ୱାଶିଂଟନ: ଗୁରୁ ନାନକଙ୍କ 551 ତମ ଜନ୍ମ ବାର୍ଷିକୀରେ ଶୁଭେଚ୍ଛା ଜଣାଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସ । ଶିଖ ଧର୍ମର ପ୍ରତିଷ୍ଠାତା ନାନକ ଦୟା ଏବଂ ଏକତାର ବାର୍ତ୍ତା ଦେବା ସହ ଆମେରିକୀୟ ତଥା ଲୋକଙ୍କୁ ମହାମାରୀ କୋପରୁ ରକ୍ଷା କରିବାରେ ସାହାଯ୍ୟ କରିବେ ।
ବାଇଡେନ୍ ଏବଂ ହାରିସ୍ ମିଳିତ ବିବୃତ୍ତିରେ କହିଛନ୍ତି, ଆମକୁ ମନେରଖିବାକୁ ହେବ ଯେ, ଗୁରୁ ନାନକଙ୍କ ଅନନ୍ତ ତଥା ସର୍ବଭାରତୀୟ କରୁଣା ଏବଂ ଏକତାର ବାର୍ତ୍ତା ଆମକୁ ଲୋକ ତଥା ରାଷ୍ଟ୍ର ଭାବରେ ସୁସ୍ଥ କରିବାରେ ପ୍ରେରଣା ଯୋଗାଇପାରେ। ସମସ୍ତେ ଗୁରୁ ନାନକ ଦେବଙ୍କ 551 ତମ ଜନ୍ମ ବାର୍ଷିକୀ ପାଳନ କରୁଥିବାବେଳେ ବାଇଡେନ ଓ ହାରିସ ଆମେରିକାର ତଥା ବିଶ୍ବର ଶିଖମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ପାଞ୍ଚ ଶତାବ୍ଦୀରୁ ଅଧିକ ସମୟ ଧରି ଆଧ୍ୟାତ୍ମିକ ଜ୍ଞାନ, ମାନବିକତାର ସେବା ଏବଂ ନୈତିକ ଅଖଣ୍ଡତା ଉପରେ ଗୁରୁ ନାନକଙ୍କ ନୀତିବାଣୀ କାଳକାଳ ଧରି ରହିଆସିଛି ଏବଂ ଶିଖ୍ ମାନେ ଆମେରିକାରେ ଏବଂ ବିଶ୍ବରେ ଏହା ପ୍ରତିପାଦିତ କରିଛନ୍ତି ବୋଲି ବାଇଡେନ୍ କହିଛନ୍ତି ।
ମହାମାରୀ ସମୟରେ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି, ସେବା ଏବଂ ବିତରଣ ପାଇଁ ଗୁରୁଦ୍ବାରରେ ଉକ୍ତ ସମ୍ପ୍ରଦାୟର ଲୋକ ନିୟୋଜିତ ରହିଥିବା ସମସ୍ତ ଶିଖ ଆମେରିକୀୟଙ୍କ ପ୍ରତି କୃତଜ୍ଞ ବୋଲି ଉଭୟ କହିଛନ୍ତି ।