ETV Bharat / international

କେନୋସାରେ ଜ୍ୟାକୋବ ବ୍ଲେକଙ୍କ ପରିବାରକୁ ଭେଟିଲେ ବିଡେନ - ଜୋ ବିଡେନ

କିଛି ଦିନ ତଳେ ତେଜିଥିଲା ଜ୍ୟାକବ ବ୍ଲେକଙ୍କ ଘଟଣା । ବିକ୍ଷୋଭ ପ୍ରବଣ ସହର କେନୋସାରେ ବ୍ଲେକଙ୍କୁ ପୋଲିସ ପଛପଟୁ 7 ଥର ଗୁଳି କରିଥିବା ବେଳେ ସେଥରୁ 4ଟି ଗୁଳି ବ୍ଲେକଙ୍କ ଦେହରେ ବାଜିଥିଲା । ବ୍ଲେକ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ରହିଥିବା ବେଳେ ତାଙ୍କୁ ଭେଟିବା ପାଇଁ ଗୁରୁବାର ପହଞ୍ଚିଥିଲେ ଡେମୋକ୍ରାଟିକ ପାର୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଓ ତାଙ୍କ ପତ୍ନୀ ଜିଲ ।

jacob blake, police harashment on jacob blake, joe biden, biden meets jacob blake, ଜ୍ୟାକୋବ ବ୍ଲେକ, ଜ୍ୟାକୋବ ବ୍ଲେକଙ୍କୁ ପୋଲିସର ଅତ୍ୟାଚାର, ଜୋ ବିଡେନ, ବିଡେନଙ୍କ ବ୍ଲେକଙ୍କ ସାକ୍ଷାତ
କେନୋସାରେ ଜ୍ୟାକୋବ ବ୍ଲେକଙ୍କ ପରିବାରକୁ ଭେଟିଲେ ବିଡେନ
author img

By

Published : Sep 4, 2020, 2:49 PM IST

ୱାଶିଂଟନ: ବାରମ୍ବାର କୃଷ୍ଣକାୟଙ୍କ ଉପରେ ପୋଲିସର ଜୁଲମ ନେଇ ଚର୍ଚ୍ଚାରେ ଆମେରିକା । କେବେ ଜର୍ଜ ଫ୍ଲଏଡ, କେବେ ଡାନିଏଲ ପ୍ରୁଡ ତ କେତେବେଳେ ପୁଣି ଜ୍ୟାକୋବ ବ୍ଲେକ । ଏସମସ୍ତ ଘଟଣାରେ ସାମ୍ନାକୁ ଆସିଛି ଆଫ୍ରିକାନ-ଆମେରିକୀୟଙ୍କ ଉପରେ ପୋଲିସର ଜୁଲମ । ଜର୍ଜ ଫ୍ଲେଡଙ୍କୁ ନେଇ ବେଶ କିଛି ଦିନ ବିଶ୍ବବ୍ୟାପୀ ବିକ୍ଷୋଭ ଜାରି ରହିଥିବା ବେଳେ ଦୁଇ ଦିନ ତଳେ ମୁଣ୍ଡ ଟେକିଥିଲା ଡାନିଏଲ ପ୍ରୁଡଙ୍କ ଘଟଣା । ଆଉ ଏହାର କିଛି ଦିନ ତଳେ ତେଜିଥିଲା ଜ୍ୟାକବ ବ୍ଲେକଙ୍କ ଘଟଣା । ବିକ୍ଷୋଭ ପ୍ରବଣ ସହର କେନୋସାରେ ବ୍ଲେକଙ୍କୁ ପୋଲିସ ପଛପଟୁ 7 ଥର ଗୁଳି କରିଥିବା ବେଳେ ସେଥରୁ 4ଟି ଗୁଳି ବ୍ଲେକଙ୍କ ଦେହରେ ବାଜିଥିଲା ।

ବ୍ଲେକ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ରହିଥିବା ବେଳେ ତାଙ୍କୁ ଭେଟିବା ପାଇଁ ଗୁରୁବାର ପହଞ୍ଚିଥିଲେ ଡେମୋକ୍ରାଟିକ ପାର୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଓ ତାଙ୍କ ପତ୍ନୀ ଜିଲ । ଏହାର ଦୁଇ ଦିନ ତଳେ ଟ୍ରମ୍ପ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ବ୍ଲେକଙ୍କୁ ଭେଟିଥିଲେ । ଯାହାକୁ ନେଇ ତାଙ୍କୁ ଖୁବ ଟ୍ରୋଲର ଶିକାର ମଧ୍ୟ ହେବାକୁ ପଡିଥିଲା । ତେବେ ବିଡେନ ଓ ତାଙ୍କ ପତ୍ନୀ ଖୁବ ବ୍ୟକ୍ତିଗତ ଭାବେ ବ୍ଲେକ ଓ ତାଙ୍କ ପରିବାରକୁ ଭେଟିଥିବା ଜଣା ପଡିଛି । ଏଥିସହ ବ୍ଲେକ ଓ ତାଙ୍କ ପରିବାରକୁ ବ୍ୟକ୍ତିଗତ ଭାବେ ସେମାନେ 15 ମିନିଟ ପାଇଁ ଭେଟିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ବ୍ଲେକ ଧିରେ ଧିରେ ସୁସ୍ଥ ହେବାରେ ଲାଗିଥିବା ବେଳେ ଏବେ ବି ତାଙ୍କର ଅଧା ଶରୀର ପାରାଲାଇଜ ଅବସ୍ଥାରେ ରହିଛି । ସେପଟେ ବ୍ଲେକଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଦଳଙ୍କୁ ମଧ୍ୟ ବିଜେନ ସାକ୍ଷାତ କରିଥିବା ଜଣା ପଡିଛି । ସାକ୍ଷାତ ସମୟରେ ବ୍ଲେକ ଖୁବ ଆତ୍ମବିଶ୍ବାସୀ ଓ ଦୃଢ ମନୋବଳର ପରିଚୟ ଦେଇଥିବା ବିଡେନ ପ୍ରକାଶ କରିଛନ୍ତି । ଏଥିସହ ସେ ପୁଣି ନିଜ ଗୋଡରେ ଚାଲି ପାରନ୍ତୁ ଅବା ନପାରନ୍ତୁ କିନ୍ତୁ ସେ ହାର ମାନିବେନି ବୋଲି ମଧ୍ୟ ପ୍ରକାଶ କରିଥିବା ବିଡେନ ଗଣମାଧ୍ୟମକୁ ଜଣାଇଛନ୍ତି ।

ଅନ୍ୟପଟେ ଟ୍ରମ୍ପ ନିଜ ଗସ୍ତ ସମୟରେ ଆଣ୍ଟି-ଆମେରିକୀୟ ବିକ୍ଷୋଭକୁ ବିରୋଧ କରିଥିବାରୁ ତାଙ୍କୁ ଅନେକ ତାତ୍ସଲ୍ୟ ସହିବାକୁ ପଡିଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.