ୱାଶିଂଟନ୍: ଚୀନ୍ର ହ୍ୟାକର୍ସଙ୍କ ଟାର୍ଗେଟରେ ଡେମୋକ୍ରାଟ୍ ଜୋ ବିଡେନଙ୍କ ଆମେରିକାର ରାଷ୍ଟ୍ରପତି କ୍ୟାମ୍ପେନରେ କାର୍ଯ୍ୟ କରୁଥିବା କର୍ମଚାରୀ। ସମସ୍ତ ତଥ୍ୟ ଚୋରୀରେ ଏହି ହ୍ୟାକର୍ସ ମାନେ ଲାଗି ପଡିଥିବା ଗୁଗଲର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର କହିଛନ୍ତି।
ଗତ କିଛି ଦିନ ତଳେ ଗୁଗଲର ଅଫିସିଆଲ ଇରାନ ହ୍ୟାକର୍ସମାନଙ୍କ ନାମରେ ସମାନ ଅଭିଯୋଗ ଆଣିଥିଲା। ଏମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାମ୍ପେନ କର୍ମଚାରୀଙ୍କ ଇମେଲ ଆକାଉଣ୍ଟକୁ ଟାର୍ଗେଟ କରିଛନ୍ତି। ଏହି ଘୋଷଣା ଗୁଗଲର ଆନାଲିସିସ୍ ଗ୍ରୁପ୍ର ମୁଖ୍ୟ ସଚିନ ହଣ୍ଟଲିଙ୍କ ଦ୍ବାରା ଟ୍ୱିଟରରେ କରାଯାଇଛି। ତେବେ ନିୟମିତ ଭାବରେ ଟପ୍ ରାଜନେତାଙ୍କ ଉଦ୍ଦେଶ୍ୟରେ ଡିଜିଟାଲ ଗୁପ୍ତଚର ହେବାର ସର୍ବଶେଷ ସୂଚନା।
ପୂର୍ବରୁ ଇରାନ ଟ୍ରମ୍ପଙ୍କ ଅଭିଯାନ ଭଣ୍ଡୁର କରିବା ସହ ଇମେଲଗୁଡିକୁ ତଥ୍ୟ ଚୋରି କରିବାର ପ୍ରୟାସକୁ ଦଲିଲଭୁକ୍ତ ହୋଇଛି । ଗତ ବର୍ଷ, ମାଇକ୍ରୋସଫ୍ଟ କର୍ପ ଘୋଷଣା କରିଥିଲା ଯେ ଚାର୍ମିଂ କିଟେନ୍ ନାମକ ଏକ ଗୋଷ୍ଠୀ ଆମେରିକାର ରାଷ୍ଟ୍ରପତିଙ୍କ କ୍ୟାମ୍ପେନ ଇମେଲ ଆକାଉଣ୍ଟକୁ ହ୍ୟାକ କରିବାକୁ ଚେଷ୍ଟା କରୁଛି।
ଏହା ପୂର୍ବରୁ, ଗୁପ୍ତଚର କମ୍ପାନୀ ଏରିଆ 1 ସିକ୍ୟୁରିଟି କହିଛି ଯେ ଋଷର ହ୍ୟାକର୍ସମାନେ ୟୁକ୍ରେନ୍ର ଏକ ଗ୍ୟାସ୍ ଫାର୍ମ କମ୍ପାନୀଗୁଡିକୁ ଟାର୍ଗେଟ କରିଛନ୍ତି। ଯେଉଁଠାରେ ବୋଡେନଙ୍କ ପୁଅ ଏକଦା କାର୍ଯ୍ୟ କରିଥିଲେ। ଗୁଗଲ ହଣ୍ଟଲିଙ୍କ ଟ୍ୱିଟ୍ ବାହାରେ ସବିଶେଷ ତଥ୍ୟ ଦେବାକୁ ମନା କରିଦେଇଛି। କିନ୍ତୁ ରାଜନୈତିକ ଅଭିଯାନକୁ ଲକ୍ଷ୍ୟ ରଖି ଡିଜିଟାଲ୍ ଗୁପ୍ତଚର ପ୍ରୟାସରେ ଆମେରିକୀୟମାନେ କେତେ ସମ୍ବେଦନଶୀଳ ହୋଇଛନ୍ତି ତାହା ଏଥିରୁ ଲକ୍ଷ୍ୟ କରାଯାଇ ପାରେ।