ETV Bharat / international

ଅଲଗା ହେବେ ବିଲ ଗେଟ୍ସ ଓ ପତ୍ନୀ ମେଲିଣ୍ଡା

author img

By

Published : May 4, 2021, 11:48 AM IST

ଆମେରିକା ଉଦ୍ୟୋଗୀ ତଥା ବିଶ୍ବର ଧନୀ ବ୍ୟକ୍ତି ବିଲ ଗେଟ୍ସ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବେ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ଅଲଗା ହେବେ ବିଲ ଓ ମେଲିଣ୍ଡା ଗେଟ୍ସ
ଅଲଗା ହେବେ ବିଲ ଓ ମେଲିଣ୍ଡା ଗେଟ୍ସ

ୱାଶିଂଟନ: ମାଇକ୍ରୋସଫ୍ଟ କମ୍ପାନୀର ସହପ୍ରତିଷ୍ଠାତା ତଥା ଆମେରିକା ଉଦ୍ୟୋଗୀ ବିଲ ଗେଟ୍ସ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି । ବିଲ ଗେଟ୍ସ ଓ ମେଲିଣ୍ଡା ନିଜ 27 ବର୍ଷ ବୟସର ବୈବାହିକ ଜୀବନକୁ ଶେଷ କରିବାକୁ ଯାଉଥିବା ବେଳେ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନରେ ଏକାଠି କାର୍ଯ୍ୟ କରିବେ । ଏ ସମ୍ପର୍କରେ ସେମାନେ ନିଜ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ।

ବିଶ୍ବର ସବୁଠାରୁ ଧନୀ ଶ୍ରେଣୀରେ ସ୍ଥାନ ପାଉଥିବା ବିଲଙ୍କ ଏହି ଛାଡପତ୍ରର କାରଣ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଉଭୟଙ୍କ ଇଚ୍ଛାରେ ଏହି ବିବାହ ବିଚ୍ଛେଦ ହେବ ବୋଲି ଜଣାପଡିଛି । ତେବେ ବିଶ୍ବର ସମସ୍ତ ଲୋକଙ୍କୁ ସୁସ୍ଥ, ଉତ୍ପାଦନକାରୀ ଜୀବନଯାପନ କରିବାକୁ ସକ୍ଷମ କରିବାକୁ ଫାଉଣ୍ଡେସନ ସମଗ୍ର ବିଶ୍ବରେ କାର୍ଯ୍ୟ କରେ ବୋଲି ସେମାନେ ଏକ ବିବୃତ୍ତିରେ କହିଛନ୍ତି । କିନ୍ତୁ ସେମାନଙ୍କ ପାରିବାରିକ ଜୀବନରେ ଉଭୟ ଗୋପନୀୟତା ତଥା ପ୍ରାଇଭେସି ଚାହାନ୍ତି ବୋଲି କହିଛନ୍ତି ।

ବିଲ ଓ ମେଲିଣ୍ଡା 1994 ମସିହାରେ ହଘାଇରେ ବିବାହ କରିଥିଲେ । ଏହାପରେ ମେଲିଣ୍ଡା ମାଇକ୍ରୋସଫ୍ଟ କମ୍ପାନୀରେ 1987 ମସିହାରେ ଉତ୍ପାଦ ପରିଚାଳକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଉଭୟଙ୍କ ମିଳିତ ଉଦ୍ୟମରେ ସୃଷ୍ଟି ହୋଇଥିବା ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ବିଶ୍ବର ସବୁଠାରୁ ପ୍ରଭାବିତ ଘରୋଇ ସଂସ୍ଥା । ଯେଉଁଥିରେ ସେମାନେ ବହୁତ ଲାଭବାନ ହୋଇପାରିଛନ୍ତି । ଏହି ସଂସ୍ଥା ବିଶ୍ବର ସ୍ବାସ୍ଥ୍ୟ ଏବଂ ବିକାଶ ଓ ଆମେରିକାର ଶିକ୍ଷା ପ୍ରସଙ୍ଗ ଉପରେ କାର୍ଯ୍ୟ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.