ETV Bharat / international

ଆମେରିକା-ଚୀନ ଭର୍ଚ୍ଚୁଆଲ ଭେଟ: ଜନତାଙ୍କ ସ୍ବାର୍ଥକୁ ବାଇଡେନଙ୍କ ଗୁରୁତ୍ବ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ପ୍ରତିପକ୍ଷ ଜିନପିଙ୍ଗଙ୍କ ସହିତ ଭର୍ଚୁଆଲ ଜରିଆରେ ଏକ ଶିଖର ବୈଠକ ହୋଇଛି । ଅଧିକ ପଢନ୍ତୁ

author img

By

Published : Nov 16, 2021, 10:56 AM IST

ଆମେରିକା-ଚୀନ ଭର୍ଚ୍ଚୁଆଲ ଭେଟ
ଆମେରିକା-ଚୀନ ଭର୍ଚ୍ଚୁଆଲ ଭେଟc

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ପ୍ରତିପକ୍ଷ ଜିନପିଙ୍ଗଙ୍କ ସହିତ ଭର୍ଚ୍ଚୁଆଲ ଜରିଆରେ ଏକ ଶିଖର ବୈଠକ ହୋଇଛି । ବୈଠକରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତିଯୋଗିତାକୁ ଦାୟିତ୍ବବୋଧକ ଭାବରେ ପରିଚାଳନା କରିବାର ଉପାୟ ତଥା ସେମାନଙ୍କର ସ୍ବାର୍ଥ ସମାନ ଭାବରେ କାର୍ଯ୍ୟ କରିବାର ଉପାୟ ଉପରେ ଆଲୋଚନା ହୋଇଛି । ଏ ନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଛି ।

ବର୍ଷ ଶେଷ ପୂର୍ବରୁ ବାଇଡେନ ଏବଂ ଜିନପିଙ୍ଗଙ୍କ ମଧ୍ୟରେ ଡିଜିଟାଲ ଜରିଆରେ ବୈଠକ କରିବା ପାଇଁ ସେମାନେ ଚୀନ୍ ସହ ଏକ ସମ୍ଭାବ୍ୟ ଚୁକ୍ତି କରିଥିବା କହିଥିଲେ ଆମେରିକା ଅଧିକାରୀ । ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି । ଗତକାଲି(ସୋମବାର) ସଂନ୍ଧ୍ୟାରେ ୱାଶିଂଟନରେ ଡିସି, ରାଷ୍ଟ୍ରପତି ଜୋ ବାଇଡେନ ଭର୍ଚ୍ଚୁଆଲି ଚାଇନା ପ୍ରତିପକ୍ଷ PRC ଜିନପିଙ୍ଗଙ୍କ ସହିତ ବୈଠକ କରିଥିବା ସୂଚନା ଦେଇଛନ୍ତି ହ୍ବାଇଟ ହାଉସ ପ୍ରେସ ସଚିବ ଜେନ ପସାକି ।

ଏହା ପୂର୍ବରୁ ସେପ୍ଟେମ୍ବର ୯ ଦୁଇଜଣ ଫୋନ ଯୋଗେ କଥା ହୋଇଥିଲେ । ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ବାଇଡେନଙ୍କର ଏହା ପ୍ରଥମ ଫୋନ କଲ ଥିଲା । ପ୍ରତିଯୋଗିତାକୁ ଦାୟିତ୍ବବୋଧକ ଭାବରେ ପରିଚାଳନା କରିବାର ଉପାୟ ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଥିଲା । ପ୍ରେସ ସଚିବ ଜେନ ପସାକି ଏକ ବିବୃତ୍ତିରେ କହିଛନ୍ତି ଯେ, ରାଷ୍ଟ୍ରପତି ବାଇଡେନ ଆମେରିକାର ଉଦ୍ଦେଶ୍ୟ ଏବଂ ପ୍ରାଥମିକତା ସ୍ପଷ୍ଟ କରିବା ସହିତ ଏବଂ PRCକୁ ଚିନ୍ତାଧାରା ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଛନ୍ତି । ସାଧାରଣଙ୍କ ସ୍ବାର୍ଥ ଉପରେ ଏକତ୍ର କାର୍ଯ୍ୟ କରିବାକୁ ବାଇଡେନ ଗୁରୁତ୍ବ ଦେଇଛନ୍ତି ।

ଗତ କିଛି ବର୍ଷ ହେବ ଆମେରିକା ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଚୀନ ଉପରେ ବ୍ୟବସାୟଠୁ ନେଇ ଅନେକ କ୍ଷେତ୍ରରେ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ । ପ୍ରତିଶୋଧ ନେବାକୁ ଟ୍ରମ୍ପ ଚାଇନାରୁ କୋଟି କୋଟି ଡଲାର ମୂଲ୍ୟର ଆମଦାନୀ ଉପରେ ଶୁଳ୍କ ଆଦାୟ କରିଥିଲେ। ଯାହାକୁ ବର୍ତ୍ତମାନ ଆମେରିକା ପ୍ରଶାସନ ବଜାୟ ରଖିଛି ।

ଜଳବାୟୁ ସହଯୋଗ ଉପରେ ଏକାଠି ହୋଇଥିଲେ ଦୁଇ ଦେଶ...

ବାଇଡେନ ଇଣ୍ଡୋ-ପାସିଫିକ ଅଞ୍ଚଳରେ ସକ୍ରିୟତା ବୃଦ୍ଧି କରିଛନ୍ତି, ଯେଉଁଠାରେ ଚୀନ୍ ସେନାର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଛି। ତେବେ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପରେ ଚୀନ୍ ଏବଂ ଆମେରିକା ଏହି ସପ୍ତାହରେ ଘୋଷଣା କରିଛନ୍ତି ଯେ ଦୁଇ ଦେଶ ଜଳବାୟୁ ସହଯୋଗକୁ ପ୍ରୋତ୍ସାହିତ କରିବେ। ଆମେରିକା ଏବଂ ଚୀନ୍ ହେଉଛି ବିଶ୍ବର ଦୁଇଟି ବୃହତ୍ତମ ଅଙ୍ଗାରକାମ୍ଳ ନିର୍ଗମନକାରୀ ଦେଶ । ଗ୍ଲାସଗୋରେ ଅନୁଷ୍ଠିତ COP26 ଜଳବାୟୁ ସମ୍ମିଳନୀରେ ଦୁଇ ବିଶ୍ବସ୍ତରୀୟ ପ୍ରତିଦ୍ବନ୍ଦୀଙ୍କ ଦ୍ବାରା ଏହି ଘୋଷଣା କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.