ETV Bharat / international

ଧରା ପଡିବ ଚୀନର ଚାଲ! କୋରୋନା ଉତ୍ପତ୍ତିସ୍ଥଳ ଜାଣିବାକୁ ବାଇଡେନଙ୍କ ତଦନ୍ତ ନିର୍ଦ୍ଦେଶ - ଆମେରିକା ଗୁପ୍ତଚର ଏଜେନ୍ସି

କୋରୋନାର ଉତ୍ପତ୍ତି କେଉଁଠାରୁ ହୋଇଛି, ସେନେଇ ତଦନ୍ତ କରିବାକୁ ଆମେରିକୀୟ ଗୁପ୍ତଚର ବିଭାଗକୁ ତଦନ୍ତ ଭାର ଦେଲେ ଜୋ ବାଇଡେନ । 90 ଦିନ ଭିତରେ ପ୍ରମାଣ ଉପସ୍ଥାପନ କରିବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଧରା ପଡିବ ଚୀନର ଚାଲ! କୋରୋନା ଉତ୍ପତ୍ତିସ୍ଥଳ ଜାଣିବାକୁ ବାଇଡେନଙ୍କ ତଦନ୍ତ ନିର୍ଦ୍ଦେଶ

author img

By

Published : May 27, 2021, 3:41 PM IST

ୱାଶିଂଟନ: ସମଗ୍ର ବିଶ୍ବକୁ ଅସ୍ତବ୍ୟସ୍ତ କରିଦେଇଛି କୋରୋନା । ପ୍ରଥମେ ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ମହାମାରୀ ବିଶ୍ବ ସ୍ତରରେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇଛି । ତେବେ ଗତ କିଛି ଦିନ ଧରି କୋରୋନା ଓ ଚୀନର ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶ୍ବ ବିପକ୍ଷରେ ଜୈବକ ଅସ୍ତ୍ର ଭାବେ ବ୍ୟବାହାର ପାଇଁ ଚୀନ କୋରୋନା ଭୂତାଣୁ ସୃଷ୍ଟି କରିଥିବା ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଗୋଟିଏ ପଟେ ଏହି ଚର୍ଚ୍ଚା ଜୋର ଧରିଥିବାବେଳେ ଇତିମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କୋରୋନାର ଉତ୍ପତ୍ତି ସମ୍ପର୍କରେ ଜାଣିବା ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବୁଧବାର ରାଷ୍ଟ୍ରପତି ବାଇଡେନ ଏ ସମ୍ପର୍କରେ ତଦନ୍ତ ପାଇଁ ଆମେରିକୀୟ ଗୁପ୍ତଚର ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି ।

ବାଇଡେନ ଗୁପ୍ତଚର ବିଭାଗକୁ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେବା ସହ 90 ଦିନ ମଧ୍ୟରେ ଉପଯୁକ୍ତ ପ୍ରମାଣ ବା ରିପୋର୍ଟ ଉପସ୍ଥାପନ କରିବାକୁ କହିଛନ୍ତି । ଏଥିସହ ଏହି ତଦନ୍ତ ପ୍ରକ୍ରିୟାରେ ଆମେରିକାର ଜାତୀୟ ଲାବ୍ରୋଟୋରୀ ଗୁଡିକୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଚୀନର ମଧ୍ୟ ସହଯୋଗ ମାଗିଛନ୍ତି ବାଇଡେନ ।

ସୂଚନାଥାଉ କି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ରିପବ୍ଲିକାନମାନେ କୋଭିଡ ଭାଇରସର ଉତ୍ପତ୍ତି ନେଇ ଚୀନକୁ ଆକ୍ଷେପ କରିଥିଲେ । ଏହି ଭାଇରସ ଚୀନର ଲାବ୍ରୋଟୋରୀରୁ ଜାଣିଶୁଣି ସୃଷ୍ଟି କରାଯାଇଥିବା ସେ ଅଭିଯୋଗ ଆଣିଥିଲେ । ଯାହାକୁ ଖଣ୍ଡନ କରିଥିଲା ଚୀନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.