ETV Bharat / international

ବ୍ୟାଟଲଗ୍ରାଉଣ୍ଡ ୟୁଏସ୍ଏ 2020–ଚୀନ୍ ଉପରେ ଆମେରିକାର ଆକ୍ରମଣ: ପ୍ରଚାର ନା ନିଷ୍ଠାପର କାର୍ଯ୍ୟସୂଚୀ? - Battleground USA 2020 Episode 5

“ଯଦି ଜୋ ବିଡେନ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି, ଯାହାକି ସମ୍ଭାବନା ନାହିଁ, ତେବେ ଆମ ଦେଶକୁ ଚୀନ୍ କବଜା କରିନେବ। ସାରା ବିଶ୍ବରେ ଯେଉଁଭଳି ଦୁଃଖଦ ଘଟଣା ସେମାନଙ୍କ ଦ୍ବାରା ଘଟିଲା ବା ସେମାନେ ଘଟାଇଲେ ସେଥିପାଇଁ ମୁଁ ସେମାନଙ୍କୁ ପୂର୍ଣ୍ଣ ମାତ୍ରାରେ ଦାୟୀ କରିବି,” । ରିପବ୍ଲିକ ପାର୍ଟି ପକ୍ଷରୁ ସରକାରୀ ଭାବେ ପୁନଃ ରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ ହେବା ପରେ ରିପବ୍ଲିକାନ ନ୍ୟାସନାଲ କନଭେନସନରେ ଦେଇଥିବା ଭାଷଣରେ ଡୋନାଲଡ ଟ୍ରମ୍ପ ତାଙ୍କର ପ୍ରତିଦ୍ବନ୍ଦ୍ବୀଙ୍କୁ ଏଭଳି ଆକ୍ରମଣ କରିଛନ୍ତି । ଅଧିକ ପଢନ୍ତୁ...

ବ୍ୟାଟଲଗ୍ରାଉଣ୍ଡ ୟୁଏସ୍ଏ 2020–ଚୀନ୍ ଉପରେ ଆମେରିକାର ଆକ୍ରମଣ: ପ୍ରଚାର ନା ନିଷ୍ଠାପର  କାର୍ଯ୍ୟସୂଚୀ?

author img

By

Published : Sep 3, 2020, 1:44 AM IST

ହାଇଦ୍ରାବାଦ: “ଯଦି ଜୋ ବିଡେନ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି, ଯାହାକି ସମ୍ଭାବନା ନାହିଁ, ତେବେ ଆମ ଦେଶକୁ ଚୀନ୍ କବଜା କରିନେବ। ସାରା ବିଶ୍ବରେ ଯେଉଁଭଳି ଦୁଃଖଦ ଘଟଣା ସେମାନଙ୍କ ଦ୍ବାରା ଘଟିଲା ବା ସେମାନେ ଘଟାଇଲେ ସେଥିପାଇଁ ମୁଁ ସେମାନଙ୍କୁ ପୂର୍ଣ୍ଣ ମାତ୍ରାରେ ଦାୟୀ କରିବି,” । ରିପବ୍ଲିକ ପାର୍ଟି ପକ୍ଷରୁ ସରକାରୀ ଭାବେ ପୁନଃ ରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ ହେବା ପରେ ରିପବ୍ଲିକାନ ନ୍ୟାସନାଲ କନଭେନସନରେ ଦେଇଥିବା ଭାଷଣରେ ଡୋନାଲଡ ଟ୍ରମ୍ପ ତାଙ୍କର ପ୍ରତିଦ୍ବନ୍ଦ୍ବୀଙ୍କୁ ଏଭଳି ଆକ୍ରମଣ କରିଛନ୍ତି।

ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କୁ ଆହୁରି ଶାଣିତ ସମାଲୋଚନା କରି ଟ୍ରମ୍ପ କହିଛନ୍ତି, “ଆମ ଦେଶର କମ୍ପାନି ଏବଂ ଚାକିରୀ ଯେପରି ଆମ ଦେଶରେ ରହିବ ତାହା ଆମେ ନିଶ୍ଚିତ କରିବୁ। ଆପଣମାନେ ଦେଖିଥିବେ କିଛି ଦିନ ହେଲା ଏହା ମୁଁ କରିଆସିଛି। ‘ମେଡ୍ ଇନ୍ ଚାଇନା’ ହେଉଛି ଜୋ ବିଡେନଙ୍କ କାର୍ଯ୍ୟସୂଚୀ, ମୋର କାର୍ଯ୍ୟସୂଚୀ ହେଉଛି ‘ମେଡ୍ ଇନ୍ ୟୁଏସ୍’।

