ETV Bharat / international

ଚୀନରେ ପୁଣି କଡ ଲେଉଟାଉଛି କୋରୋନା, 4 ପଜିଟିଭ ଚିହ୍ନଟ

author img

By

Published : Jun 8, 2020, 2:48 PM IST

ଚୀନରେ ପୁଣି ମୁଣ୍ଡ ଟେକୁଛି କୋରୋନା । ସ୍ୱାସ୍ଥ୍ୟ ଆୟୋଗ ସୋମବାର ଦିନ କହିଛି, ଦେଶରେ ଚାରିଟି ନୂତନ ପଜିଟିଭ୍ ମାମଲା ରିପୋର୍ଟ ହୋଇଛି । ସେଥିରୁ ଦୁଇଟି ଲକ୍ଷଣବିହୀନ ମାମଲା ।

ଚୀନରେ ପୁଣି କଡ ଲେଉଟେଇଲାଣି କୋରୋନା, 4 ପଜିଟିଭ୍ ଚିହ୍ନଟ

ସାଙ୍ଘାଇ: ଚୀନରେ ପୁଣି ମୁଣ୍ଡ ଟେକୁଛି କୋରୋନା । କିଛି ଦିନ ବ୍ୟବଧାନ ପରେ ଦେଶରେ ପୁଣି କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ସଦ୍ୟତମ ରିପୋର୍ଟ ଅନୁସାରେ ସ୍ୱାସ୍ଥ୍ୟ ଆୟୋଗ ସୋମବାର ଦିନ କହିଛି, ଚୀନରେ ଚାରିଟି ନୂତନ ପଜିଟିଭ ମାମଲା ରିପୋର୍ଟ ହୋଇଛି । ସେଥିମଧ୍ୟରୁ ଦୁଇଟି ଲକ୍ଷଣବିହୀନ କୋଭିଡ୍ 19 ମାମଲା ରହିଛି ।

ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ସୂଚନା ଅନୁସାରେ, ଏହି ଚାରୋଟି ନୂତନ ପଜିଟିଭ୍ ମାମଲା ପ୍ରବାସୀ ନାଗରିକଙ୍କ ସହ ଜଡିତ । ଯାହାଫଳରେ ପୁଣି ସଂକ୍ରମଣ ରିପୋର୍ଟ ହୋଇଛି ।

ପ୍ରକାଶ ଯେ, ଚୀନରେ ଏଯାବତ 83,040 କୋରୋନା ମାମଲା ରିପୋର୍ଟ ହୋଇଛି । ଏପଟେ ମୃତ୍ୟୁ ସଂଖ୍ୟା 4,634 ରେ ଅପରିବର୍ତ୍ତିତ ରହିଛି । ତେବେ ଚୀନ ଲକ୍ଷଣ ନଥିବା ରୋଗୀଙ୍କୁ ଗଣନା କରେ ନାହିଁ ଯେଉଁମାନେ କୋରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.