ETV Bharat / international

ବାଇଡେନଙ୍କ ବଡ ନିଷ୍ପତ୍ତି, ତାଲିବାନ କବଜା ପରେ ଆଫଗାନିସ୍ତାନ ସହ ଅସ୍ତ୍ରଶସ୍ତ୍ର ଡିଲ୍‌ ରଦ୍ଦ

ବନ୍ଧୁକ ମୁନରେ ଶାସନ କରିବାକୁ ଚାହୁଁଥିବା ତାଲିବାନକୁ ବଡ ଝଟକା ଦେଇଛି ଆମେରିକାର ବାଇଡେନ ପ୍ରଶାସନ । ଆଫଗାନିସ୍ତାନ ସରକାରଙ୍କ ସହ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ରକୁ ନେଇ ଯେଉଁ ଡିଲ୍‌ ସବୁ ହୋଇଥିଲା ତାହାକୁ ରଦ୍ଦ କରିଦେଇଛି ଆମେରିକା । ଅଧିକ ପଢନ୍ତୁ...

ବାଇଡେନଙ୍କ ବଡ ନିଷ୍ପତ୍ତି, ତାଲିବାନ କବଜା ପରେ ଆଫଗାନିସ୍ତାନ ସହ ଅସ୍ତ୍ର ଡିଲ୍‌ ଉପରେ ରୋକ

author img

By

Published : Aug 19, 2021, 7:38 PM IST

ଆଫଗାନିସ୍ତାନ: ସଙ୍କଟ ମଧ୍ୟରେ ଆମେରିକାର ବଡ ନିଷ୍ପତ୍ତି । ବନ୍ଧୁକ ମୁନରେ ଶାସନ କରିବାକୁ ଚାହୁଁଥିବା ତାଲିବାନକୁ ବଡ ଝଟକା ଦେଇଛି ଆମେରିକାର ବାଇଡେନ ପ୍ରଶାସନ । ଆଫଗାନିସ୍ତାନ ସରକାରଙ୍କ ସହ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ରକୁ ନେଇ ଯେଉଁ ଡିଲ୍‌ ସବୁ ହୋଇଥିଲା ତାହାକୁ ରଦ୍ଦ କରିଦେଇଛି ଆମେରିକା । ଆଫଗାନିସ୍ତାନକୁ କବଜା କରିସାରିଛି ତାଲିବାନ । ଆତଙ୍କୀଙ୍କ ହାତରେ ରହିଛି ବନ୍ଧୁକ । ଆଗକୁ ଯେଭଳି ତାଲିବାନୀ ଅସ୍ତ୍ରଶସ୍ତ୍ରର ଦୁରୂପଯୋଗ ନକରନ୍ତି, ଏଥିପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ।

ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା କଣ୍ଟ୍ରାକ୍ଟରଙ୍କୁ ଏ ସମ୍ବନ୍ଧରେ ନୋଟିସ ପଠାଇଛି ଆମେରିକା । ଏଥିରେ ଲେଖାଅଛି ଯେ ଆଫଗାନିସ୍ତାନ ପଠାଯିବାକୁ ଥିବା ଅସ୍ତ୍ରଶସ୍ତ୍ରର ବକେୟା ଅର୍ଡର ଏବଂ ଯେଉଁଗୁଡିକର ଡେଲିଭରି ହୋଇନାହିଁ, ଏହା ଉପରେ ବର୍ତ୍ତମାନ ପାଇଁ ରୋକ ଲଗାଇଦିଆଯାଇଛି । ନୋଟିସରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ଆଫଗାନିସ୍ତାନରେ ବର୍ତ୍ତମାନ ସ୍ଥିତି ଦୃତଗତିରେ ବଦଳୁଛି । ପ୍ରତିରକ୍ଷା ବିକ୍ରି ନିର୍ଦ୍ଦେଶାଳୟ ବର୍ତ୍ତମାନ ସମସ୍ତ ପେଣ୍ଡିଂ ଓ ଇସ୍ୟୁ ହୋଇସାରିଥିବା ରିପ୍ତାନୀ ଲାଇସେନ୍ସକୁ ତଦାରଖ କରୁଛି । ନୂଆ ଆଦେଶ ଜାରି ହେବା ପର୍ଯ୍ୟନ୍ତ ଏହି ରୋକ ବଳବତ୍ତର ରହିବ ।

ରବିବାର ଆଫଗାନିସ୍ତାନ ସରକାର ଆମେରିକୀୟ ବ୍ୟାଙ୍କରେ ଜମା କରିଥିବା ଟଙ୍କାକୁ ଫ୍ରିଜ୍ କରିଦେଇଥିଲେ ବାଇଡେନ ସରକାର । ଏହାପରେ, ଏହି କୋଟି କୋଟି ଟଙ୍କା ବର୍ତ୍ତମାନ ତାଲିବାନୀଙ୍କ ପାଖରେ ପହଁଞ୍ଚିପାରିବ ନାହିଁ । ଟ୍ରେଜେରୀ ସଚିବ ଜେନେଟ ଏଲ ୟେଲେନ ଏବଂ ଟ୍ରେଜେରୀ ବିଭାଗର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟର ଅଧିକାରୀମାନେ ନେଇଥିଲେ ଏହି ନିଷ୍ପତ୍ତି । ଆମେରିକାର ବୈଦେଶିକ ବିଭାଗ ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲା । ଏହାସହିତ ହ୍ବାଇଟ ହାଉସର ଅଧିକାରୀମାନେ ସ୍ଥିତି ଉପରେ କଡା ନଜର ରଖିଛନ୍ତି ।

ଆମେରିକାରେ ଅବସ୍ଥିତ ଆଫଗାନିସ୍ତାନ ସରକାରଙ୍କ କୌଣସି ସମ୍ପତ୍ତି ଉପରେ ତାଲିବାନର ଅଧିକାର ରହିବ ନାହିଁ। ଆଫଗାନିସ୍ତାନକୁ ନେଇ ସରକାର ଏପର୍ଯ୍ୟନ୍ତ ନୀତି ପ୍ରସ୍ତୁତ କରିନାହାଁନ୍ତି ବୋଲି ଆମେରିକା ସରକାର ବିବୃତ୍ତିରେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.