ETV Bharat / international

ଡିଜିଟାଲ୍ ଅଭିଯାନରେ ରେକର୍ଡ ସଂଖ୍ୟକ ଅର୍ଥ ଖର୍ଚ୍ଚ କରିଛନ୍ତି ବିଡେନ୍

author img

By

Published : Oct 25, 2020, 6:20 AM IST

ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ନିର୍ବାଚନ ଅଭିଯାନ ପାଇଁ ରେକର୍ଡ ସଂଖ୍ୟକ ଅର୍ଥ ଖର୍ଚ୍ଚ କରିଛନ୍ତି । ଆମେରିକାର ଇତିହାସରେ ଏହା ପ୍ରଥମ ଥର ଡିଜିଟାଲ୍ ବିଜ୍ଞାପନରେ ପ୍ରଚୁର ପରିମାଣରେ ଅର୍ଥ ଖର୍ଚ୍ଚ କରାଯାଇଛି । ଅଧିକ ପଢନ୍ତୁ...

ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ
ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ

ୱାଶିଂଟନ: ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ନିର୍ବାଚନ ଅଭିଯାନ ପାଇଁ ରେକର୍ଡ ସଂଖ୍ୟକ ଅର୍ଥ ଖର୍ଚ୍ଚ କରିଛନ୍ତି । ଆମେରିକାର ଇତିହାସରେ ଏହା ପ୍ରଥମ ଥର ଡିଜିଟାଲ୍ ବିଜ୍ଞାପନରେ ପ୍ରଚୁର ପରିମାଣରେ ଅର୍ଥ ଖର୍ଚ୍ଚ କରାଯାଇଛି । ଶୁକ୍ରବାର ଦିନ ପ୍ରକାଶ କରିଛି ଯେ ପୂର୍ବତନ ଉପରାଷ୍ଟ୍ରପତି ଅଭିଯାନ ଆରମ୍ଭ କରିବା ଦିନଠାରୁ ଟେଲିଭିଜନ ବିଜ୍ଞାପନରେ 582 ମିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିଛନ୍ତି।

କେବଳ ଗତ ସପ୍ତାହରେ ବିଡେନଙ୍କ ଟିମ୍ 45 ମିଲିୟନ ଡଲାର ଖର୍ଚ୍ଚ କରିଥିଲେ। ନଭେମ୍ବର 3 ନିର୍ବାଚନ ଦିନ ଶେଷ 10 ଦିନିଆ ସ୍ପ୍ରିଣ୍ଟରେ ଟେଲିଭିଜନରେ ବିଡେନ ଆଉ 57 ମିଲିୟନ ଡଲାର ଖର୍ଚ୍ଚ କରିବେ। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯାନରେ ଗତ ଦୁଇ ବର୍ଷ ମଧ୍ୟରେ 342 ମିଲିୟନ ଡଲାର ଖର୍ଚ୍ଚ ହୋଇଛି ।

ଗତ ସାତ ଦିନ ମଧ୍ୟରେ ଉଭୟ ପକ୍ଷ ଟେଲିଭିଜନ ଏବଂ ଡିଜିଟାଲ ବିଜ୍ଞାପନରେ 160 ମିଲିୟନ ଡଲାର ଖର୍ଚ୍ଚ କରିଛନ୍ତି । ଅଧିକାଂଶ ବିଜ୍ଞାପନ ଫିନିକ୍ସ, ଆରିଜୋନାରେ ଚାଲିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.