ETV Bharat / international

ବାଇଡେନ୍ ପ୍ରଶାସନ କ୍ରୟ କରିବ ଅତିରିକ୍ତ 200 ନିୟୁତ କୋରୋନା ଟିକା - ବାଇଡେନ୍ ପ୍ରଶାସନ

ବାଇଡେନ୍ ପ୍ରଶାସନ 200 ନିୟୁତ ଅତିରିକ୍ତ COVID-19 ଟିକା ଡୋଜ କିଣିବ। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଘୋଷଣା କରିଥିଲେ ଯେ ଦେଶରେ ଟୀକାକରଣ ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯିବ। ଅଧିକ ପଢନ୍ତୁ...

ବାଇଡେନ୍ ପ୍ରଶାସନ କ୍ରୟ କରିବ ଅତିରିକ୍ତ 200 ନିୟୁତ କୋରୋନା ଟିକା

author img

By

Published : Jan 27, 2021, 7:39 AM IST

ୱାସିଂଟନ୍: ଆମେରିକାରେ ଅଣାୟତ ହୋଇପଡିଥିବା କୋରୋନା ସ୍ଥିତିକୁ ସୁଧାରିବାକୁ ବାଇଡେନଙ୍କ ପ୍ରଚେଷ୍ଟା। ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଭାଇରସ ଦମନ ପାଇଁ ଅଣ୍ଟା ଭିଡିଛନ୍ତି ସେ।

ତେବେ ବାଇଡେନ୍ ପ୍ରଶାସନ 300 ମିଲିୟନ ଲୋକଙ୍କୁ ଟିକା ଦେବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଗ୍ରୀଷ୍ମ ସୁଦ୍ଧା 600 ମିଲୟନ ଡୋଜ୍ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏହାସହ ଅତିରିକ୍ତ 200 ମିଲିୟନ ଡୋଜ୍ କିଣିବେ ବୋଲି ହ୍ବାଇଟ୍ ହାଉସ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ,ବାଇଡେନ୍ ଓ ହାରିସ୍ ପ୍ରଶାସନ ଦୁଇଟି ଡ୍ରଗ୍ସ ଆଡମିନିଷ୍ଟ୍ରେସନ କମ୍ପାନୀର ଅନୁମୋଦିତ ଟିକା ଫାଇଜର ଓ ମର୍ଡର୍ଣ୍ଣାରୁ 100 ମିଲିୟନ ଡୋଜ୍ କିଣିବାକୁ କାର୍ଯ୍ୟ କରୁଛନ୍ତି। ସେହିପରି ବାଇଡେନ୍ ପ୍ରଶାସନ ରାଜ୍ୟ, ଜନଜାତି ଓ ଆଞ୍ଚଳିକ ସାପ୍ତାହିକ ଟିକା ଯୋଗାଣକୁ 8.6ନିୟୁତ ଡୋଜରୁ ସର୍ବନିମ୍ନ 10 ନିୟୁତ ଡୋଜକୁ ବୃଦ୍ଧି କରିବ।

ସପ୍ତାହରେ 1.4 ନିୟୁତ ଡୋଜର ବୃଦ୍ଧି ଲକ୍ଷ ଲକ୍ଷ ଅଧିକ ଆମେରିକୀୟଙ୍କୁ ପୂର୍ବ ଅପେକ୍ଷା ଅଧିକ ଓ ଶୀଘ୍ର ଟୀକାକରଣ କରିବାକୁ ଅନୁମତି ଦେବ। ଆସନ୍ତା ତିନି ସପ୍ତାହ ପାଇଁ ସର୍ବନିମ୍ନ ଯୋଗାଣ ସ୍ତର ଭାବରେ ଏହାକୁ ବଜାୟ ରଖିବାକୁ ପ୍ରଶାସନ ପ୍ରତିଶୃତି ଦେଇଛି। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଥିଲେ ଯେ ଦେଶରେ ଟୀକାକରଣ ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.