ETV Bharat / international

କାନାଡିଆନଙ୍କୁ ଚୀନର ଗୁପ୍ତଚର ଆରୋପ; କ୍ଷୋଭ ପ୍ରକାଶ କଲେ ଟ୍ରୁଡିୟୁ

ଚୀନରେ ଦୁଇ କାନାଡିଆନ କଏଦୀଙ୍କ ଉପରେ ଲାଗିଛି ଗୁପ୍ତଚରର ଆରୋପ । ଶୁକ୍ରବାର ଚୀନର ଏହି ଆରୋପ ଖବର ଜାଣିବା ପରେ ମର୍ମାହତ ହୋଇଛନ୍ତି କାନାଡ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡିୟୁ ।

canadian detainees in china, china accuses canadian detainees with spying, canada-china relation, trudeau's reaction on china's spying accuse on canadian, justin trudeau, ଚୀନରେ କାନାଡିଆନ କଏଦୀ, କାନାଡିଆନ କଏଦୀଙ୍କୁ ଚୀନର ଗୁପ୍ତଚର ଆରୋପ, କାନାଡା-ଚୀନ ସମ୍ପର୍କ, ଚୀନରେ କାନାଡିଆନ କଏଦୀଙ୍କୁ ନେଇ ଟ୍ରୁଡିୟୁଙ୍କ ମତ, ଜଷ୍ଟିନ ଟ୍ରୁଡିୟୁ
କାନାଡିଆନଙ୍କୁ ଚୀନର ଗୁପ୍ତଚର ଆରୋପ; କ୍ଷୋଭ ପ୍ରକାଶ କଲେ ଟ୍ରୁଡିୟୁ
author img

By

Published : Jun 21, 2020, 3:03 AM IST

ଓଟ୍ଟାୱା: ଚୀନରେ ଦୁଇ କାନାଡିଆନ କଏଦୀଙ୍କ ଉପରେ ଲାଗିଛି ଗୁପ୍ତଚରର ଆରୋପ । ଶୁକ୍ରବାର ଚୀନର ଏହି ଆରୋପ ଖବର ଜାଣିବା ପରେ ମର୍ମାହତ ହୋଇଛନ୍ତି କାନାଡ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡିୟୁ । ସମ୍ପୃକ୍ତ ଘଟଣାରେ ପ୍ରତିକ୍ରିୟା ଦେଇ ଟ୍ରୁଡିୟୁ କହିଛନ୍ତି କି ଗିରଫ ହେବାର 18 ମାସ ପରେ ଦୁଇ କାନାଡିଆନଙ୍କ ଉପରେ ଚୀନର ଏପରି ଗୁପ୍ତଚରର ଆରୋପ ଲଗାଇବା ତାଙ୍କୁ ଦୁଃଖିତ କରିଛି ।

ଏଥିସହ ଚୀନରେ ଗିରଫ ହୋଇଥିବା ଦୁଇ କାନାଡିଆନ ଯଥା ପୂର୍ବତନ କୂଟନୀତିଜ୍ଞ ମାଇକେଲ କୋଭରିଗ ଓ ବ୍ୟବସାୟୀ ମାଇକେଲ ସ୍ପାଭୋରଙ୍କୁ ମୁକ୍ତ କରିବା ପାଇଁ କାନାଡ ସରକାର କ’ଣ କରିପାରିବେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗକୁ କାନାଡା ଅତି ଗମ୍ଭୀରତାର ସହ ଗ୍ରହଣ କରିଛି ବୋଲି ଟ୍ରୁଡିୟୁ ସ୍ପଷ୍ଟ କରିଛନ୍ତି । ଆଗରୁ ଅନେକ କାନାଡିଆନଙ୍କୁ ମୁକ୍ତ କରିଯାଇଥିବା ବେଳେ ଦୁଇ ମାଇକେଲଙ୍କୁ କିପରି ମୁକ୍ତ କରିହେବ ସେନେଇ ଏବେ ସେ ଚିନ୍ତାରେ ରହିଛନ୍ତି ।

ଏଥିପାଇଁ ସମସ୍ତ ସମ୍ଭବ ଚେଷ୍ଟା କରିବା ସହ ଯଥାଶୀଘ୍ର ସେମାନଙ୍କୁ ମୁକ୍ତ କରି ଚୀନର ମନମାନିର କଡା ଜବାବ ଦେବା ପାଇଁ କାନାଡ ପ୍ରସ୍ତୁତ ଥିବା ଟ୍ରୁଡିୟୁ ମତ ଦେଇଛନ୍ତି । ଏହି ଘଟଣା ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ମଧ୍ୟ କ୍ଷୋଭ ପ୍ରକାଶ କରି ନିଜ ଦୁଃଖ ଜାହିର କରିଛନ୍ତି । ତେଣୁ ସମ୍ପୃକ୍ତ ଦୁଇ କାନାଡିଆନ ସ୍ବଦେଶ ନଫେରିବା ଯାଇଁ କାନାଡା ଶାନ୍ତିରେ ବସିବ ନାହିଁ ବୋଲି ସେ କହିଛନ୍ତି ।

ସୂଚନା ମୁତାବକ 2018 ଡିସେମ୍ବରରେ କାନାଡାର ଭାନକୁଭରରେ ଚାଇନିଜ କମ୍ପାନୀ ହୁୱେଇର ପ୍ରତିଷ୍ଠାତାଙ୍କୁ ଗିରଫ କରାଯାଇଥିଲା । ଆମେରିକାର ଅନୁରୋଧକ୍ରମେ ଇରାନିଆନ ନେଣଦଣ ନୀତି ଉଲଙ୍ଘନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଯାହାର ଠିକ୍‌ 9 ଦିନ ପରେ ଚୀନରେ ଦୁଇ କାନାଡିଆନଙ୍କୁ ବିନା କାରଣରେ ଗିରଫ କରାଯାଇଥିଲା । ସେମାନଙ୍କୁ 18ମାସ ଧରି ପ୍ରତାଡିତ କରିବା ପରେ ଗତ ଶୁକ୍ରବାର ସେମାନଙ୍କ ବିରୋଧରେ ଗୁପ୍ତଚରର ଆରୋପ ଲଗାଇଥିଲା ଚୀନ । ଯାହା ଚୀନର ଏକ ପ୍ରତିଶୋଧ ପରାୟଣ କାର୍ଯ୍ୟ ବୋଲି ସନ୍ଦେହ କରାଯାଉଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.