ଯୁ୍କ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍ ମଧ୍ୟରେ କୂଟନୈତିକ ସମ୍ପର୍କକୁ ସରକାରୀ ସ୍ବୀକୃତି ମିଳିବା ପର ଅବସ୍ଥାରେ 1979ରେ ଆମେରିକାର ପ୍ରଥମ ସରକାରୀ ପ୍ରତିନିଧି ଦଳରେ ବିଡେନ୍ ଜଣେ ଯୁବ ସିନେଟର ଭାବେ ପ୍ରଥମ ଥର ପାଇଁ ଚୀନ୍ ଗସ୍ତ କରିଥିଲେ। ଓବାମାଙ୍କ ସମୟରେ ଉପ ରାଷ୍ଟ୍ରପତି ଭାବେ ବିଡେନ ସେ ସମୟର ପରିସ୍ଥିତିକୁ ଦେଖି ‘ଏକ ଉଦିତ ଚୀନ୍ ଏକ ସକାରାତ୍ମକ ଘଟଣା’ ଭାବେ ଚୀନକୁ ବର୍ଣ୍ଣନା କରିଥିଲେ। ବିଡେନଙ୍କ ପ୍ରାର୍ଥୀତ୍ବ ସ୍ବୀକାରୋକ୍ତି ଭାଷଣରେ ଚୀନ୍, ରୁଷିଆ କିମ୍ବା ଅନ୍ୟ ବୈଦେଶିକ ନୀତି ସମ୍ପର୍କିତ ପ୍ରସଙ୍ଗ ଉପରେ କିଛି ଉଲ୍ଲେଖ ହୋଇନଥିଲା। ହେଲେ ପୂର୍ବରୁ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ହୋଇଥିବା ପ୍ରାଥମିକ ବିତର୍କ ବେଳେ ବିଡେନ୍ ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କୁ ଏକ ‘ହତ୍ୟାକାରୀ’ ଭାବେ ବର୍ଣ୍ଣନା କରିଥିଲେ।

ଟ୍ରମ୍ପ ଏବଂ ବିଡେନଙ୍କ ମଧ୍ୟରେ ଲଢେଇ ହ୍ବାଇଟ ହାଉସ ପାଇଁ ହେଉଥିଲେ ସୁଦ୍ଧା ନୀତି ନିର୍ଦ୍ଧାରକ ଏବଂ ଆମେରିକା ଭୋଟରଙ୍କ ପାଇଁ ଚୀନ୍ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ହେବ କି? ନଭେମ୍ବରରେ ଫଳାଫଳ ପ୍ରକାଶ ପରେ ବି ଚୀନ୍ ସହିତ ଆମେରିକାର ସମ୍ପର୍କ ମୁକାବିଲାମୂଳକ ଏବଂ ଶତ୍ରୁତାପୂର୍ଣ୍ଣ ଆଚରଣ ଜାରି ରହିବ କି? ଭବିଷ୍ୟତରେ ଆମେରିକା-ଚୀନ୍ ସମ୍ପର୍କ ନେଇ ଭାରତ ଉପରେ କଣ ପ୍ରଭାବ ପଡ଼ିବ? ବ୍ୟାଟଲଗ୍ରାଉଣ୍ଡ ୟୁଏସଏ 2020ର ଏହି ଅଧ୍ୟାୟରେ ଏଭଳି କିଛି ପ୍ରଶ୍ନ ଉପରେ ଆଲୋଚନା କରାଯାଇଛି। ମହାମାରୀ ମୁକାବିଲା କରିବାରେ ବିଫଳତା ପାଇଁ ହୋଇଥିବା ସମାଲୋଚନାରୁ ଦୃଷ୍ଟି ଏଡାଇବାକୁ ଟ୍ରମ୍ପ ଚୀନ ପ୍ରସଙ୍ଗକୁ ଆଗକୁ ଆଣୁଛିନ୍ତି କି, ଏହାର ଉତ୍ତର ସାଉଁଟିଛନ୍ତି ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମା।

