ETV Bharat / international

ଆମେରିକାରେ ପ୍ରଥମେ କୋରୋନା ଟୀକା ନେବେ ଜୋ ବିଡେନ ଓ ତାଙ୍କ ପତ୍ନୀ

author img

By

Published : Dec 19, 2020, 6:44 PM IST

ମହାମାରୀ କୋରୋନା ଯୋଗୁଁ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ 2ଟି ଟୀକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଅଧିକ ପଢନ୍ତୁ...

ଆମେରିକାରେ ପ୍ରଥମେ କୋରୋନା ଟୀକା ନେବେ ଜୋ ବିଡେନ ଓ ତାଙ୍କ ପତ୍ନୀ
ଆମେରିକାରେ ପ୍ରଥମେ କୋରୋନା ଟୀକା ନେବେ ଜୋ ବିଡେନ ଓ ତାଙ୍କ ପତ୍ନୀ

ୱାଶିଂଟନ: ମହାମାରୀ କୋରୋନା ଯୋଗୁଁ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଟୀକା ହିଁ କେବଳ ଏହି ମହାମାରୀରୁ ମୁକ୍ତି ଦେଇପାରିବ । ତେଣୁ କୋରୋନା ଟୀକା ଉପଲବ୍ଧ ନେଇ ଜୋରଦାର କାମ ଆଗେଇ ଚାଲିଛି । ବର୍ତ୍ତମାନ ଆମେରିକାରେ ପ୍ରସ୍ତୁତ 2ଟି ଟୀକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ସୋମବାର ପ୍ରଥମ ଥର ଟୀକାକରଣ କରାଯିବ ।

ଆମେରିକାରେ ପ୍ରସ୍ତୁତ ଫାଇଜର କୋରୋନା ଟୀକାକୁ ପୂର୍ବରୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମିତ ମିଳିସାରିଛି । ଏବେ ମୋର୍ଡନାକୁ ବ୍ୟବହାର କରାଯିବ । ତେବେ ସୋମବାର ଟୀକାକରଣ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଓ ତାଙ୍କ ପତ୍ନୀ ଟୀକା ନେବେ । ଏନେଇ ବିଡେନ ପ୍ରଶାସନ ହ୍ବାଇଟ ହାଉସ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ସପ୍ତାହରେ ଆମେରିକାର ଉପ-ରାଷ୍ଟ୍ରପତି କୋମଲା ହାରିସ ନେବେ ଟୀକା । ମୋର୍ଡନା କମ୍ପାନୀ ଏବଂ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ତତ୍ତ୍ବାବଧାନରେ ବିକଶିତ ଏହି ଟୀକାକରଣ ପ୍ରକ୍ରିୟା ସୋମବାରରୁ ଆରମ୍ଭ ହେବ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.