ETV Bharat / international

ପ୍ଲାଟଫର୍ମ ସୁପାରିଶ ଲଞ୍ଚ କଲେ ବିଡେନ-ସାଣ୍ଡର୍ସ

author img

By

Published : Jul 10, 2020, 1:56 AM IST

ଦଳର ସଦସ୍ୟଙ୍କ ବିକାଶ ନେଇ ନୂଆ ଖସଡା ପ୍ରସ୍ତୁତ କରିଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ଆଶାୟୀ ଜୋ ବିଡେନ ଓ ପୂର୍ବ ପ୍ରତିଯୋଗୀ ବର୍ଣ୍ଣି ସାଣ୍ଡର୍ସ ।

biden-sanders, joe biden, platform recommendation pf task force, platform recommendation, america latest news, presidential election in america, ବିଡେନ-ସାଣ୍ଡର୍ସ, ଜୋ ବିଡେନ, ଟାସ୍କ ଫୋର୍ସର ପ୍ଲାଟଫର୍ମ ସୁପାରିଶ, ପ୍ଲାଟଫର୍ମ ସୁପାରିଶ, ଆମେରିକା ଲାଟେଷ୍ଟ ନ୍ୟୁଜ୍‌, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ
ପ୍ଲାଟଫର୍ମ ସୁପାରିଶ ଲଞ୍ଚ କଲେ ବିଡେନ-ସାଣ୍ଡର୍ସ

ୱାଶିଂଟନ: ଦଳର ସଦସ୍ୟଙ୍କ ବିକାଶ ନେଇ ନୂଆ ଖସଡା ପ୍ରସ୍ତୁତ କରିଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ଆଶାୟୀ ଜୋ ବିଡେନ ଓ ପୂର୍ବ ପ୍ରତିଯୋଗୀ ବର୍ଣ୍ଣି ସାଣ୍ଡର୍ସ । ଉଭୟ ମିଳିତ ଭାବେ ଗଠନ କରିଥିବା ଟାସ୍କ ଫୋର୍ସର ସଦସ୍ୟମାନଙ୍କ ପାଇଁ ଏହି ପ୍ଲାଟଫର୍ମ ସୁପାରିଶ ପ୍ରସ୍ତୁତ କରାଯାଇଛି । ଗୁରୁବାର ଏନେଇ ବିଧିବଦ୍ଧ ଘୋଷଣା କରାଯାଇଥିଲା ।

ଗତ ମେ’ ମାସରେ ଲଞ୍ଚ ହୋଇଥିବା ଏହି ଟାସ୍କ ଫୋର୍ସରେ କେତେକ ମୁଖ୍ୟ ପ୍ରସଙ୍ଗକୁ ନେଇ ପ୍ଲାଟଫର୍ମ ସୁପାରିଶ ଜାରି କରାଯାଇଛି । ଏଥିରେ ମୁଖ୍ୟତଃ ପାଣିପାଗରେ ପରିବର୍ତ୍ତନ, ଅପରାଧୀକ ନ୍ୟାୟ ପ୍ରଣାଳୀରେ ପରିବର୍ତ୍ତନ, ଇମିଗ୍ରେସନ ପଲିସି, ସ୍ବାସ୍ଥ୍ୟ ସେବା, ଶିକ୍ଷା ଓ ଅର୍ଥନୀତି ସମେତ ଆହୁରି ଅନେକ ଦିଗ ଉପରେ ଗୁରୁତ୍ବ ଦିଆଯାଇଛି । ମୋଟ 110 ପୃଷ୍ଠାର ଏକ ଡକ୍ୟୁମେଣ୍ଟ ଏନେଇ ପ୍ରସ୍ତୁତ କରାଯାଇଥିବା ଜଣା ପଡିଛି ।

ବିଡେନ ଓ ସାଣ୍ଡର୍ସ ମୁଖ୍ୟତଃ ପୋଲିସ ବିଭାଗର ପୁନଃଗଠନ ସମେତ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ତେଜିଥିବା ହାଜତ ମୃତ୍ୟୁ ମାମଲାର ସମାଧାନ ଦିଗରେ ସୁପାରିଶରେ ଗୁରୁତ୍ବାରୋପ କରିଥିବା ଦେଖାଯାଇଛି । ଏହି ଘଟଣାକୁ ନେଇ ସାରା ଦେଶର ଅସନ୍ତୋଷ ଓ କ୍ରୋଧର ନିଆଁ ଜଳିଥିବା ବେଳେ ଏହାର ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ସୁପାରିଶରେ ଉଲ୍ଲେଖ କରାଯାଇଛି । ସେପଟେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସାଣ୍ଡର୍ସଙ୍କ ‘ମେଡିକେୟାର ଫର୍‌ ଅଲ’ ବଦଳରେ ଓବାମାକେୟାରର ପରିସର ବୃଦ୍ଧି ପାଇଁ ୟୋଜନା ରହିଥିବା ସ୍ପଷ୍ଟ କରାଯାଇଛି ।

କେବଳ ସେତିକି ନୁହେଁ ସମୟ ସହ ଦେଶର ଜଳବାୟୁରେ ହୋଇଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି କାର୍ବନ ଫ୍ରି ଇଲେକ୍ଟ୍ରିସିଟି ଉତ୍ପାଦନ ନେଇ ପ୍ରଲ୍ତାବ ରହିଛି । ଏହି ଯୋଜନା 2035 ସୁଦ୍ଧା ସାରା ଦେଶରେ କାର୍ଯ୍ୟକ୍ଷମ କରିବାର ଯୋଜନା ଥିବା ସୁପାରିଶରେ ଉଲ୍ଲେଖ କରାଯାଇଛି । ଟାସ୍କ ଫୋର୍ସର କାର୍ଯ୍ୟକାରିତାକୁ ପୂର୍ବତନ ଉପରାଷ୍ଟ୍ରପତି ବିଡେନ ପ୍ରଶଂସା କରିଥିବା ବେଳେ ଆଗକୁ ଏହା ଅନେକ ସାହସିକତା ପୂର୍ଣ୍ଣ ଓ ପରିବର୍ତ୍ତନର ସ୍ବର ଉତ୍ତୋଳନକାରୀ ପଦକ୍ଷେପ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ସେପଟେ ଟାସ୍କ ଫୋର୍ସ ସହ ମିଳିତ ଭାବେ କାର୍ଯ୍ୟ କରୁଥିବାରୁ ସିନେଟର ସାଣ୍ଡର୍ସଙ୍କ ଧନ୍ୟବାଦ ଜଣାଇଛନ୍ତି ବିଡେନ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.