ୱାଶିଂଟନ ଡିସି ବ୍ରୁକିଙ୍ଗସ ଇନିଷ୍ଟିଚ୍ୟୁଟର ସିନିଅର ଫେଲୋ ତଥା ପ୍ରତିରକ୍ଷା ବିଶେଷଜ୍ଞ ତନଭି ମଦନ କହିଛନ୍ତି, “ ଆମେରିକା ନିର୍ବାଚନରେ ଚୀନ୍ ପ୍ରସଙ୍ଗ ସ୍ଥାନ ପାଇବା ସେଭଳି ଅସାମାନ୍ୟ ନୁହେଁ। ଆମେରିକା ନିର୍ବାଚନରେ ଚୀନକୁ ଏକ ବାହାନା କରାଯିବା ବି ନୂଆ କଥା ନୁହେଁ। ବିଶେଷ କରି ଆମେରିକାକୁ ଚ୍ୟାଲେଞ୍ଜ କରି ଆସୁଥିବା ଚୀନକୁ କେତେବେଳେ ଅର୍ଥନୈତିକ ପ୍ରସଙ୍ଗ ତ ଅନ୍ୟ କେତେବେଳେ ପ୍ରତିରକ୍ଷା ପ୍ରସଙ୍ଗରେ ଆଳ କରି ନିର୍ବାଚନୀ ଇସ୍ୟୁ କରାଯାଇଥାଏ। କୋଭିଡ ମୁକାବିଲା କରିବାରେ ଯଥେଷ୍ଟ କିଛି କରି ପାରିନଥିବାରୁ ସମାଲୋଚିତ ରାଷ୍ଟ୍ରପତି ଟ୍ରମ୍ପ ଏଥିପାଇଁ ଚୀନ୍ ଉପରେ ଦୋଷ ଦେବା ସହିତ ଏହାକୁ ନିର୍ବାଚନ ପ୍ରଚାରରେ ଆଗକୁ ଆଣିବାକୁ ଚାହୁଁଥିବା ଗୋଟିଏ କାରଣ ହୋଇପାରେ।”

ତନଭି ମଦନ ଆହୁରି ବି କହିଛନ୍ତି ଯେ, “ତେଣୁ ଟ୍ରମ୍ପ ଏହାକୁ କଥା ଛଳରେ ‘ଚାଇନା ଭାଇରସ’ ବୋଲି କହିଥିଲେ, ଏପରିକି କୋରୋନାକୁ ଚୀନ୍ ଦ୍ବାରା ତାଙ୍କ ଦେଶ ଉପରେ ଥୋପି ଦିଆଯାଇଥିବା ବି ସେ କହିଥିଲେ। ନିର୍ବାଚନ ଜିତିବା ପାଇଁ ସେ ଏହାକୁ ଏକ ଚାଲ ବୋଲି ଭାବୁଛନ୍ତି। କେବଳ ମାତ୍ର କୋଭିଡ ପାଇଁ ନୁହେଁ, ବିଶେଷତଃ କୋଭିଡ ସଂକଟ ବେଳେ ବାଣିଜ୍ୟ କାରବାରରେ ହୋଇଥିବା ବିପୁଳ କ୍ଷତି ପାଇଁ ଟ୍ରମ୍ପ ହୁଏତ ଚୀନ୍ କଥା କହି ରାଜନୈତିକ ଫାଇଦା ନେବା ଯୋଜନାରେ ଅଛନ୍ତି। ଏବେ ପ୍ରଶ୍ନ ଉଠୁଛି ବିଡେନଙ୍କ ପାଇଁ ଟ୍ରମ୍ପ୍ ଚୀନକୁ ନେଇ ଏକ ଜାଲ ବିଛାଉଛନ୍ତି କି ଏବଂ ପ୍ରଚାର ବେଳେ ବେଜିଂ ବିରୁଦ୍ଧରେ ସ୍ବର ଶାଣୀତ କରିବାକୁ ରିପବ୍ଲିକାନମାନଙ୍କ ଉପରେ ଚାପ ପଡୁଛି କି? ଏବଂ ଟ୍ରମ୍ପ ଯଦି ପୁଣି ଥରେ କ୍ଷମତାକୁ ଆସନ୍ତି ତେବେ ଚୀନ୍ ଉପରେ ଚାପ ଅଧିକ ବଢାଇବେ କି?

