁ ଏହା ବ୍ୟାପିଛି । ଆଫ୍ରିକାରେ 3, ଭୂମଧ୍ୟସାଗରରେ 1, ଆମେରିକାରେ 3, ପଶ୍ଚିମ ପ୍ରଶାନ୍ତ ଅଞ୍ଚଳରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଯେହେତୁ Covid-19 ମହାମାରୀ କାୟା ମେଲାଉଛି ତେଣୁ WHO ମିଳିତ ଭାବରେ ପରିବହନ ଓ ପର୍ଯ୍ୟଟନ କ୍ଷେତ୍ର, ଯାତ୍ରା ଆଦି ସହ ଜରୁରୀକାଳୀନ ପରିସ୍ଥିତିରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.