ଏସବୁ ପ୍ରଶ୍ନର ଉତ୍ତର ଦେଇ ଦକ୍ଷିଣ କୋରିଆ ଏବଂ କାନାଡାରେ ଥିବା ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ବିଷ୍ଣୁ ପ୍ରକାଶ କହିଛନ୍ତି, “ଏହାର ପ୍ରଭାବ କଥା ବିଚାରକୁ ନେଲେ, ମୋ ମତରେ ରିପବ୍ଲିକାନ ଟ୍ରମ୍ପ୍ ପ୍ରଶାସନ ଯଦି କ୍ଷମତାକୁ ଫେରନ୍ତି ତେବେ ଚୀନ୍ ପ୍ରତି ମନୋଭାବ ସାମାନ୍ୟ କୋହଳ ହୋଇପାରେ। ଡେମୋକ୍ରାଟଙ୍କ ପକ୍ଷରୁ ମାନବିକ ଅଧିକାର ଏବଂ ସେପରି କିଛି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ବ ଦିଆଯାଇପାରେ। କିନ୍ତୁ ଏବେ ଚୀନ୍ ସହ ମତଭେଦ ଏତେ ଗଭୀର ହୋଇଗଲାଣି ଯାହାକୁ ପ୍ରଶାସନ ସ୍ତରରେ ଚାପି ରଖିବା ସମ୍ଭବ ନୁହେଁ ବୋଲି ମୁଁ ଭାବୁଛି। ଏସବୁ ହେଉଛି ଅନ୍ତର୍ଜାତୀୟ ରାଜନୀତି, ଏହା ହେଉଛି ଆମେରିକାର ଆଧିପତ୍ୟ କଥା। କୌଣସି ଆମେରିକୀୟ ନେତା ଏ କଥାରେ ସାଲିସ କରିବାକୁ ଚାହିଁବେ ନାହିଁ। କାରଣ ସେମାନେ ସମସ୍ତେ ଜାଣିଛନ୍ତି ଯେ ଆମେରିକାର ଆଧିପତ୍ୟକୁ ଚ୍ୟାଲେଞ୍ଜ କରିବାରେ ଚୀନ୍ ଏବେ ଚୁପ୍ ହୋଇ ବସିବ ନାହିଁ।

“ଡେମୋକ୍ରାଟମାନେ ଚୀନ୍ ସମ୍ପର୍କରେ ଭିନ୍ନ ତଥ୍ୟ ରଖୁଛନ୍ତି। ଡେମୋକ୍ରାଟସ ନ୍ୟାସନାଲ କନଭେନସନରେ ବିଡେନ ଦେଇଥିବା ତାଙ୍କ ଭାଷଣରେ ଚୀନ୍ କଥା ଉଲ୍ଲେଖ କରିନାହାଁନ୍ତି, କିନ୍ତୁ ଆପଣ ଯଦି ଅନ୍ୟ ମଞ୍ଚରେ ଡେମୋକ୍ରାଟମାନେ ରଖୁଥିବା ମନ୍ତବ୍ୟ ଏବଂ ବିଭିନ୍ନ ବିବୃତି ଲକ୍ଷ୍ୟ କରିବେ ସବୁଥିରେ ସେମାନେ ମଧ୍ୟ ଚୀନ୍ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଥା କହିଛନ୍ତି। କିନ୍ତୁ ପ୍ରତିରକ୍ଷା କ୍ଷେତ୍ରରେ ନୂଆ ରଣନୀତି, ମିତ୍ର ରାଷ୍ଟ୍ରଗୁଡ଼ିକର ସହଯୋଗ, ଅର୍ଥନୈତିକ କ୍ଷେତ୍ରରେ ପୁନଃରୁଦ୍ଧାର ଏବଂ ଦେଶରେ ଆମେରିକୀୟ ଅର୍ଥନୀତିକୁ ସୁଦୃଢ କରିବା ଆଦି ଭିନ୍ନ ମାର୍ଗରେ ଚୀନ୍ ସହ ମୁକାବିଲା କରିବାକୁ ସେମାନେ କହୁଛନ୍ତି। ଲୋକେ କେବଳ ଚୀନ୍ ପ୍ରସଙ୍ଗକୁ ବିଚାର କରି ଭୋଟ ଦେବେ ନାହିଁ, ସେମାନେ ବର୍ତ୍ତମାନ ବିଶ୍ବର ସାମ୍ପ୍ରତିକ ସ୍ଥିତିକୁ ଲକ୍ଷ୍ୟ କରି ଦେଶର ବୈଦେଶିକ ନୀତିର ବିଭିନ୍ନ ଦିଗକୁ ବିଚାର କରି ଆମେରିକାବାସୀ ଭୋଟ ଦେଇପାରନ୍ତି।

ମୋଟଉପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମ୍ପର୍କରେ ଲୋକେ କଣ ଭାବୁଛନ୍ତି ତାହା ଉପରେ ଏଥର ନିର୍ବାଚନ ହେଉଛି।”‘ଫେଟଫୁଲ ଟ୍ରାଙ୍ଗଲ: ଶୀତଳ ଯୁଦ୍ଧ ସମୟରେ ଆମେରିକା-ଭାରତ ସମ୍ପର୍କ’ଶୀର୍ଷକ ପୁସ୍ତକର ଲେଖକ ତନଭି ମଦନ ଏହି ମତ ରଖିଛନ୍ତି। ଜୁଲାଇ ମାସରେ ଆସୋସିଏଟେଡ ପ୍ରେସ୍ କରିଥିବା ଏକ ସର୍ଭେ ଅନୁଯାୟୀ 61 ପ୍ରତିଶତ ଆମେରିକୀୟ ଟ୍ରମ୍ପଙ୍କ କୋଭିଡ ପରିଚାଳନାରେ ଅସନ୍ତୋଷ ପ୍ରକାଶ କରିଛନ୍ତି, କିନ୍ତୁ ଏହାଠାରୁ ଅଧିକ ସଂଖ୍ୟକ ଆମେରିକୀୟ(64 ପ୍ରତିଶତ) ମହାମାରୀ ରୋକିବାରେ ଚୀନର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ନିକଟରେ ହୋଇଥିବା ଆଉ ଏକ ସର୍ଭେ ଅନୁଯାୟୀ 73 ପ୍ରତିଶତ ଆମେରିକୀୟ ଚୀନ୍ ସମ୍ପର୍କରେ ନକରାତ୍ମକ ମତ ରଖିଛନ୍ତି। ସୁତରାଂ ଆମେରିକା କଂଗ୍ରେସରେ ମଧ୍ୟ ଚୀନ୍ ବିରୁଦ୍ଧରେ ଦ୍ବିଦଳୀୟ ଦୃଢ ମନୋଭାବ ପ୍ରକାଶ ପାଇଛି। ଏବଂ ରାଜନୈତିକ ତ୍ରୁଟି ଏବଂ ନିଜର ସ୍ବଭାବ ପାଇଁ ଜଣାଶୁଣା ଟ୍ରମ୍ପଙ୍କର ଚୀନ୍ ନୀତିରେ ସ୍ଥିରତା ନେଇ ମଧ୍ୟ ପ୍ରଶ୍ନବାଚୀ ଛିଡା କରିଛି। ବିଷ୍ଣୁ ପ୍ରକାଶ କହିଛନ୍ତି ଯେ, “ଯଦି ଟ୍ରମ୍ପ ପ୍ରଶାସନର ଦୃଷ୍ଟିକୋଣରେ ଗୋଟିଏ ନୀତିରେ ସ୍ଥିରତା ରହିଛି ତାହା ହେଉଛି ଚୀନ୍। 2018ରେ ହଡସନ ଇନିଷ୍ଟିଚ୍ୟୁଟରେ ରଏଟ ଆକ୍ସ ଟୁ ଚାଇନା ସମ୍ପର୍କରେ ଭାଷଣ ଦେବା ବେଳ ମାଇକ୍ ପେନସେ ଯାହା କହିଥିଲେ ତାହା ମୋତେ ଆଶ୍ଚର୍ଯ୍ୟ କରିଛି। ବ୍ୟବସ୍ଥାରୁ ଫାଇଦା ନେବା ହେଉ, ଗୁପ୍ତଚର ବୃତ୍ତି ହେବ ବା ଆମେରିକାକୁ ଲକ୍ଷ୍ୟ କରି ସାମରିକ ଶକ୍ତି ବୃଦ୍ଧି ହେଉ ସବୁ କ୍ଷେତ୍ରରେ ଆମେରିକା ସପକ୍ଷରେ ଆଖି ବୁଜିଦେଇ ଚୀନକୁ ଦୋଷ ଦେଇ ସେ ଯେଉଁଭଳି ଭାଷା ବ୍ୟବହାର କରିଥିଲେ ତାହା ମୁଁ କେବେ ଶୁଣିନଥିଲି କିମ୍ବା ଦେଖିନଥିଲି। ଏହା କୋଭିଡ ପୂର୍ବ ସମୟର ଥିଲା ଏବଂ ମୁଁ ଭାବୁଛି ଏହା ସୁଚିନ୍ତିତ ଥିଲା।”

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ପୂର୍ବତନ ମୁଖପାତ୍ର କହିଛନ୍ତି, “ଚୀନ୍ ଉପରେ ଆମେରିକା ଲଗାତର ଦୃଷ୍ଟି ରଖି ଆସିଛି। ଏହା ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ଦୁଇ ପ୍ରକାର ନୀତି ଆପଣେଇଛନ୍ତି। ‘ସି ଜିନପିଙ୍ଗ ଜଣେ ଭଲ ମଣିଷ, ଅନ୍ୟମାନେ ଖରାପ’ବୋଲି ଏକଦା କହିଥିଲେ। ଏବେ କିନ୍ତୁ ଆମେରିକା ଚୀନକୁ ସିଧାସଳଖ ଜୋରଦାର ଆକ୍ରମଣ କରୁଛି। ଜିନପିଙ୍ଗ ନିଜକୁ ନିଜେ ଅଧିକ ଶକ୍ତିଶାଳୀ ମନେ କରି ଉଭୟ ସାମରିକ ଏବଂ ଜ୍ଞାନକୌଶଳ କ୍ଷେତରେ ଆମେରିକାର ଆଧିପତ୍ୟକୁ ଖୋଲାଖୋଲି ଧମକ ଦେଇ ଆସୁଛନ୍ତି।” କିନ୍ତୁ ଟ୍ରମ୍ପ ତାଙ୍କର ରିପବ୍ଲିକାନ ନ୍ୟାସନାଲ କନଭେନସନ ଭାଷଣରେ କହିଛନ୍ତି ଯେ,“ ମୁଁ ଆମେରିକା ଲୋକଙ୍କୁ ଦେଇଥିବା କଥା ରଖିଛି। ଏବେ ସୁଦ୍ଧା ଆମେରିକା ଇତିହାସରେ ଆମେ ଚୀନ ବିରୁଦ୍ଧରେ ସବୁଠାରୁ କଠୋର, ସାହସିକ ଏବଂ ଦୃଢ ପଦକ୍ଷେପ ନେଇଛୁ। ଏଲଏସିରେ ଅଚଳାବସ୍ଥା ଏବଂ ଗଲୱାନ ହିଂସା ପରିପ୍ରେକ୍ଷୀରେ ଭାରତ-ଚୀନ ସମ୍ପର୍କ ଅତି ଖରାପ ହୋଇ ପଡ଼ିଥିବା ବେଳେ ଆମେରିକା ଚୀନ୍ ପ୍ରତି କଠୋର ହେବା ସହିତ ବାଣିଜ୍ୟ ନୀତିରେ ପରିବର୍ତ୍ତନ ପାଇଁ ପ୍ରୟାସ କରୁଛି। ଏହା ଭାରତ ପାଇଁ ଲାଭ ହେବ ନା ଚ୍ୟାଲେଞ୍ଜ ହେବ ତାହା ଏବେ ଆଲୋଚନାର ବିଷୟ ହୋଇଛି।

ତନଭି ମଦନ କହିଛନ୍ତି, “ଅଶୀ ମସିହା ପରଠାରୁ କିଛି ବିଷୟରେ ଟ୍ରମ୍ପ ସ୍ଥିରତା ଦେଖାଇଛନ୍ତି। ମେଣ୍ଟ, ବାଣିଜ୍ୟ, ଇମିଗ୍ରେସନ ସମ୍ପର୍କରେ ସେ ତାଙ୍କର ଦୃଢ ମତ ଗ୍ରହଣ କରି ଆସିଛନ୍ତି। ମୁଁ ଆଶା କରୁଛି ସେ ଭାବୁଥିବେ ଏସବୁରେ ତାଙ୍କର ବହୁତ ଭଲ ଧାରଣା ରହିଛି। ତାଙ୍କର ଚିନ୍ତାଧାରା ଯେ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ତାହା ତାଙ୍କର ବାଣିଜ୍ୟ କ୍ଷେତ୍ରରେ ଥିବା ଧାରଣାରୁ ସ୍ପଷ୍ଟ ଜଣାପଡେ। କିନ୍ତୁ ଟ୍ରମ୍ପ ପୁନଃ ନିର୍ବାଚିତ ହେବାପରେ ବେଜିଂ ତାଙ୍କୁ ଭିନ୍ନ ଭାବେ ଉପସ୍ଥାପନ କରିବା ବି ଦେଖିବାକୁ ମିଳିପାରେ।”

ସଂଯୋଗବଶତଃ ଜୁଲାଇ ମାସରେ ଆମେରିକାର ପରରାଷ୍ଟ୍ର ସଚିବ ମାଇକେଲ ଆର ପୋମ୍ପେଓ ଚୀନର ମୁକାବିଲା ପାଇଁ “ସମଭାବାପନ୍ନ ଦେଶଗୁଡ଼ିକୁ ନେଇ- ଆଲିଆନସ ଅଫ୍ ଡେମୋକ୍ରାସିଜ୍” ଗଠନ ସକାଶେ ଆହ୍ବାନ ଦେଇଥିଲେ, ହେଲେ ଭାରତଠାରୁ ମୌନ ପ୍ରତିକ୍ରିୟା ପାଇଛି। ଇଣ୍ଡୋ-ପ୍ୟାସିଫିକ୍ ରଣନୀତିରୁ ନେଇ ପ୍ରତିରକ୍ଷା ଚୁକ୍ତି ଏବଂ ମିତ୍ର ରାଷ୍ଟ୍ରଗୁଡ଼ିକ ସହ ମିଳିତ ସମରାଭ୍ୟାସ ଜରିଆରେ ଆମେରିକା ଜିଦଖୋର ମନୋବୃତ୍ତି ରଖିଥିବା ଚୀନର ମୁକାବିଲା କରିବାକୁ ଚାହୁଁଛି ନା ନଭେମ୍ବର ପରେ ପୁଣି ଥରେ ସବୁ କିଛି ସ୍ବାଭାବିକ ହେବ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି।

“ସେ ଟ୍ରମ୍ପ୍ କିମ୍ବା ବିଡେନ୍ ଯିଏ ହୁଅନ୍ତୁ ନା କାହିଁକି, ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିବ। ଏପରି ଏକ ବିଡେନ ପ୍ରଶାସନ ଆସିପାରେ ଯେ କି ପ୍ରତିଯୋଗିତାମୂଳକ ହେବ, କିନ୍ତୁ ମିତ୍ର ଓ ସହଯୋଗୀ ଦେଶ ଗୁଡ଼ିକର ସହଯୋଗରେ କାମ କରିବ। କିମ୍ବା ଏଭଳି ଏକ ବିଡେନ ପ୍ରଶାସନ ଆସିବ ଯେ କି ମହାମାରୀ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗରେ ଚୀନ୍ ସହିତ ମିଳିମିଶା କାମ କରିବାର ଆବଶ୍ୟକତା କଥା ଉଠାଇବ। ତେଣୁ ଏହାରି ଭିତରେ ସେମାନଙ୍କର ବିଚାରକୁ ସମ୍ମାନ ଦେଇ କିଛି ରାସ୍ତା ବାହାର କରିବାକୁ ପଡ଼ିବ। ତେଣୁ କିଏ ନିର୍ବାଚିତ ହେଉଛନ୍ତି, ପ୍ରଶାସନର ଭୂମିକା କ’ଣ ରହୁଛି ସେ ସମୟର ସ୍ଥିତି ଉପରେ ନଜର ରଖିବାକୁ ପଡ଼ିବ,” ବୋଲି ତନଭି ମଦନ ମତ ରଖିଛନ୍ତି।

-ସ୍ମିତା ଶର୍ମା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.